Categories: ବାଣିଜ୍ୟ

୨୭୬ କର୍ମଚାରୀଙ୍କୁ ଛଟେଇ କଲା ମାଇକ୍ରୋସଫ୍ଟ

ନୂଆଦିଲ୍ଲୀ,୧୧।୭: ବଡ କମ୍ପାନୀଗୁଡିକରେ ଛଟେଇ ପ୍ରକ୍ରିୟା ଚାଲିଛ। ଆମାଜନ, ଗୁଗୁଲ, ଟୁଇଟର, ମେଟା ପରି କମ୍ପାନୀଗୁଡିକ ଗତ କିଛି ମାସ ମଧ୍ୟରେ ବିଭିନ୍ନ ପର୍ଯ୍ୟାୟରେ କର୍ମଚାରୀଙ୍କୁ ଛଟେଇ କରିଛନ୍ତି। ତେବେ ଜାନୁୟାରୀରେ ୧୦,୦୦୦ କର୍ମଚାରୀଙ୍କୁ ଛଟେଇ ଘୋଷଣା କରିଥିବା କମ୍ପାନୀ ପୁଣି ଥରେ ଶହ ଶହ କର୍ମଚାରୀଙ୍କୁ ବାହାର ରାସ୍ତା ଦେଖାଇଛି।

ଅଧିକାଂଶ ପ୍ରଭାବିତ କର୍ମଚାରୀ କଷ୍ଟୋମର ସର୍ଭିସ, ସପୋର୍ଟ ଏବଂ ସେଲ୍ସ ଦଳ ସହିତ ଜଡିତ। ଗିକ ୱୋୟାରରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଜାନୁୟାରୀରେ କମ୍ପାନୀ ଘୋଷଣା କରିଥିବା ୧୦,୦୦୦ ଛଟେଇ ବ୍ୟତୀତ ଏହି କର୍ମଚାରୀଙ୍କୁ ବରଖାସ୍ତ କରାଯାଇଥିଲା। ଏହି କର୍ମଚାରୀମାନେ ଆମେରିକାର ୱାଶିଂଟନ ରାଜ୍ୟରେ କାର୍ଯ୍ୟ କରୁଥିଲେ।

 

Share