ନୂଆଦିଲ୍ଲୀ,୯।୩: ଭାରତୀୟ ଟି-୨୦ ଟିମ୍ରେ ପ୍ରଥମ ଥର ପାଇଁ କ୍ରିକେଟର ସୂର୍ଯ୍ୟକୁମାର ଯାଦବଙ୍କୁ ସୁଯୋଗ ମିଳିଛି। ଘରୋଇ କ୍ରିକେଟ ଏବଂ ଆଇପିଏଲ୍ରେ ଉଲ୍ଲେଖନୀୟ ପ୍ରଦର୍ଶନକୁ ଦେଖି ଚୟନକର୍ତ୍ତା ତାଙ୍କୁ ଯୋଗ୍ୟ ବୋଲି ଭାବିଛନ୍ତି। ତେବେ ଏହି ବ୍ୟାଟ୍ସମ୍ୟାନଙ୍କ ପ୍ରଶଂସା କରିଛନ୍ତି ପୂର୍ବ ଭାରତୀୟ ଅଭିଜ୍ଞ କ୍ରିକେଟର ଭିଭି ଏସ୍ ଲକ୍ଷ୍ମଣ। ସେ ସୂର୍ଯ୍ୟକୁମାରଙ୍କ ପ୍ରଚେଷ୍ଠା ଏବଂ ପରିଶ୍ରମର ପ୍ରଶଂସା କରି କହିଛନ୍ତି, ସେ ଦଳରୁ ଖେଳିବାକୁ ଯୋଗ୍ୟ। ବିଶେଷକରି ଭାରତର ଯୁବକମାନଙ୍କ ପାଇଁ ସେ ଜଣେ ‘ରୋଲ ମଡେଲ’। କାରଣ ଭାରତରେ ଖେଳାଳିମାନେ ଶୀଘ୍ର ଧୌର୍ଯ୍ୟହରା ହୋଇପଡ଼ନ୍ତି। ଘରୋଇ ଶୃଙ୍ଖଳାରେ ଭଲ ଖେଳିବା ପରେ ଭାରତୀୟ ଟିମ୍ରେ ଚୟନ ନେଇ ସମସ୍ତେ ଆଶାବାଦୀ ଥାଆନ୍ତି। ହେଲେ ଏହା କଠିନ ହୋଇଥାଏ। ଦୀର୍ଘ ଦିନ ଧରି ତାଙ୍କୁ ଚୟନ କରାଯାଇ ନ ଥିଲା। ହେଲେ ସେ ଭାଙ୍ଗି ପଡ଼ି ନ ଥିଲେ। ନିଜ ପ୍ରଦର୍ଶନ ଜାରି ରଖିଥିଲେ। ଶେଷରେ ତାଙ୍କୁ ଅପେକ୍ଷାର ଫଳ ମିଳିଛି। ସେ ଭଲ ପ୍ରଦର୍ଶନ କରି ଚୟନକର୍ତ୍ତାଙ୍କୁ ଟିମ୍ରେ ସାମିଲ କରିବାକୁ ବାଧ୍ୟ କରିଛନ୍ତି ବୋଲି ଲକ୍ଷ୍ମଣ କହିଛନ୍ତି।
Posted inଖେଳ