ଲକ୍ଷ୍ମଣ ନରସିଂହନ ଷ୍ଟାର୍‌ବକ୍ସର ସିଇଓ ନିଯୁକ୍ତ

ନୂଆଦିଲ୍ଲୀ,୩ା୯: ବହୁରାଷ୍ଟ୍ରୀୟ କଫି କମ୍ପାନୀ ଷ୍ଟାର୍‌ବକ୍ସର ନୂତନ ସିଇଓ ଭାବେ ଲକ୍ଷ୍ମଣ ନରସିଂହନଙ୍କୁ ନିଯୁକ୍ତ କରାଯାଇଛି। ଚଳିତ ବର୍ଷ ଅକ୍ଟୋବର ୧ରୁ ଲକ୍ଷ୍ମଣ ଉକ୍ତ କମ୍ପାନୀରେ ଯୋଗଦେଲେ ବି ୨୦୨୩ ଏପ୍ରିଲରେ ସେ କମ୍ପାନୀର ମୁଖ୍ୟ ଭାବେ ଦାୟିତ୍ୱ ନିର୍ବାହ କରିବେ ବୋଲି ଷ୍ଟାର୍‌ବକ୍ସ ପକ୍ଷରୁ କୁହାଯାଇଛି। ଏପରିକି ସେ ପର୍ଯ୍ୟନ୍ତ ସେ ଅସ୍ଥାୟୀ ସିଇଓ ହାୱାର୍ଡ ସଲ୍‌ଟଙ୍କ ଅଧୀନରେ କାର୍ଯ୍ୟ କରିବେ। କମ୍ପାନୀର ସମସ୍ତ କାର୍ଯ୍ୟକଳାପ ଓ ଲୋକ ସମ୍ପର୍କ ସହ ବ୍ୟବସାୟିକ ଢାଞ୍ଚା ବିଷୟରେ ଅବଗତ ହୋଇଗଲା ପରେ ଲକ୍ଷ୍ମଣ ନେତୃତ୍ୱ ନେବେ ବୋଲି କମ୍ପାନୀ ମତପ୍ରକାଶ କରିଛି। ଉଲ୍ଲେଖଯୋଗ୍ୟ, ଏହା ପୂର୍ବରୁ ନରସିଂହନ୍‌ ‘ଡ୍ୟୁରେକ୍ସ କଣ୍ଡୋମ୍‌,‘ଏନ୍‌ଫ୍ୟାମିଲି ବେବି ଫର୍ମୁଲା’ ଏବଂ ‘ମ୍ୟୁସିନେକ୍ସ କୋଲ୍ଡ୍‌ ସିରପ୍‌’ ନିର୍ମାତା ‘ରେକିଟ୍‌’ର ସିଇଓ ଭାବେ ଦକ୍ଷତାର ସହ କାର୍ଯ୍ୟ କରିଛନ୍ତି। ଏହାଛଡା ସେ ଗ୍ଲୋବାଲ ଚିଫ୍‌ କମର୍ସିଆଲ୍‌ ଅଫିସର ଭାବେ ମଧ୍ୟ ‘ପେପ୍ସିକୋ’ରେ କାର୍ଯ୍ୟ କରିଥିଲେ। ପୁଣେ ବିଶ୍ବବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ହାସଲ କରିଥିବା ଲକ୍ଷ୍ମଣ ଜର୍ମାନୀରୁ ସ୍ନାତକୋତ୍ତର ଏବଂ ୟୁନିଭର୍ସିଟି ଅଫ୍‌ ପେନିସଲ୍‌ଭାନିଆର ‘ଲଡର ଇନ୍‌ଷ୍ଟିଚ୍ୟୁଟ୍‌ରୁ ଆନ୍ତର୍ଜାତିକ ଅଧ୍ୟୟନ ଶେଷ କରିଛନ୍ତି। ଏହାଛଡ଼ା ୟୁନିଭର୍ସିଟି ଅଫ୍‌ ପେନ୍‌ସିଲଭାନିଆର ୱାର୍ଥନ୍‌ ସ୍କୁଲରୁ ସେ ବିଜ୍‌ନେସ୍‌ ଆଡମିିନିଷ୍ଟ୍ରେଶନରେ ମଧ୍ୟ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜେଡ୍‌ ବ୍ଲାକ ଭାରତ-ଦକ୍ଷିଣ ଆଫ୍ରିକା ଟି୨୦ ସିରିଜରେ ଗୋଲ୍ଡ ପାର୍ଟନର

ନୂଆଦିଲ୍ଲୀ,୧୫।୧୧:ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ମହୀଶୂର ଦୀପ ପରଫ୍ୟୁମେରି ହାଉସ(ଏମ୍‌ଡିପିଏଚ୍‌)ର ପ୍ରମୁଖ ବ୍ରାଣ୍ଡ ଜେଡ୍‌ ବ୍ଲାକ୍‌ର ନୂତନ ଅଭିଯାନ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି...

