ଓକିଲଙ୍କ ଦୀର୍ଘ ଦିନର ଦାବି ପୁରଣ ହେଲା: ପୁରୁଷୋତ୍ତମପୁରରେ ଉଦଘାଟନ ହେଲା ସିନିୟର ଡିଭିଜନ ସିଭିଲ ଜଜ୍ କୋର୍ଟ

ପୁରୁଷୋତ୍ତମପୁର, ୨୦/୫(ଡିଏନ୍ଏ): ଗଞ୍ଜାମ ଜିଲା ପୁରୁଷୋତ୍ତମ ପୁର ଓକିଲ ସଂଘର ଦିନ ଦିନର ଦାବି ପୁରଣ ହୋଇଛି। ଶନିବାର ଏଠାରେ ସିନିୟର ଡିଭିଜନ ସିଭିଲ ତଥା ଆସିଷ୍ଟାଣ୍ଟ ସେସନ୍ସ ଜଜ୍ କୋର୍ଟର ଉଦଘାଟନ ହୋଇଛି। ମାନ୍ୟବର  ହାଇକୋର୍ଟର ମୂଖ୍ୟ ବିଚାରପତି ଡଃ ଏସ ମୁରଲିଧର ଭରଚୁଆଲ ମାଧ୍ୟମରେ ଉଦଘାଟନ କରିଥିବା ବେଳେ  ଗଞ୍ଜାମ ଜିଲ୍ଲା ଜଜସିପ ପ୍ରଶାସନିକ ଦାଇତ୍ଯ ରେ ଥିବା ହାଇକୋର୍ଟର  ମାନ୍ଯବର ବିଚାରପତି ଜସଟିସ ଦେବବ୍ରତ୍ତ ଦାଶ ପୁରୁଷୋତ୍ତମପୁର କୋର୍ଟକୁ ଆସି ଉପସ୍ଥିତ ରହି ଉଦଘାଟନି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଏହି ଅବସରରେ ତାଙ୍କୁ ବିରାଟ ଶୋଭାଯାତ୍ରାରେ ଓକିଲ ମାନେ ରାସ୍ତାରୁ କୋର୍ଟ ଉଦଘାଟନ ସ୍ଥଳକୁ  ପାଛୋଟି ନେଇଥିଲେ। ଓକିଲ ସଂଘ କାର୍ଯ୍ୟାଳୟରେ ଆୟୋଜିତ ଏକ ବୈଠକରେ ଯୋଗଦେଇ ଜଷ୍ଟିସ ଦାଶ  ଓକିଲମାନଙ୍କୁ ବିଭିନ୍ନ ପରାମର୍ଶ ମାନ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲା ଦୌରାଜଜ୍ ଶ୍ରୀମତୀ ରୁପଶ୍ରୀ ଚୌଧୁରୀ, ରେଜିଷ୍ଟର ସୁଶାନ୍ତ କୁମାର ମିଶ୍ର, ପୁରୁଷୋତ୍ତମ ପୁର ସିନିୟର ଡିଭିଜନ ସିଭିଲ ଜଜ୍ କୋର୍ଟରେ ନୂତନ ଭାବେ ଯୋଗଦେଇଥିବା ବିଚାରପତି ଶରତ କୁମାର ସାହୁ, ଗଞ୍ଜାମଏସପି ଜଗନମୋହନମିନା ଉପସ୍ଥିତ ଥିଲେ। ଓକିଲ ସଂଘର ସଭାପତି ଉପେନ୍ଦ୍ର ପଣ୍ଡା, ସମ୍ପାଦକ ସିମାଞ୍ଚଳ ମିଶ୍ର, ଉପ ସଭାପତି ଗୌରିଶଙ୍କର ରାଉଳ, ସହ ସମ୍ପାଦକ ଅକ୍ଷୟ କୁମାର ବେହେରା, ସରକାରୀ ଓକିଲ ପ୍ରକାଶ ଚନ୍ଦ୍ର ତ୍ରିପାଠୀ, କୃଷ୍ଣ ଚନ୍ଦ୍ର ଗୌଡ, ବରିଷ୍ଠ ଓକିଲ କେଦାରନାଥ ପଟ୍ଟନାୟକ, ପ୍ରଭାତ କୁମାର ପଟ୍ଟନାୟକ ,ଅରୁଣ କୁମାର ପଣ୍ଡା ଙ୍କ ସମେତ ସମସ୍ତ ଓକିଲ ଉପସ୍ଥିତ ଥିବା ବେଳେ ଆସିକା ଏମପି ପ୍ରମିଳାବିଷୋଇ, ଖଲିକୋଟବିଧାୟିକା ସୂର୍ଯ୍ଯମଣି ବୈଦ୍ଯ, ପୁରୁଷୋତ୍ତମ ପୁର ଏନସି ଅଧକ୍ଷା ପ୍ରିୟଙ୍କା ଗୌଡ, ଵ୍ଲକ ଅଧକ୍ଷା ପିଙ୍କିବେହେରା ପ୍ରମୁଖ ଯୋଗଦେଇ ଥିଲେ। ଦିର୍ଘ ଦିନର ଦାବୀ ପରେ ନୂତନ କୋର୍ଟ ଖୋଲିଥିବାକୁ ନେଇ ଅଞ୍ଚଳବାସୀ ଙ୍କ ମଧ୍ୟରେ ଖୁସିର ଲହରୀ ଦେଖାଦେଇଛି।

Share