ଲକ୍ଷ୍ମୀବସ୍‌ ଡ୍ରଇଭରଙ୍କୁ ମାଡ଼, ବେକ ଓ ହାତରେ ଲାଗିଛି ଆଘାତ

ବାସୁଦେବପୁର,୬।୭: ଲକ୍ଷ୍ମୀ ବସ୍‌କୁ ନେଇ ବିଭିନ୍ନ ଘଟଣା ଦେଖିବାକୁ ମିଳିଥିବାବେଳେ ଶୁକ୍ରବାର ଆଉ ଏକ ମାମଲା ସାମ୍ନାକୁ ଆସିଛି। ବାସୁଦେବପୁରରେ ଲକ୍ଷ୍ମୀ ବସକୁ ଅଟକାଇଇ ଡ୍ରାଇଭରକୁ ମାଡ଼ ମାରିଛନ୍ତି ୨ ଯୁବକ। ଆର୍ତ୍ତୁଂ ଛକ ନିକଟରେ ବାଇକରେ ଆସି ଡ୍ରାଇରଙ୍କୁ ଏପରି ଆକ୍ରମଣ କରିଥିବା ଘଟଣା ସାମ୍ନାକୁ ଆସିଛି। ଲକ୍ଷ୍ମୀ ବସକୁ୍‌ ବିରୋଧ କରି ଡ୍ରାଇଭରକୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଘଟଣାରେ ଡ୍ରାଇଭରଙ୍କ ବେକ ଓ ହାତରେ ଆଘାତ ଲାଗିଛି । ୨ଯୁବକ କିଏ ଓ କେଉଁ ସ୍ଥାନର ବୋଲି ପୋଲିସର ତଦନ୍ତ କରୁଛି।

ନୂତନ ସରକାର ଗଠନ ପରେ ନିର୍ବାଚନୀ ଇସ୍ତାହାରରେ ଦିଆଯାଇଥିବା ପ୍ରତିଶ୍ରୁତି ପାଇଁ କାର୍ଯ୍ୟାରମ୍ଭ ହେବ ବୋଲି ରାଜ୍ୟବାସୀ ଅପେକ୍ଷା କରିରହିଛନ୍ତି। ମାତ୍ର ନିର୍ବାଚନୀ ପଳାଫଳର ଘୋଷଣା ପରେ ପରେ କେବଳ ବିଜେଡି ସରକାର ସମୟରେ କରାଯାଇଥିବା ବିଭିନ୍ନ ଯୋଜନା ପ୍ରଚଳନକୁ ନେଇ କେବଳ ଦ୍ୱନ୍ଦ୍ୱ ବଢ଼ିବାରେ ଲାଗିଛି। ଲକ୍ଷ୍ମୀ ବସ ଚଳାଚଳ ବନ୍ଦ ହୋଇଥିବାନେଇ ବିଭିନ୍ନ ସ୍ଥାନରୁ ଅଭିଯୋଗ ଆସୁଥିବାବେଳେ ଅନେକ ଅଞ୍ଚଳରେ ଲକ୍ଷ୍ମୀବସରୁ ଲୋଗୋ ହଟାଯାଉଥିବା ଦେଖିବାକୁ ମିଳୁଛି। ନୂଆ ସରକାର ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ ନକରିବେ କି କେବଳ ପୁରୂଣା ଯୋଜନାର ନୂଆ ନାମ ଦେବେ ସେନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ଲକ୍ଷ୍ମୀବସଗୁଡ଼ିକରୁ ଷ୍ଟିକର ହଟାଯିବା ନେଇ ସ୍ଥାନୀୟ ଅଧିକାରୀଙ୍କ ଭିନ୍ନ ଭିନ୍ନ ମତ ରହୁଥିବାରୁ ସାଧାରଣରେ ଏହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବିଶେଷକରି ଲକ୍ଷ୍ମୀବସରେ ସ୍ବଳ୍ପ ଦେୟରେ ନିୟମିତ ଯାତ୍ରା କରୁଥିବା ଯାତ୍ରୀଙ୍କ ମଧ୍ୟରେ ନିରାଶ ଭାବ ଦେଖିବାକୁ ମିଳିଛି। ଗୁରୁବାର ସୁବର୍ଣ୍ଣପୁର, ମାଲକାନଗିରି, ପୁରୀ, ରାୟଗଡ଼ା, ସୁନ୍ଦରଗଡ଼, ବାଲେଶ୍ୱର ସହ ଅନ୍ୟାନ୍ୟ ଜିଲାରେ ବସରୁ ଲୋଗୋ ହଟାଯାଉଥିବା ନଜରକୁ ଆସିଛି।

 

Share