Categories: ଖେଳ

ଲନ୍‌ ବଲ୍ସ ବୈଷୟିକ ଅଧିକାରୀଙ୍କ କର୍ମଶାଳା ଆରମ୍ଭ

ଭୁବନେଶ୍ୱର, ୧୮।୫ (କ୍ରୀଡ଼ା ପ୍ରତିନିଧି): ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗ ଓ ଓଡ଼ିଶା ବୋଲିଂ ଆସୋସିଏଶନ ଆନୁକୂଲ୍ୟରେ ନୟାପଲ୍ଲୀସ୍ଥିତ ଇନ୍‌ଡୋର ହଲ୍‌ରେ ବୁଧବାରଠାରୁ ଲନ୍‌ ବଲ୍ସ ବୈଷୟିକ ଅଧିକାରୀ ଓ କୋଚ୍‌ଙ୍କ କର୍ମଶାଳା ଆରମ୍ଭ ହୋଇଛି। ଏହା ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ। ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗ ଓଏସ୍‌ଡି ସିଦ୍ଧାର୍ଥ ଶଙ୍କର ସାହୁ, ସ୍ବରୂପ ନନ୍ଦ ବେହେରା ପ୍ରମୁଖ ଅତିଥିଭାବେ ଯୋଗ ଦେଇଥିଲେ। ବୋଲିଂ ଫେଡେରେଶନ ଅଫ୍‌ ଇଣ୍ଡିଆର ବୈଷୟିକ ଅଧିକାରୀ ପାରସ ଶର୍ମା, ନୀତୀନ ବାସଓ୍ବାନୀ ଏବଂ ଓଡ଼ିଶା ବୋଲିଂ ଆସୋସିଏଶନ ସମ୍ପାଦକ ସୁମିତ ରଞ୍ଜନ ପୁରୋହିତ ପ୍ରମୁଖ ଉପସ୍ଥିତ ଥିଲେ।

Share