ଅଁଳା ଗଛରେ ବାସ କରିଥାନ୍ତି ସ୍ବୟଂ ଲକ୍ଷ୍ମୀନାରାୟଣ, ଜାଣନ୍ତୁ ଏହାର ମହତ୍ତ୍ୱ…

ଅଁଳା ଗଛ ଯେତିକି ପବିତ୍ର ସେତିକି ଉପକାରୀ ମଧ୍ୟ। କାରଣ ଏହି ଗଛରେ ଭରି ରହିଛି ଅନେକ ଔଷଧୀୟ ଗୁଣ। ସେହିପରି ଏହାର ଆଧ୍ୟାତ୍ମିକ ଗୁଣ ମଧ୍ୟ ବେଶ୍‌ ଉଚ୍ଚକୋଟୀର। ଏହି ଗଛରେ ସ୍ବୟଂ ଲକ୍ଷ୍ମୀନାରାୟଣ ବାସ କରିଥାନ୍ତି ବୋଲି ବିଶ୍ୱାସ କରାଯାଏ। କେହି କେହି କୁହନ୍ତି, ପ୍ରତିଦିନ ସ୍ନାନ ସାରି ଅଁଳା ଗଛ ମୂଳରେ ଜଳ ଅର୍ପଣ କଲେ ପ୍ରଭୁ କୃପା ଲାଭ ହେବା ସହ ମା’ ଲକ୍ଷ୍ମୀ ବି ପ୍ରସନ୍ନ ହୋଇଥାନ୍ତି। ଆଉ ତାଙ୍କରି ଆଶୀର୍ବାଦରୁ ଘରେ ଉନ୍ନତି ହେବା ସଙ୍ଗେସଙ୍ଗେ ପରିବାରର ଦୁଃଖ ଦୁର୍ଦ୍ଦଶା ଦୂରେଇ ଯାଇଥାଏ। ଅନ୍ୟପକ୍ଷେ ଅଁଳାର ଔଷଧୀୟ ଗୁଣକୁ ତର୍ଜମା କଲେ ଜଣାଯାଏ, ଅଁଳା ଖାଇବା ଦ୍ୱାରା ଦୃଷ୍ଟିଶକ୍ତି ପ୍ରଖର ହୋଇଥାଏ। ସେହିପରି ପାଚନ କ୍ରିୟାକୁ ସକ୍ରିୟ କରିବାରେ ଅଁଳାର ଭୂମିକା ବେଶ୍‌ ଗୁରୁତ୍ୱପୂର୍ଣ୍ଣ। ସ୍ମରଣଶକ୍ତିକୁ ତ୍ୱରାନିତ କରିବାରେ ବି ଏହା ଖୁବ୍‌ ଉପକାରୀ ହୋଇଥାଏ। ବାସ୍ତୁଶାସ୍ତ୍ର ମତରେ, ଘରର ଉତ୍ତର ଦିଗରେ ଅଁଳା ଗଛ ଲଗାଇ ତାହାକୁ ପୂଜାକଲେ ନିଜର ସ୍ମୃତିଶକ୍ତି ପ୍ରଖର ହେବା ସହ ସନ୍ତାନମାନଙ୍କର ମଧ୍ୟ ମଙ୍ଗଳ ହୋଇଥାଏ। ଏପରିକି ଘର ମଧ୍ୟକୁ କୌଣସି ନକରାତ୍ମକ ଶକ୍ତି ପ୍ରବେଶ କରିପାରେ ନାହିଁ। ସେହିପରି କୁହାଯାଏ, ଘରର ଉତ୍ତର ଦିଗରେ ଯଦି କୌଣସି ବାସ୍ତୁଦୋଷ ଥାଏ, ତା’ହେଲେ ଏହି ଦିଗରେ ଅଁଳା ଗଛ ଲଗାଇଲେ ତାହା ଆପେ ଆପେ ଠିକ୍‌ ହୋଇଯାଇଥାଏ। କିନ୍ତୁ ଏହି ଗଛକୁ ଘରର ଖୁବ୍‌ ନିକଟରେ ନ ଲଗାଇ ଘରଠୁ ଟିକେ ଛାଡିକି ଲଗାଇବା ଆବଶ୍ୟକ ବୋଲି ବାସ୍ତୁଶାସ୍ତ୍ରରେ କୁହାଯାଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

ରକ୍ତଦାନ କରୁଥିଲେ ଜାଣି ରଖନ୍ତୁ…

ରକ୍ତଦାନ ଦ୍ୱାରା ଆମେ ଜଣେ ବ୍ୟକ୍ତିଙ୍କର ଜୀବନ ବଞ୍ଚାଇବାରେ ଅନେକାଂଶରେ ସହାୟତା କରିପାରିବା- ଏକଥା ସମସ୍ତେ ହୃଦୟଙ୍ଗମ କରିବା ଦରକାର। ବିଶ୍ୱରେ କୋଟି କୋଟି ରକ୍ତଦାତା...

