ନୂଆଦିଲ୍ଲୀ,୭ା୨: କୋଭିଡ୍-୧୯ର ତୃତୀୟ ଲହରକୁ ଦୃଷ୍ଟିରେ ରଖି ଲୋନ୍ ମୋରାଟୋରିୟମ ପାଇଁ ସୁପ୍ରିମକୋର୍ଟରେ ମାମଲା ଦାଏର କରାଯାଇଛି। ଏ ନେଇ ଜଣେ ବରିଷ୍ଠ ଆଇନଜୀବୀ ସର୍ବୋଚ୍ଚ ନ୍ୟାୟାଳୟରେ ଆବେଦନ କରି କହିଛନ୍ତି, କୋଭିଡ୍-୧୯ର ତୃତୀୟ ଲହର ସମୟରେ ଆର୍ଥିକ ସ୍ଥିତିକୁ ଦୃଷ୍ଟିରେ ରଖି ଲୋନ୍ ମୋରାଟୋରିୟମ ପରି ସୁବିଧା ପ୍ରଦାନ କରାଯାଉ। ସେହିଭଳି କେନ୍ଦ୍ର ସରକାର ଏବଂ ରିଜର୍ଭ ବ୍ୟାଙ୍କକୁ ଏହା ଉପରେ ବିଚାର କରିବାକୁ ନ୍ୟାୟାଧୀଶ ନିର୍ଦ୍ଦେଶ ଦିଅନ୍ତୁ ବୋଲି ସେ ସର୍ବୋଚ୍ଚ ନ୍ୟାୟାଳୟରେ ଗୁହାରି କରିଛନ୍ତି। ଏ ପର୍ଯ୍ୟନ୍ତ କୌଣସି ନୀତି ଏବଂ ଗାଇଡ୍ଲାଇନ୍ ସେ ନେଇ ପ୍ରସ୍ତୁତ କରାଯାଇ ନାହିଁ। ସୂଚନାଯୋଗ୍ୟ, କରୋନାର ପ୍ରଥମ ଲହର ସମୟରେ ଋଣ ନେଇଥିବା ଲୋକଙ୍କୁ ଆରବିଆଇ ପକ୍ଷରୁ ଆଶ୍ୱସ୍ତି ଦିଆଯାଇ ଲୋନ୍ ମୋରାଟୋରିୟମ ଲାଗୁ କରିଥିଲେ। ଏହାରି ଆଧାରରେ ଲୋକଙ୍କୁ ମହାମାରୀ ସମୟରେ ଲୋନ୍ ପରିଶୋଧ ନ କରିବାକୁ କୁହାଯାଇଥିଲା। ପରିସ୍ଥିତିକୁ ଦୃଷ୍ଟିରେ ରଖି ମୋରାଟୋରିୟମ ଅବଧି
ମଧ୍ୟ ବଢ଼ାଯାଇଥିଲା।