Categories: ଜାତୀୟ

ଆଇନଜୀବୀମାନେ ଧର୍ମଘଟରେ ଯାଇପାରିବେ ନାହିଁ ଅବା ନ୍ୟାୟିକ କାର୍ଯ୍ୟରୁ ରକ୍ଷା ପାଇପାରିବେ ନାହିଁ: ସୁପ୍ରିମକୋର୍ଟ…

ନୂଆଦିଲ୍ଲୀ,୨୦।୪ : ସମସ୍ତ ରାଜ୍ୟର ଆଇନଜୀବୀ ଏବଂ ହାଇକୋର୍ଟଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଗୁରୁବାର ସୁପ୍ରିମକୋର୍ଟ କହିଛନ୍ତି, ଓକିଲମାନେ ଧର୍ମଘଟ କରିପାରିବେ ନାହିଁ ଅବା ନିଜ କାର୍ଯ୍ୟରୁ ମଧ୍ୟ ଦୂରେଇ ରହିପାରିବେ ନାହିଁ। ମୁଖ୍ୟ ବିଚାରପତିଙ୍କ ନେତୃତ୍ୱରେ ରାଜ୍ୟ ସ୍ତରୀୟ ଅଭିଯୋଗ ସମାଧାନ କମିଟି ଗଠନ କରିବାକୁ କୋର୍ଟ ସମସ୍ତ ରାଜ୍ୟ ହାଇକୋର୍ଟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି, ଯେଉଁଠାରେ ପ୍ରକୃତ ସମସ୍ୟା ପାଇଁ ଆଇନଜୀବୀମାନେ ଆବେଦନ କରିପାରିବେ।

ଜଷ୍ଟିସ ଏମଆର ଶାହା ଏବଂ ଜଷ୍ଟିସ ଅହସାନୁଦ୍ଦିନ ଅମାନୁଲ୍ଲାଙ୍କ ନେତୃତ୍ୱରେ ଗଠିତ ସୁପ୍ରିମକୋର୍ଟର ଏକ ବେଞ୍ଚ କହିଛନ୍ତି, ଜିଲା କୋର୍ଟ ସ୍ତରରେ ମଧ୍ୟ ପୃଥକ ଅଭିଯୋଗ ସମାଧାନ କମିଟି ଗଠନ କରାଯିବା ଉଚିତ। ଓକିଲମାନେ ଏଠାରେ ପ୍ରକୃତ ଅଭିଯୋଗର ମାମଲା ମଧ୍ୟ ପଞ୍ଜିକରଣ କରିପାରିବେ। ବେଞ୍ଚ ଦୋହରାଇଛି ବାରର କୌଣସି ସଦସ୍ୟ ଧର୍ମଘଟ କରିପାରିବେ ନାହିଁ। କୋର୍ଟ କହିଛନ୍ତି, ଆଇନଜୀବୀଙ୍କ ଧର୍ମଘଟ ଯୋଗୁଁ ନ୍ୟାୟିକ କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି। ଏଭଳି କରାଯିବା ଠିକ ନୁହେଁ।

Share