ମାଇକ୍ରୋଆର୍‌ଏନ୍‌ଏ : ଜିନ୍‌ର ପ୍ରମୁଖ ନିୟାମକ

କିଏ ପାଇଛନ୍ତି: ଚଳିତ ବର୍ଷର ଶରୀର ବିଜ୍ଞାନ କିମ୍ବା ଭେଷଜ ବିଜ୍ଞାନରେ ନୋବେଲ ପୁରସ୍କାର ପାଇବାର ଗୌରବ ଲାଭ କରିଛନ୍ତି ଭିକ୍ଟର ଆମ୍ବ୍ରୋସ ଏବଂ ଗ୍ୟାରି...

ଅଁଳା ଗଛରୁ ପାଇବେ ଲକ୍ଷ୍ମୀଙ୍କ କୃପା: ପ୍ରସନ୍ନ ହେବେ ମା’

ଅଁଳା ଗଛ ଯେତିକି ପବିତ୍ର ସେତିକି ମଧ୍ୟ ଗୁଣକାରୀ। ଏହାର ଆଧ୍ୟାତ୍ମିକ ମହତ୍ତ୍ୱ ବି ଅତ୍ୟନ୍ତ ଉଚ୍ଚକୋଟୀର। କାରଣ ଏହି ଗଛରେ ସ୍ବୟଂ ଲକ୍ଷ୍ମୀନାରାୟଣ ବାସ...

ପଞ୍ଚମୁଖୀ ହନୁମାନଙ୍କର ଫଟୋ ଘରକୁ ଆଣିଥାଏ ଶୁଭଫଳ: ଜାଣନ୍ତୁ କିପରି

କୁହାଯାଏ, ଘରେ କୌଣସି ବାସ୍ତୁଦୋଷ ଥିଲେ ଅନେକ ପ୍ରକାରର ଅଶାନ୍ତି ଉପୁଜିଥାଏ। ତେଣୁ ଏହି ବାସ୍ତୁଦୋଷକୁ ସହଜରେ କିପରି ଦୂର କରିହେବ ଜାଣନ୍ତୁ ସେ ସମ୍ପର୍କରେ…...

ବଜାରକୁ ଆସିଲାଣି ନକଲି ‘ଆଲମଣ୍ଡ’, କିଭଳି ସହଜ ଉପାୟରେ ଚିହ୍ନିବେ ଜାଣନ୍ତୁ?  

‘ଆଲମଣ୍ଡ’ ଫାଇବର, ପ୍ରୋଟିନ୍‌, ଆଇରନ୍‌, ମ୍ୟାଗ୍ନେସିୟମ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ପୋଷକ ତତ୍ତ୍ୱ ମିଳିଥାଏ। ନିୟମିତ ଏହାର ସେବନ କରିବା ଦ୍ୱାରା ସ୍ମରଣଶକ୍ତି ବୃଦ୍ଧି ପାଇଥାଏ।...

ପ୍ରେମ ହେଉଛି ସବୁ ଦୁଃଖର କାରଣ, କାହିଁକି ଏଭଳି କହିଛନ୍ତି ଚାଣକ୍ୟ…

ମହାନ ରାଜନୀତିଜ୍ଞ ଏବଂ ଅସ୍ତ୍ରଶାସ୍ତ୍ର ବିଶାରଦ ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ସଫଳ ଜୀବନକୁ ନେଇ ଅନେକ ନୀତି ଉଲ୍ଲେଖ କରିଛନ୍ତି। ପ୍ରେମ ସମ୍ପର୍କକୁ ନେଇ...

ଏମିତି ଲୋକଙ୍କଠାରୁ ଦୂରରେ ରହିବାକୁ…

ଭାରତର ମହାନ ରାଜନୀତିଜ୍ଞ ଏବଂ ଅର୍ଥଶାସ୍ତ୍ର ବିଶେଷଜ୍ଞ ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ବିଭିନ୍ନ ବିଷୟରେ ବର୍ଣ୍ଣନା କରିଛନ୍ତି। ଚାଣକ୍ୟ ନୀତି ପୁସ୍ତକର ୧୭ତମ ଅଧ୍ୟାୟର...

କାହାକୁ ଗୁରୁ କରିବା ପୂର୍ବରୁ ଜାଣନ୍ତୁ ଚାଣକ୍ୟଙ୍କ ଏହି କଥା

ଚାଣକ୍ୟ ଜଣେ ପଣ୍ଡିତ ଏବଂ ମହାନ ଶିକ୍ଷକ ଥିଲେ। ସେ ତାଙ୍କ ଚାଣକ୍ୟ ନୀତିରେ ଅନେକ ବିଷୟ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି, ଗୁରୁ ହିଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri