Categories: ଖେଳ

ଲକ୍ଷ୍ମୀପ୍ରସାଦ ବିଶ୍ୱ ଚାମ୍ପିୟନଶିିପ୍‌ ପାଇଁ ରେଫରି

ଭୁବନେଶ୍ୱର,୨୪ା୯: ଚଳିତ ମାସ ୧୬ରୁ୧୮ ତିନି ଦିନ ଧରି ଟାଏକୋଣ୍ଡୋ ଆସୋସିଏଶନ ଅଫ୍‌ ଇଣ୍ଡିଆ ଆନୁକୂଲ୍ୟରେ ୧୦ତମ ଜାତୀୟ ବ୍ଲାକ ବେଲ୍ଟ ଟାଏକୋଣ୍ଡୋ ଆଇଟିଏଫ୍‌ ଫିଜିକାଲ ଆଣ୍ଡ୍‌ ଟେକ୍‌ନିକାଲ ଫିଟନେସ ସେମିନାର ଏବଂ ପ୍ରଥମ ଚାମ୍ପିୟନ ପ୍ରୋ-ଲିଗ୍‌ ଗୋଆର ମିରାମାର ବିଚ୍‌ ଓ କମ୍ପାଲା ଇନ୍‌ଡୋର ହଲ୍‌ଠାରେ ଅନୁଷ୍ଠିତ ହୋଇଯାଇଛି। ଗ୍ରାଣ୍ତମାଷ୍ଟର ଡ. ରାଜେନ୍ଦ୍ରନ୍‌ ବାଲାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ବୈଷୟିକ ସୂଚକାଙ୍କରେ ୭୪ କୋଚ୍‌ଙ୍କ ମଧ୍ୟରେ ଅଗ୍ରଣୀ ହୋଇ ଓଡ଼ିଶାର ଥାର୍ଡ ଡାନ ବ୍ଲାକ ବେଲ୍ଟ ଲକ୍ଷ୍ମୀପ୍ରସାଦ ନାୟକ ଜାତୀୟ ଓ ୨୦୨୩ ସେପ୍ଟେମ୍ବରରେ ଦିଲ୍ଲୀରେ ଆୟୋଜିତ ହେଉଥିବା ବିଶ୍ୱ ଚାମ୍ପିୟନଶିପ୍‌ ପାଇଁ ରେଫରି ମନୋନୀତ ହୋଇଛନ୍ତି।
ଅପରପକ୍ଷେ, ପ୍ରଥମ ପ୍ରୋ-ଲିଗ୍‌ରେ ୧୫ଟି ରାଜ୍ୟର ୧୬୬ ପ୍ରତିଯୋଗୀ ଭାଗ ନେଇଥିବା ବେଳେ ଓଡ଼ିଶା କୋଚ୍‌ ଲକ୍ଷ୍ମୀ ପ୍ରସାଦ ନାୟକଙ୍କ ନେତୃତ୍ୱରେ କଳିଙ୍ଗ ଯୋଦ୍ଧା ଟାଏକୋଣ୍ଡୋ ଏକାଡେମୀରେ ପ୍ରଶିକ୍ଷିତ ୨ ଜଣ ପ୍ରତିଯୋଗୀ ଯଥାକ୍ରମେ ବ୍ୟକ୍ତିଗତ ସ୍ପାଇରିଙ୍ଗ ପୁରୁଷ ଭେଟେରାନ ବିଭାଗରେ ଦେବାଶିଷ ବାରିକ ରୌପ୍ୟ ଓ ବାଳକ ବିଭାଗରେ ସ୍ମୃତି ସାଗର ଜେନା ବ୍ରୋଞ୍ଜ ପଦକ ଅର୍ଜନ କରିଥିଲେ ା ଓଡ଼ିଶାର ଏହି ସାମଗ୍ରିକ ସଫଳତା ଓ କୃତିତ୍ୱ ପାଇଁ ପ୍ରତିଯୋଗୀମାନଙ୍କୁ ସେଣ୍ଟ ଜାଭିୟର୍ସ ଇଣ୍ଟରନ୍ୟାଶନାଲ ସ୍କୁଲ ସମୂହର ଅଧ୍ୟକ୍ଷ ତଥା ସଭାପତି ଡ. ବଦ୍ରିନାଥ ପଟ୍ଟନାୟକ, ରୋଟାରିଆନ ଶୁଭକାନ୍ତ ସାମନ୍ତସିଂହାର, କଳିଙ୍ଗ ଯୋଦ୍ଧା ଫାଉଣ୍ଡେଶନ ଟ୍ରଷ୍ଟର ଟ୍ରଷ୍ଟି ପ୍ରିୟବ୍ରତ ପାଢୀ, ପ୍ରଶାନ୍ତ କୁମାର ସାହୁ ଶୁଭେଚ୍ଛା ଜଣାଇଛନ୍ତ।

Share