ଭୁବନେଶ୍ୱର,୨।୪: ଦେଶର ପ୍ରମୁଖ ଅପ୍ଟିକାଲ ବ୍ରାଣ୍ଡ୍ ‘ଲରେନ୍ସ ଆଣ୍ଡ ମାୟୋ’ର ଆଉ ଏକ ଏକ୍ସକ୍ଲୁସିଭ ଷ୍ଟୋର ଶୁକ୍ରବାର ସ୍ଥାନୀୟ ବାଣୀବିହାର ଛକ ନିକଟସ୍ଥ ମେଟ୍ରୋ ହାଉସ୍ଠାରେ ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଯାଇଛି। ଏହା ପୂର୍ବରୁ ଭୁବନେଶ୍ୱର ଆମ୍ରି ହସ୍ପିଟାଲଠାରେ ବ୍ରାଣ୍ଡ୍ର ପ୍ରଥମ ଷ୍ଟୋର ଗତ କିଛି ବର୍ଷ ତଳେ ଖୋଲିଥିଲା। ଏହି ଅବସରରେ ବ୍ରାଣ୍ଡ୍ର ନିର୍ଦ୍ଦେଶକ ଅମିତାଭ ମେଣ୍ଡୋଜା ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଏହାର ଉଦ୍ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବ୍ରାଣ୍ଡ୍ର ରିଟେଲ ହେଡ୍ ଇଣ୍ଡିଆ ଶୁବ୍ରମଣ୍ୟମ ହେଗ୍ଡେଙ୍କ ସମେତ ମେଟ୍ରୋ ହାଉସ୍ ଷ୍ଟୋରର ବରିଷ୍ଠ ଅଧିକାରୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ। ଏହି ପରିପ୍ରେକ୍ଷୀରେ ବ୍ରାଣ୍ଡ୍ ପକ୍ଷରୁ ଉଦ୍ଘାଟନୀ ଅଫର ସାଙ୍ଗକୁ ସନ୍ଗ୍ଲାସ୍ ମେଳାର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଥିଲା। ବିଶେଷ କରି ୧୦୦୦ ବର୍ଗଫୁଟ ପରିବ୍ୟାପ୍ତ ସ୍ଥାନରେ ଗଢ଼ି ଉଠିଥିବା ଏହି ନବିନିର୍ମତ ଷ୍ଟୋରରେ ଦେଶର ସମସ୍ତ ବ୍ରାଣ୍ଡ୍ର ଚଷମା ଉପଲବ୍ଧ। ଏପରିକି ଏଠାରେ ଉଭୟ ଚକ୍ଷୁ ପରୀକ୍ଷା ସହ ଗୁଣାତ୍ମକ ମାନର ଚଷମା ମଧ୍ୟ ନିର୍ମାଣ କରାଯାଇଥାଏ। ସେହିଭଳି ଏଠାରେ କାରେରା,ରେବେନ୍, ଟମି ହିଲ୍ଫିଗର, ସିଲୁଏଟ୍, ଭୋଗ୍, ଏମ୍ପୋରିଓ ଅରମାନି, ଓକଲି, ଏଲେ, ବୁର୍ବେରି, ମଣ୍ଟ ବ୍ଲାଙ୍କ୍ ଭଳି ୫୦ରୁ ଅଧିକ ବ୍ରାଣ୍ଡ୍ର ଅନେକ ଡିଜାଇନର ଚଷମା ଉପଲବ୍ଧ।