ପୁରୁଷୋତ୍ତମପୁର,୫।୧୧(ଡି.ଏନ୍.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରର ପ୍ରସିଦ୍ଧ ରଥସାହି ମା’ ଗଜଲକ୍ଷ୍ମୀଙ୍କ ପୂଜା ଓ ଭଷାଣି କାର୍ଯ୍ୟକ୍ରମ କରୋନା କଟକଣା ମଧ୍ୟରେ ବୁଧବାର ରାତ୍ରରେ ଶେଷ ହୋଇଛି। କେବଳ ବିଧି ରକ୍ଷା ଲାଗି ଏଥର ପୂଜାମଣ୍ଡପ ପରିବର୍ତ୍ତେ ଏକ ଘର ବାରଣ୍ଡାରେ ଆବଦ୍ଧ କରି ବିଧିବିଧାନରେ ପୂଜା କରିଥିଲେ। ଏହି ଭଷାଣି ଉତ୍ସବରେ ପ୍ରତି ବର୍ଷ ବିଭିନ୍ନ ପ୍ରକାରର ଆତସବାଜି ସାଙ୍ଗକୁ ବ୍ୟାଣ୍ଡବାଜା ସଙ୍ଗୀତରେ ସମଗ୍ର ସହର କମ୍ପି ଉଠୁଥିବା ଓ ଶହ ଶହ ଭକ୍ତଙ୍କ ଗହଣରେ ମା’ ବିଦାୟ ନେଉଥିବା ବେଳେ ତାହା ଆଉ ଦେଖିବାକୁ ମିଳିନାହିଁ। ଭଷାଣି ଉତ୍ସବ ସମ୍ପୁର୍ଣ୍ଣ ରୁପେ ଫିକା ପଡ଼ିଯାଇଛି। କେବଳ ହାତଗଣତି ୫ରୁ ୭ଜଣ ବ୍ୟକ୍ତି ମା’ ଗଜଲକ୍ଷ୍ମୀ ନେଇ ବିଦାୟ ନେଇଛନ୍ତି।