ଦେଶ ଛାଡ଼ି ପଳାଇବାରେ ସଫଳ ହେଲେ ଆଫଗାନିସ୍ତାନର ଏହି ଲୋକପ୍ରିୟ ପପ୍‌ ଷ୍ଟାର୍‌; ସୋସିଆଲ ମିଡିଆରେ ଲେଖିଲେ…

କାବୁଲ: ଆଫଗାନିସ୍ତାନକୁ ତାଲିବାନ କ୍ଷମତା ଦଖଲ କରିବା ପରେ ସେଠାକାର ପରିସ୍ଥିତି ଚିନ୍ତାଜନକ ରହିଛି। ଏଭଳି ସ୍ଥିତିରେ ସାଧାରଣଜନତା ଦେଶ ଛାଡ଼ି ଅନ୍ୟତ୍ର ଚାଲିଯିବାକୁ ପ୍ରୟାସ କରୁଛନ୍ତି। ଜୀବନ ବଞ୍ଚାଇବା ପାଇଁ ଅନେକ ଲୋକ ଆଫଗାନିସ୍ତାନରୁ ବାହାରି ଯିବାରେ ସଫଳ ହୋଇଥିବା ବେଳେ ