ଓକିଲଙ୍କ ନିଆରା ବିବାହ କାର୍ଡ, ଏଥିରେ ଲେଖାଅଛି ସମ୍ବିଧାନର ନିୟମାବଳୀ

ଗୁଆହାଟି,୨୬ା୧୧: ପ୍ରାୟ ସମସ୍ତେ ନିଜ ବିବାହକୁ ସ୍ବତନ୍ତ୍ର ଏବଂ ସ୍ମରଣୀୟ କରିବାକୁ ଚାହିଁଥାନ୍ତି। ଏଥିପାଇଁ କିଏ କେତେ ପ୍ରକାରର ଉପାୟ ଆପଣାଇଥାନ୍ତି। ବିଶେଷକରି ବିବାହ କାର୍ଡକୁ ସୁନ୍ଦର କରିବା ପାଇଁ କେହି କେହି ଚାହିଁଥାନ୍ତି। କିଛି ଲୋକ କାର୍ଡରେ ସମାଜ ପାଇଁ ବାର୍ତ୍ତା ଲେଖୁଥିବା ବେଳେ ଆଉ କିଛି ଲୋକ ଏହାର ସୌନ୍ଦର୍ଯ୍ୟ ଉପରେ ଅଧିକ ଗୁରୁତ୍ୱ ଦେଇଥାନ୍ତି। ଫଳରେ ଏହା ଅନ୍ୟ କାର୍ଡଠାରୁ ସ୍ବତନ୍ତ୍ର ଧରଣର ହୋଇଥାଏ।

ଏବେ ସୋସିଆଲ ମିଡିଆରେ ଏକ ନିମନ୍ତ୍ରଣ ପତ୍ର ଭାଇରାଲ ହେଉଛି। ଯେଉଁଟା କି ଆସାମ ଗୌହାଟିର ଜଣେ ଓକିଲଙ୍କ ବିବାହ କାର୍ଡ । ଏହି କାର୍ଡଟି ହେଉଛି ଓକିଲ ଅଜୟ ସରମା। ଯେ କି ହରିଦ୍ୱାରରେ ସହକାରୀ ପ୍ରଫେସର ଭାବରେ କାର୍ଯ୍ୟ କରୁଥିବା ପୂଜା ସରମାଙ୍କୁ ବିବାହ କରୁଛନ୍ତି। ଅଜୟ ସେମାନଙ୍କ ସ୍ବତନ୍ତ୍ର ଦିନ ପାଇଁ ଏକ ସମ୍ବିଧାନ-ଥିମ୍‌ ବିବାହ କାର୍ଡ ପାଇଲେ।

ସମାନତାକୁ ପ୍ରତିପାଦିତ କରିବା ପାଇଁ କାର୍ଡରେ ନ୍ୟାୟ ନିକିତିର ଉଭୟ ପାର୍ଶ୍ୱରେ ବର ଏବଂ କନ୍ୟାଙ୍କ ନାମ ଲେଖାଯାଇଛି। ଖାଲି ଏତିକି ନୁହେଁ, ଏଥିରେ ଭାରତୀୟ ସମ୍ବିଧାନର ଆଇନ ଏବଂ ଅଧିକାର ବିଷୟରେ ମଧ୍ୟ ଉଲ୍ଲେଖ କରାଯାଇଛି।

କାର୍ଡରେ ଲେଖାଅଛି, ‘ବିବାହ କରିବାର ଅଧିକାର ହେଉଛି ଭାରତୀୟ ସମ୍ବିଧାନର ଧାରା ୨୧ ଅନୁଯାୟୀ, ରାଇଟ ଟୁ ଲାଇଫର ଏକ ଉପାଦାନ। ତେଣୁ ମୋର ୨୮ ନଭେମ୍ବର ୨୦୨୧ ରବିବାର ଏହି ମୌଳିକ ଅଧିକାରକୁ ବ୍ୟବହାର କରିବାର ସମୟ ଆସିଛି।’

‘ଯେତେବେଳେ ଓକିଲମାନେ ବିବାହ କରନ୍ତି, ସେମାନେ ’ହଁ’ କୁହନ୍ତି ନାହିଁ, ସେମାନେ କହନ୍ତି – ‘ଆମେ ସର୍ତ୍ତାବଳୀ ଏବଂ ସର୍ତ୍ତଗୁଡିକ ଗ୍ରହଣ କରୁ।’

କାର୍ଡଟି ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଜଣେ ୟୁଜର କହିଛନ୍ତି, ନିମନ୍ତ୍ରଣ ପତ୍ର ନା କୋର୍ଟକୁ ଡକାଇବାର ବ୍ୟବସ୍ଥା। ସେହିପରି ଅନ୍ୟ ଜେଣ ୟୁଜର ଲେଖିଛନ୍ତି, ପଣ୍ଡିତ ନ ବସି ଓକିଲ ବସନ୍ତୁ। ଆଉ ଜଣେ ୟୁଜର ଲେଖିଛନ୍ତି, ବିବାହ ମଣ୍ଡପ ବୋଧେ କୋର୍ଟ ପରି ହେବ। ଏମିତି ଅନେକ ୟୁଜର ଭିନ୍ନ ଭିନ୍ନ କମେଣ୍ଟ ଦେଇଛନ୍ତି।

Share