Categories: ଫୁରସତ

ଦୀପାବଳିରେ ମା’ ଲକ୍ଷ୍ମୀଙ୍କୁ କେମିତି କରିବେ ସନ୍ତୂଷ୍ଟ, ଜାଣନ୍ତୁ

ଘରର ସୁଖଶାନ୍ତି ବୃଦ୍ଧି ପାଇଁ ଅନେକେ ଦୀପାବଳି ଦିନ ମାତା ଲକ୍ଷ୍ମୀଙ୍କର ପୂଜା କରିଥାନ୍ତି। ମା’ଙ୍କୁ ଧୂପ, ଦୀପ, ନୈବେଦ୍ୟ ଅର୍ପଣ କରିବା ସହ ମା’ଙ୍କ ସ୍ତୋତ୍ର ମଧ୍ୟ ଗାନ କରିଥାନ୍ତି। ତେବେ ଏମିତି ବି କିଛି ବିଶେଷ ଜିନିଷ ରହିଛି, ଯାହାକୁ ଏହି ଦୀପାବଳି ଦିନ ମା’ଙ୍କୁ ସମର୍ପଣ କଲେ ମା’ଙ୍କର ପୂଜା ସଫଳ ହେବା ସହ ମାତୃକୃପା ମିଳିଥାଏ ବୋଲି ବିଶ୍ୱାସ କରାଯାଏ। ଯେମିତିକି: ମାତା ଲକ୍ଷ୍ମୀଙ୍କର ପ୍ରିୟ ଫୁଲ ହେଉଛି ପଦ୍ମ। ଯଦି ଦୀପାବଳି ଦିନ ମାତା ଲକ୍ଷ୍ମୀଙ୍କୁ ପଦ୍ମଫୁଲ ଅର୍ପଣ କରାଯାଏ, ତା’ହେଲେ ମା’ ସନ୍ତୁଷ୍ଟ ହୋଇଥାନ୍ତି। ସେହିପରି ଦୀପାବଳି ଦିନ ମାତା ଲକ୍ଷ୍ମୀଙ୍କ ପାଦତଳେ କିଛି ଅରୁଆ ଚାଉଳ ଅର୍ପଣ କଲେ ଘରେ କେବେ ବି ଅନ୍ନର ଅଭାବ ଦେଖାଯାଇ ନ ଥାଏ। କେହି କେହି ଦୀପାବଳି ଦିନ ମାତା ଲକ୍ଷ୍ମୀଙ୍କ ସହ ପ୍ରଭୁ ଗଣେଶଙ୍କର ମଧ୍ୟ ପୂଜାର୍ଚ୍ଚନା କରିଥାନ୍ତି। କୁହାଯାଏ, ଦୂବଘାସ ବିନା ପ୍ରଭୁ ଗଣେଶଙ୍କର ପୂଜା ଅଧୁରା ହୋଇଥାଏ। ତେଣୁ ପୂଜାରେ ଦୂବଘାସକୁ ମଧ୍ୟ ପ୍ରଭୁଙ୍କୁ ଅର୍ପଣ କରିପାରିବେ। ପୂଜାରେ ଲଡୁ ଭୋଗ ମଧ୍ୟ କରିପାରିବେ। କାରଣ ଲଡୁ ଉଭୟ ପ୍ରଭୁ ଗଣେଶ ଓ ମାତା ଲକ୍ଷ୍ମୀଙ୍କର ପ୍ରିୟ ହୋଇଥାଏ। ଏହି ପୂଜାରେ ପାନ ମଧ୍ୟ ଅର୍ପଣ କରିବା ଶୁଭ; ଏହା ଦୁଃଖକଷ୍ଟ ଦୂର କରିବା ସହ ମନସ୍କାମନା ପୂରଣ କରିବାରେ ସହାୟକ ହୋଇଥାଏ।

Share