ପୁଣି କମିଲା ସୁନାଦର: ଜାଣନ୍ତୁ ଏବେ କେତେ ଟଙ୍କା

ନୂଆଦିଲ୍ଲୀ,୧୫।୧୧:କ୍ରମାଗତ ଭାବେ ଘରୋଇ ବଜାରରେ ଉଭୟ ସୁନା ଓ ରୁପା ମୂଲ୍ୟରେ ପରିବର୍ତ୍ତନ ହେଉଛି। ଏପରିକି ଡଲାର ସୂଚକାଙ୍କରେ କ୍ରମାଗତ ବୃଦ୍ଧି ଏବଂ ଆମେରିକୀୟ ବଣ୍ଡ...

ଏକମାତ୍ର ଭାରତୀୟ ଭାବେ ଏମିତି କାର୍‌ନାମା କଲେ ମୁକେଶ ଅମ୍ବାନୀ

ମୁମ୍ବାଇ,୧୫।୧୧:ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ (ଆର୍‌ଆଇଏଲ୍‌)ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନୀ ପୁଣି ଥରେ କେବଳ ଦେଶରେ ନୁହେଁ, ବିଶ୍ୱର ଅନ୍ୟତମ ଶକ୍ତିଶାଳୀ ଉଦ୍ୟୋଗପତି...

ହୋଣ୍ଡା ଆମେଜ୍‌ର ପ୍ରତିକୃତି ଅନାବରଣ

ନୂଆଦିଲ୍ଲୀ,୧୩।୧୧(ଅଭୟ ଦାଶ): ହୋଣ୍ଡା କାର୍‌ସ ଇଣ୍ଡିଆ ଲିମିଟେଡ୍‌ (ଏଚ୍‌ସିଆଇଏଲ୍‌) ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ହୋଣ୍ଡା ଆମେଜର ଉଭୟ ବାହ୍ୟ ଓ...

କମ୍‌ଭିଭା ସହ ଏଡବ୍ଲ୍ୟୁଏସ୍‌ର ବୁଝାମଣା

ନୂଆଦିଲ୍ଲୀ,୧୩।୧୧: ଦେଶର ପ୍ରମୁଖ ଘରୋଇ ସଂସ୍ଥା କମ୍‌ଭିଭା ଏବଂ ଆମାଜନ ୱେବ୍‌ ସର୍ଭିସେସ୍‌ (ଏଡବ୍ଲ୍ୟୁଏସ୍‌) ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ ହୋଇଯାଇଛି। ଏ ସମ୍ପର୍କରେ...

ନିବେଶକ ହରାଇଲେ ୬ ଲକ୍ଷ କୋଟି

ମୁମ୍ବାଇ,୧୩।୧୧: ଅନ୍ତଃରାଷ୍ଟ୍ରୀୟ ସମସ୍ୟା ଓ ଭୂ-ରାଜନୈତିକ ଘଟଣାବଳୀର ପ୍ରଭାବ ସିଧା ଭାରତୀୟ ଷ୍ଟକ୍‌ ବଜାର କାରବାର ଉପରେ ପଡ଼ିଛି। ଫଳରେ ମଙ୍ଗଳବାର ଘରୋଇ ଶେୟାର ବଜାରର...

ଆର୍‌ବିଆଇ ଆକଳନ ହେଲା ଭୁଲ୍‌: ଖୁଚୁରା ମୁଦ୍ରାସ୍ଫୀତି ୬.୨୧%

ମୁମ୍ବାଇ/ନୂଆଦିଲ୍ଲୀ,୧୩ା୧୧:ଦେଶରେ କିଛିବର୍ଷ ହେଲା ଅତ୍ୟାବଶ୍ୟକ ସାମଗ୍ରୀଗୁଡ଼ିକର ଦରଦାମ ବଢ଼ିଚାଲିଥିବାବେଳେ ଏଥିରେ ଲଗାମ ଲଗାଇବା ପାଇଁ ମୁଦ୍ରାସ୍ଫୀତିକୁ ୨%ରୁ ୬% ମଧ୍ୟରେ ସୀମିତ ରଖିବା ଲାଗି ଭାରତୀୟ...

ସ୍ମାର୍ଟଫୋନ ବ୍ୟବହାରକାରୀଙ୍କୁ ଲାଗିବ ବଡ଼ ଝଟକା, ୨୦୨୫ରେ ବଢିବ…

ନୂଆଦିଲ୍ଲୀ,୧୨।୧୧: ସାରା ବିଶ୍ୱରେ ସ୍ମାର୍ଟଫୋନର ଚାହିଦା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ପ୍ରତିଦିନ ନୂଆ କମ୍ପାନୀ ବଜାରରେ ସ୍ମାର୍ଟଫୋନ ଲଞ୍ଚ କରୁଛନ୍ତି। କିନ୍ତୁ ୨୦୨୫ରେ ସ୍ମାର୍ଟଫୋନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri