Categories: ଜାତୀୟ

ଲରେନ୍ସ ବିଶ୍ନୋଇ ଗ୍ୟାଙ୍ଗର ଦୁଇ ଗ୍ୟାଙ୍ଗଷ୍ଟରଙ୍କ ବିରୋଧରେ ରେଡ କର୍ନର ନୋଟିସ ଜାରି

ନୂଆଦିଲ୍ଲୀ,୬।୭: ଦେଶରେ ହତ୍ୟା ଭଳି ସଙ୍ଗିନ ଅପରାଧ ସହ ଜଡିତ ଲରେନ୍ସ ବିଶ୍ନୋଇ ଗ୍ୟାଙ୍ଗ ବିରୋଧରେ ଏଜେନ୍ସି ଆକ୍ସନ ନେବାରେ ଲାଗିଛି। ଏବେ ଇଣ୍ଟରପୋଲ ଲରେନ୍ସ ବିଶ୍ନୋଇ ଗ୍ୟାଙ୍କର ୨ ସହଯୋଗୀଙ୍କ ବିରୋଧରେ ରେଡ କର୍ନର ନୋଟିସ ଜାରି ହୋଇଛିି, ଯେଉଁମାନେ ବିଦେଶରୁ ଏହି ଗ୍ୟାଙ୍ଗ ଚଳାଉଛନ୍ତି। ଏଜେନ୍ସିର ସୂଚନା ଅନୁଯାୟୀ ଏହି ଉଭୟ ଗ୍ୟାଙ୍ଗଷ୍ଟର ଭାରତ ଛାଡି ଚାଲିଯାଇତିବା ବେଳେ ବିଦେଶରେ ବସି ବିଷଶ୍ନାଇଙ୍କ ନେଟଓ୍ବର୍କ ଚଲାଉଛନ୍ତି। ଭାରତରେ ଏହି ଦୁଇଜଣଙ୍କ ବିରୋଧରେ ଅନେକ ପ୍ରକାରର ମାମଲା ରୁଜୁ ହୋଇଛି, ଯାହା ପରେ ପୋଲିସ ସେମାନଙ୍କୁ ଖୋଜୁଥିଲା।
ଯାଞ୍ଚ ଏଜେନ୍ସିର ସୂଚନା ଅନୁଯାୟୀ ବିକ୍ରମଜିତ ସିଂ ଓରଫ ବିକ୍ରମ ବରାଡ ଦୁବାଇରେ ଲୁଚି ରହିଥିବା ସନ୍ଦେହ କରାଯାଉଛି। ଅନ୍ୟପକ୍ଷରେ କିସାନ ମୋର୍ଚ୍ଚା ନେତାଙ୍କ ହତ୍ୟାରେ କପିଲ ସାଙ୍ଗୱାନଙ୍କ ନାମ ସାମ୍ନାକୁ ଆସିଛି। କୁହାଯାଉଛି ଯେ ସେ ବ୍ରିଟେନରେ ଲୁଚି ରହିଛନ୍ତି। ଏହି ଦୁଇଟି ଦେଶରେ ଭାରତୀୟ ଏଜେନ୍ସିଗୁଡ଼ିକୁ ସତର୍କ କରାଯାଇଛି। ବଶ୍ନୋଇ ଏବଂ ତାଙ୍କ ଗ୍ୟାଙ୍ଗ ବିରୋଧରେ ଚାଲିଥିବା ଅଧିକାଂଶ ମାମଲା ବର୍ତ୍ତମାନ ଏନଆଇଏକୁ ହସ୍ତାନ୍ତର କରାଯାଇଛି। ଏନଆଇଏ ଅନୁସନ୍ଧାନରୁ ଜଣାପଡିଛି ଯେ ବିଶ୍ନୋଇ ଏବଂ ତାଙ୍କ ଗ୍ୟାଙ୍ଗର ଆଇଏସଆଇ ଏବଂ ଖାଲିସ୍ତାନୀ କଟ୍ଟରପନ୍ଥୀଙ୍କ ସହ ସମ୍ପର୍କ ରହିଛି।
ସୂଚନାଯୋଗ୍ୟ, ଥରେ ଇଣ୍ଟରପୋଲ ଏକ ରେଡ ନୋଟିସ ଜାରି କଲା ପରେ ଦେଶରେ ପଳାତକଙ୍କୁ ଅଟକ ରଖିବା ଆବଶ୍ୟକ ଏବଂ ଏହାର ସଦସ୍ୟ ଥିବା ଦେଶକୁ ତୁରନ୍ତ ରେଡ କର୍ଣ୍ଣର ନୋଟିସ ଜାରି କରିବା ଆବଶ୍ୟକ। ଏହା ପରେ ଅଭିଯୁକ୍ତଙ୍କୁ ଦେଶକୁ ଫେରାଇ ଆଣିବା ପ୍ରକ୍ରିୟା ଆରମ୍ଭ ହୋଇଛି।

Share