Categories: ଜାତୀୟ

ଆଉ ଓକିଲମାନେ ପିନ୍ଧିବେନି କଳା କୋର୍ଟ-ଗାଉନ୍‌, ଜାଣନ୍ତୁ କାହିଁକି କୋର୍ଟ ଦେଲେ ଏପରି ନିର୍ଦ୍ଦେଶ

ଥିରୁଭାନନ୍ତପୁରମ୍‌,୧୦।୯: ପ୍ରବଳ ଖରା ଯୋଗୁ ମଣିଷ ଠାରୁ ଆରମ୍ଭ କରି ଜୀବଜନ୍ତୁ ମଧ୍ୟ ଅସ୍ତବ୍ୟସ୍ତ ହୋଇ ପଡୁଛନ୍ତି। ଉତ୍ତର ଭାରତରେ ଏବେ ପାରା ୪୦ ଡିଗ୍ରୀ ପାର୍‌ କରି ସାରିଛି। ତେବେ ଏଥିପାଇଁ ଓକିଲଙ୍କୁ କଳା କୋର୍ଟ ନ ପିନ୍ଧିବାକୁ ଅନୁମତି ଦିଆଯାଇଛି। ଏହାପୂର୍ବରୁ ଓକିଲମାନେ ଗାଉନ ନ ପିନ୍ଧିବାକୁ କୋର୍ଟଙ୍କ ପାଖରେ ଦାବି କରିଥିଲେ। ତେବେ ଏନେଇ କେରଳ ହାଇକୋର୍ଟ ସମସ୍ତଙ୍କୁ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ଜିଲା ନ୍ୟାୟପାଳିକାଙ୍କ ନ୍ୟାୟଳୟରେ ଉପସ୍ଥିତ ରହୁଥିବା ଓକିଲଙ୍କ କଳା କୋର୍ଟ ଓ ଗାଉନର ଉପଯୋଗର ବିକଳ୍ପ ଭାବରେ ବ୍ୟାଣ୍ଡ ସହ ଧଳା ସାର୍ଟ ପିନ୍ଧିବାକୁ ଅନୁମତି ଦେଇଛନ୍ତି।

ଲାଇଭ ଲ’ର ରିପୋର୍ଟ ମୁତାବକ, ଏବେ କେରଳ ହାଇକୋର୍ଟରେ ଉପସ୍ଥିତ ହେଉଥିବା ଓକିଲମାନଙ୍କ ପାଇଁ କଳା ଗାଉନ ପିନ୍ଧିବା ବିକଳ୍ପ ଭାବରେ ରହିବ। ଏନେଇ କୋର୍ଟ କହିଛନ୍ତି, ରାଜ୍ୟରେ ହେଉଥିବା ପ୍ରବଳ ଖରା ଯୋଗୁ ଓକିଲମାନଙ୍କୁ କଳା କୋର୍ଟ ନ ପିନ୍ଧିବାକୁ ଅନୁମତି ଦିଆଯାଇଛି। ତେବେ ଏହି ନିର୍ଦ୍ଦେଶ ୨୦୨୪ ମେ ୩୧ ପର୍ଯ୍ୟନ୍ତ ଲାଗୁ ରହିବ।

Share