Categories: ବାଣିଜ୍ୟ

ଲରେନ୍ସ ଆଣ୍ଡ ମାୟୋର ନୂତନ କଲେକ୍ସନ

ଭୁବନେଶ୍ୱର,୨୮।୬: ଦେଶର ପ୍ରମୁଖ ଅପ୍ଟିକାଲ ବ୍ରାଣ୍ଡ୍‌ ‘ଲରେନ୍ସ ଆଣ୍ଡ ମାୟୋ’ର ନୂତନ କଲେକ୍ସନ ‘ଦି ୟୁନାଇଟେଡ୍‌ କଲର୍ସ ଅଫ୍‌ ବେନେଟ୍‌ଟନ୍‌ (ୟୁସିବି) ଆଇଓ୍ବେର’ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଉକ୍ତ ବ୍ରାଣ୍ଡ୍‌ର ଫ୍ରେମ୍‌ ଏବଂ ସନ୍‌ ଗ୍ଲାସେସ୍‌ର ବ୍ୟାପକ ସମ୍ଭାର ଲରେନ୍ସ ଆଣ୍ଡ ମାୟୋର ସମସ୍ତ ଷ୍ଟୋରରେ ଉପଲବ୍ଧ। ଏ ସମ୍ପର୍କରେ ବ୍ରାଣ୍ଡ୍‌ର ନିର୍ଦ୍ଦେଶକ ଅମିତାଭ ମେଣ୍ଡୋଜା କହିଥିଲେ, ଗ୍ରାହକଙ୍କ ଚାହିଦା ମୁତାବକ ବିଭିନ୍ନ ବ୍ରାଣ୍ଡ୍‌ ସହିତ ୟୁସିବି ଆଇଓ୍ବେରସନ ଫ୍ରେମ୍‌, ସନ୍‌ଗ୍ଲାସ୍‌ ଓ ଅନ୍ୟାନ୍ୟ ଡିଜାଇନ ଏବଂ ବ୍ରାଣ୍ଡ୍‌ର ଗ୍ଲାସ୍‌ ଆଦି ଷ୍ଟୋରରେ ଉପଲବ୍ଧ କରାଉଛୁ। ସେହିଭଳି ବ୍ରାଣ୍ଡ୍‌ର ରିଟେଲ ହେଡ୍‌ ଇଣ୍ଡିଆ ଶୁବ୍ରମଣ୍ୟମ ହେଗେଡ୍‌ କହିଛନ୍ତି, ବର୍ତ୍ତମାନ ସମୟର ଚାହିଦା ଓ ଗ୍ରାହକଙ୍କ ଆବଶ୍ୟକତାକୁ ନଜରରେ ରଖି ଏଭଳି ଏକ ଉତ୍ପାଦର ବଜାର ପ୍ରବେଶ କରାଉଛି। ସେହପରି ବ୍ରାଣ୍ଡ୍‌ର ଭୁବନେଶ୍ୱର ଷ୍ଟୋର ଦ୍ୱୟରେ କାରେରା, ରେବେନ୍‌, ଟମି ହିଲ୍‌ଫିଗର୍‌, ସିଲୁଏଟ୍‌, ଭୋଗ୍‌, ଏମ୍ପୋରିଓ ଅରମାନି, ଓକଲି, ଏଲେ, ବୁର୍ବେରି, ମଣ୍ଟ ବ୍ଲାଙ୍କ୍‌ ଭଳି ୫୦ରୁ ଅଧିକ ବ୍ରାଣ୍ଡ୍‌ର ଡିଜାଇନ ଚଷମା ଉପଲବ୍ଧ।

Share