କୁକୁଡ଼ା ଅଣ୍ଡା ନ ଦେବାରୁ ମାମଲା ଦାଏର…

ପୁଣେ,୨୧।୪: ଏକ ଫାର୍ମରେ କୁକୁଡ଼ା ଅଣ୍ଡା ନ ଦେବାରୁ ମାଲିକ ପୋଲିସ ଷ୍ଟେଶନରେ ପହଞ୍ଚି ଦାନା କମ୍ପାନୀ ବିରୋଧରେ ମାମଲା ଦାଏର କରିଛନ୍ତି। ଏଭଳି ଅଭାବନୀୟ ଘଟଣା ମହାରାଷ୍ଟ୍ରର ପୁଣେ ଜିଲାରେ ଘଟିଛି। ଏସମ୍ପର୍କରେ ଲୋନି କାଲଭୋର ଥାନା ଅଧିକାରୀ ରାଜେନ୍ଦ୍ର ମୋକ୍ସି ସୂଚନା ଦେଇଛନ୍ତି। ଏକ ନିଦ୍ଦିଷ୍ଟ ଦାନା କମ୍ପାନୀର ଦାନା ଖାଇବା ପରେ କୁକୁଡ଼ାମାନେ ଅଣ୍ଡାଦେବା ବନ୍ଦ କରି ଦେଇଥିବା ଅଭିଯୋଗ ହୋଇଛି। ତେବେ ସମ୍ପୃକ୍ତ ଦାନା କମ୍ପାନୀ କ୍ଷତିପୂରଣ ଦେବାକୁ ରାଜି ହେବାରୁ କୌଣସି ଏଫ୍‌ଆଇଆର୍‌ ଦାଏର ହୋଇ ନ ଥିବା ଥାନା ଅଧିକାରୀ କହିଛନ୍ତି। ୪ଟି ଫାର୍ମର ମାଲିକ ଏଭଳି ଅଭିଯୋଗ ଆଣିଥିଲେ। ଫାର୍ମ ମାଲିକମାନେ ଅହମଦ୍‌ନଗର ଜିଲାରେ ଥିବା କମ୍ପାନୀଠାରୁ ଦାନା କିଣିଥିଲେ।

Share