ରେଢାଖୋଲ,୮ା୭(ଡି.ଏନ.ଏ.): ହାଇକୋର୍ଟ ସ୍ଥାୟୀବେଞ୍ଚ ପ୍ରତିଷ୍ଠା ଦାବିରେ ପଶ୍ଚିମ ଓଡ଼ିଶା ଓକିଲ ସଂଘର କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ଆହ୍ବାନକ୍ରମେ ରେଢ଼ାଖୋଲ ଓକିଲସଂଘ ପକ୍ଷରୁ ଶୁକ୍ରବାର ଚେତାବନୀ ଦିବସ ଅନୁଷ୍ଠିତ ହୋଇଛି। ସଂଘ ସଭାପତି ଅଭୟ କୁମାର ବୀରଙ୍କ ନେତୃତ୍ୱରେ ସଦସ୍ୟମାନେ ସ୍ଥାନୀୟ କଚେରୀ ଛକରୁ ବାଇକ୍ ରାଲିରେ ବାହାରି ଉପଜିଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆସିଥିଲେ। ପରେ ରାଜ୍ୟପାଳଙ୍କ ଉଦ୍ଦ୍ୟେଶରେ ଉପଜିଲାପାଳ ପବିତ୍ର ବେହେରାଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। ସଂଘ ସମ୍ପାଦକ ଉମାକାନ୍ତ ମହାନନ୍ଦ, ବରିଷ୍ଠ ଓକିଲ ଶିବପ୍ରସାଦ ପ୍ରଧାନ, ଶମ୍ଭୁପ୍ରସାଦ ପ୍ରଧାନ, ବିମଳ ପ୍ରଧାନ, ଦୟାସାଗର ପ୍ରଧାନ, ଗଣେଶ୍ବର ପ୍ରଧାନ, ଅଚ୍ୟୁତାନନ୍ଦ ପୁରୋହିତ, ସୁଜିତ ପ୍ରଧାନ, ବିରାମ ପ୍ରଧାନ, ଜନ୍ମେଜୟ ସାହୁ ପ୍ରମୁଖ ସାମିଲ ଥିଲେ।