
ପୁରୁଷୋତ୍ତମପୁର,୨୭।୧(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଓକିଲସଂଘ ପକ୍ଷରୁ କବିସୂର୍ଯ୍ୟଗରର ନବନିର୍ବାଚିତ ବିଧାୟକ ପ୍ରତାପଚନ୍ଦ୍ର ନାୟକଙ୍କୁ ସୋମବାର ସମ୍ବର୍ଦ୍ଧନା ଦିଆଯାଇଛି। ଓକିଲମାନେ ବାଜାବାଣ ଫୁଟାଇ ଶୋଭାଯାତ୍ରାରେ ବିଧାୟକଙ୍କୁ ସଂଘ କାର୍ଯ୍ୟାଳୟକୁ ପାଛୋଟି ନେଇଥିଲେ। ଏହି ଅବସରରେ ଓକିଲମାନେ ଅଞ୍ଚଳର ସମସ୍ୟା ଜଣାଇବା ସହ ପୁରୁଷୋତ୍ତମପୁରଠାରେ ଏକ ସବ୍ଜେଲ ପ୍ରତିଷ୍ଟା ସହ ଅତିରିକ୍ତ ଜିଲା ଜର୍ଜକୋର୍ଟ ପ୍ରତିଷ୍ଟାଲାଗି ଦାବି ଜଣାଇଥିଲେ। ଏହିଦାବିକୁ ଗୁରୁତ୍ୱଦେଇ ସରକାରଙ୍କ ନିକଟରେ ଉପସ୍ଥାପନାକରି ପଦକ୍ଷେପନେବାକୁ କହି ଅଞ୍ଚଳର ବିକାଶ ଲାଗି ଓକିଲସମାଜର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଛି। ଏଣୁ ସମସ୍ତ ଓକିଲଙ୍କ ସହଯୋଗ ଲୋଡିଥିଲେ। ଏଥିରେ ଓକିଲସଂଘର ସମସ୍ତ କର୍ମକର୍ତ୍ତା ଓ ସଦସ୍ୟମାନେ ଉପସ୍ଥିତ ଥିଲେ।