ଦର୍ଶନ ପାଇଁ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡରୁ ଆସନ୍ତି ଭକ୍ତ

ରାଇବଣିଆ,୧୩।୧୦(ନବୀନ ସାହୁ): ଚଳିତ ବର୍ଷ ଓଡ଼ିଶା-ପଶ୍ଚିମବଙ୍ଗ ସୀମାନ୍ତ ଅଞ୍ଚଳରେ ଅବସ୍ଥିତ ଲକ୍ଷ୍ମଣନାଥ ଗ୍ରାମର ରାୟ ମହାଶୟ ଗଡ଼ରେ ୫୧୬ତମ ସାର୍ବଜନୀନ ଦୁର୍ଗା ପୂଜା ଆୟୋଜିତ ହେବ। ପୂଜାକୁ ଅଧିକ ଆକର୍ଷଣୀୟ କରିବାକୁ ଉଦ୍ୟମ କରାଯାଉଛି ବୋଲି ପୂଜା ସମିତିର କୋଷାଧ୍ୟକ୍ଷ କ୍ଷେତ୍ର ମୋହନ ସିହ୍ନା ସୂଚନା ଦେଇଛନ୍ତି।
୭ ଦିନ ଧରି ମେଳା ବସିବ। ପ୍ରତ୍ୟେକବର୍ଷ ଏହି ଦୁର୍ଗା ପୂଜା ଦେଖିବା ପାଇଁ ମହାଷ୍ଟମୀ ଓ ମହାନବମୀ ଦିନ ରାଜ୍ୟ ସମେତ ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡର ବିଭିନ୍ନ ସ୍ଥାନରୁ ପ୍ରାୟ ୧୦ ଲକ୍ଷରୁ ଅଧିକ ଭକ୍ତ ଆସିଥାନ୍ତି। ଏ ବର୍ଷ ମହିଳା କନଷ୍ଟେବଳଙ୍କ ସମେତ ଆବଶ୍ୟକ ସଂଖ୍ୟକ ପୋଲିସ ମୁତୟନ ପାଇଁ କମିଟି ପକ୍ଷରୁ ଦାବି କରାଯାଇଛି। ୧୫୦୮ ମସିହାରେ ଜଳେଶ୍ୱର ସହରରେ ତକତ୍ାଳୀନ ଜମିଦାର ରାମଚନ୍ଦ୍ର ଘୋଷଙ୍କ ଦ୍ୱାରା ଆରମ୍ଭ ହୋଇଥିବା ପୂଜା ପରେ ଲକ୍ଷ୍ମଣନାଥ ରାୟ ମହାଶୟଗଡ ପରିସରକୁ ସ୍ଥାନାନ୍ତରିତ ହୋଇଥିଲା। ୧୯୫୩ରେ ଦୁର୍ଭିକ୍ଷ ଉପରେ ପଡ଼ିଥିବା ଅନୁଭବ କରି ସେହିବର୍ଷ ପୂଜା କେବଳ ଘଟ ପୂଜା ହୋଇଥିଲା। ୧୯୫୪ରେ ଜମିଦାର ନାରାୟଣ ରାୟ ମହାଶୟ ଲକ୍ଷଣନାଥ ଗଡ଼ରେ ସାର୍ବଜନୀନ ଦୁର୍ଗା ପୂଜା ଆରମ୍ଭ କଲେ। ସେହିଦିନଠାରୁ ଗଡ଼ରେ ଦୁର୍ଗା ପୂଜା, ଲକ୍ଷ୍ମୀ ପୂଜା ଓ କାଳୀ ପୂଜା ପାଳିତ ହୋଇ ଆସୁଛି। ଏଠାରେ ଦେବୀଙ୍କ ମୂର୍ତ୍ତିର ଉଚ୍ଚତା ୧୯ ଫୁଟ ହୋଇଥାଏ। ଦେବୀଦୁର୍ଗାଙ୍କ ସହ ଲକ୍ଷ୍ମୀ, ସରସ୍ବତୀ, ଗଣେଶ ଓ କାର୍ତ୍ତିକ ମଣ୍ଡପରେ ବିଜେ ହୋଇଥାନ୍ତି। କୋଲକାତାର କାରିଗର ତିଆରି କରୁଥିବା ବିଭିନ୍ନ ଅଳଙ୍କାରରେ ପ୍ରତିମାମାନଙ୍କୁ ସଜାଯାଇଥାଏ। ପୂର୍ବରୁ ପଶ୍ଚିମବଙ୍ଗ, ଦାନ୍ତୁନ ଥାନା ପାଣତୁଣିଆ ଗାଁର ରାଖାଲ ପ୍ରମାଣିକ ଏଠାରେ ମା’ ଦୁର୍ଗାଙ୍କ ମୂର୍ତ୍ତି ତିଆରି କରି ଆସୁଥିବା ବେଳେ ତାଙ୍କ ମୃତ୍ୟୁ ପରେ ପୁଅ ରବି ପ୍ରମାଣିକ(୫୮) ଓ ସହଯୋଗୀ ମୂର୍ତ୍ତି ଗଢୁଛନ୍ତି। ଚଳିତବର୍ଷ ମୂର୍ତ୍ତି ନିର୍ମାଣ ପାଇଁ ୧.୭୫ ଲକ୍ଷ, ଅଳଙ୍କାର ଓ ବସ୍ତ୍ର ବାବଦରେ ୭୫ହଜାର, କାରିଗରଙ୍କ ପାରିଶ୍ରମିକ ବାବଦକୁ ୪୦ହଜାର ଏବଂ ଆବଶ୍ୟକ ଅନ୍ୟାନ୍ୟ ପଦାର୍ଥ ପାଇଁ ୬୦ ଖର୍ଚ୍ଚ ହେବ ବୋଲି ଜଣାଯାଇଛି। ମୁଖ୍ୟ ପୂଜକ ଶ୍ୟାମାଶଙ୍କର ଧର ଓ ଅନ୍ୟ ପୂଜକ ପୂଜା କାର୍ଯ୍ୟ ସମ୍ପନ୍ନ କରନ୍ତି। ଚଳିତବର୍ଷ ଲକ୍ଷ୍ମଣନାଥ ସାର୍ବଜନୀନ ଦୁର୍ଗା ପୂଜା କମିଟିର ସଭାପତି ସୌରେନ ରାୟ ମହାଶୟ, ବରିଷ୍ଠ ଉପସଭାପତି ପ୍ରଫେସର ଶ୍ୟାମାଚରଣ ଦାସ, ଅମରନାଥ ଘୋଷାଲ ଓ ହେମନ୍ତ କୁମାର ସାହୁ, ସମ୍ପାଦକ ପାର୍ଥ ଘୋଷାଲ, ଯୁଗ୍ମ ସମ୍ପାଦକ ଅମଳେନ୍ଦୁ ରାଉତ, କୋଷାଧ୍ୟକ୍ଷ କ୍ଷେତ୍ରମୋହନ ସିହ୍ନା, ସହ କୋଷାଧ୍ୟକ୍ଷ ଦେବାଶିଷ ଚାଟାର୍ଜୀ, ବରିଷ୍ଠ ସଭ୍ୟ ବନବିହାରୀ ଦାସ, ସୁବ୍ରତ କୁମାର ଘୋଷାଲ, ଭାରତେନ୍ଦୁ ଦାସ, ଚନ୍ଦନ ବାନାର୍ଜୀ, ତାପସ ସାସମଲ ଓ ଜିତେନ୍ଦ୍ର ଦାସଙ୍କ ସମେତ ୪୦ ଜଣିଆ କମିଟି ସମସ୍ତ ଆୟୋଜନ କରିବେ। ଚଳିତ ବର୍ଷ ମେଳାରେ ୪ ଶହରୁ ୪୫୦ ଷ୍ଟଲ ପଡ଼ିବ। ବିଭିନ୍ନ ପ୍ରକାର ଖାଦ୍ୟ ସାମଗ୍ରୀଠାରୁ ଆରମ୍ଭ କରି ଘରକରଣା ଜିନିଷ, ଲୁଗା, ମନୋହରୀ, ଖେଳନା ଓ ଅଳଙ୍କାର ଦୋକାନ ପଡ଼ିବ। ଜଳେଶ୍ୱର ହାଟ ଛକଠାରୁ ଲକ୍ଷ୍ମଣନାଥ ପଞ୍ଚାୟତକୁ ସଂଯୋଗ କରୁଥିବା ରାସ୍ତାର ଅସରାଏ ବର୍ଷା ହେଲେ ଆଣ୍ଠୁଏ ଲେଖାଏଁ ପାଣି ଜମୁଥିବାରୁ ଲୋକେ ବେଶ ହଇରାଣ ହେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାମ୍‌କୋକୁ ୧.୫୨ କୋଟି ଜରିମାନା

