ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ହତ୍ୟାକାଣ୍ଡ ମାମଲା: ସିବିଆଇ ତଦନ୍ତ ନେଇ ରାଜ୍ୟ ସରକାରଙ୍କୁ ସ୍ପଷ୍ଟୀକରଣ ମାଗିଲେ ହାଇକୋର୍ଟ

କଟକ,୨।୧: ସ୍ବାମୀ ଲକ୍ଷ୍ମଣାନନ୍ଦ ସରସତୀ ହତ୍ୟାକାଣ୍ଡ ମାମଲା ସିବିଆଇ ତଦନ୍ତ ନେଇ ମଙ୍ଗଳବାର ହାଇକୋର୍ଟରେ ଶୁଣାଣି ହୋଇଛି। ମାମଲାର ଶୁଣାଣି କରି କାହିଁକି ସିବିଆଇ ତଦନ୍ତ ହେବ ନାହିଁ ବୋଲି ହାଇକୋର୍ଟ ରାଜ୍ୟ ସରକାରଙ୍କୁ ସ୍ପଷ୍ଟୀକରଣ ମାଗିଛନ୍ତି। ମାର୍ଚ୍ଚ ୫ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।
ମାର୍ଚ୍ଚ ୫ ତାରିଖ ସୁଦ୍ଧା ଜବାବ ରଖିବାକୁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ଏହି ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତରେ କିଛି ଦିଗକୁ ଅଣଦେଖା କରାଯାଇଥିବା ଆବେଦନକାରୀ ଆଇନଜୀବୀ ଦେବାଶିଷ ହୋତା ଆବେଦନରେ ଉଲ୍ଲେଖ କରିଛନ୍ତି।

Share