ଯାଜପୁର,୧୪ା୧୧(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲାର ଧର୍ମଶାଳା ବ୍ଲକ ହରିଦାଶପୁରରେ ପ୍ରତିଷ୍ଠା ହୋଇଥିବା ରାମ୍‌କୋ ସିମେଣ୍ଟ ଗ୍ରାଇଣ୍ଡିଂ ୟୁନିଟ୍‌ କାରଖାନା ଆଇନଗତ ଅଧିକାର ନ ଥିବା ୫.୪୨...

ଯୁବକଙ୍କୁ ଘୋଷାଡ଼ି ନେଲା ମାଲ୍‌ବାହୀ ଟ୍ରେନ୍‌, କଟିଗଲା ଗୋଡ଼

ଲାଞ୍ଜିଗଡ଼,୧୪ା୧୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଚମ୍ପାଦେଇପୁର ପଞ୍ଚାୟତ ଚନ୍ଦନପୁର ନିକଟସ୍ଥ ଆମ୍ବାଦଳାରୁ ଲାଞ୍ଜିଗଡ଼ ବେଦାନ୍ତ ଲିମିଟେଡ୍‌କୁ ଯାଉଥିବା ମାଲ୍‌ବାହୀ ଟ୍ରେନ୍‌ ଧକ୍କାରେ...

ଟ୍ରକ୍‌କୁ ପଛରୁ ପିଟିଲା ଟ୍ରକ୍‌; ଷ୍ଟିଅରିଂରେ ଚାପି ହୋଇ ରହିଛନ୍ତି ଡ୍ରାଇଭର

ଆନନ୍ଦପୁର/ଘଷିପୁରା,୧୪।୧୧(ସୁଶାନ୍ତ କୁମାର ସାହୁ/ନିରଞ୍ଜନ ସାହୁ ): କେନ୍ଦୁଝର ଜିଲା ଘଷିପୁରା ଥାନା ଅନ୍ତର୍ଗତ ୨୦ ନଂ ଜାତୀୟ ରାଜପଥ ଦରଖୋଳା ଛକ ନିକଟରେ ଏକ ଭୟଙ୍କର...

ବାଲିଯାତ୍ରା ପାଇଁ ଟ୍ରାଫିକ୍‌ କଟକଣା

କଟକ,୧୪ା୧୧(କାର୍ତ୍ତିକ ସାହୁ): କଟକ ସହରରେ ଆସନ୍ତା ୧୫ରୁ ୨୨ ତାରିଖ ପର୍ଯ୍ୟନ୍ତ ବାଲିଯାତ୍ରା ଉତ୍ସବ ଅନୁଷ୍ଠିତ ହେବ। କମିଶନ୍‌ରେଟ୍‌ ପୋଲିସ ପକ୍ଷରୁ ସହରର ବିଭିନ୍ନ ରାସ୍ତାରେ...

କୋର୍ଟରେ ହାଜର ହେଲେ ଏମ୍‌ପି ପ୍ରଦୀପ, ପାଠକ ବାପପୁଅ

ବ୍ରହ୍ମପୁର, ୧୪ା୧୧ (ସୁବାସ ଚନ୍ଦ୍ର ପାଢ଼ୀ): ଟାଟା ମୋଟର୍ସରେ ଚାକିରି ଦେବାକୁ କହି ଏକାଧିକ ଯୁବକଙ୍କଠାରୁ ଟଙ୍କା ଠକେଇ ମାମଲାରେ ବ୍ରହ୍ମପୁର ଏମ୍‌ପି ପ୍ରଦୀପ ପାଣିଗ୍ରାହୀ...

‘ବେଆଇନ ନିର୍ମାଣକାରୀଙ୍କ ଉପରେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ’

କେନ୍ଦୁଝର,୧୩ା୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସହରରେ ବିନା ପାର୍କିଂ ବ୍ୟବସ୍ଥାରେ ବ୍ୟବସାୟିକ କେନ୍ଦ୍ର ଗଢ଼ି ଉଠିଥିବାରୁ ଟ୍ରାଫିକ୍‌ ସମସ୍ୟା ଗୁରୁତର ହୋଇପଡ଼ିଛି। ସେହିପରି ସରକାରୀ ଜମିରେ...

‘କେବଳ ଖାଦ୍ୟ ନିରାପତ୍ତା ନୁହେଁ ବରଂ ସ୍ବାସ୍ଥ୍ୟ ପାଇଁ ବିହନ ସଂରକ୍ଷଣ ଜରୁରୀ’

କୋରାପୁଟ,୧୩ା୧୧(ଅମିତାଭ ବେହେରା): ପାରମ୍ପରିକ କୃଷି ଜୈବ ବିବିଧତାକୁ ସୁରକ୍ଷିତ ରଖିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ବରୂପ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ କୋରାପୁଟର ଲାଣ୍ଡିଗୁଡ଼ାସ୍ଥିତ ସିଟି...

ମାଓବାଦୀଙ୍କ ବର୍ବରତା: ପୋଲିସ ଇନ୍‌ଫର୍ମର ସନ୍ଦେହରେ ଜଣଙ୍କୁ କଲେ ହତ୍ୟା

ମାଲକାନଗିରି,୧୩ା୧୧(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ ବିଜାପୁର ଜିଲାରେ ପୋଲିସ ଇନ୍‌ଫର୍ମର ସନ୍ଦେହରେ ଜଣେ ଯୁବକଙ୍କୁ ବୁଧବାର ମାଓବାଦୀମାନେ ହତ୍ୟା କରିଛନ୍ତି । ସେ ହେଲେ ସୁବଳ ଦୁଲାରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri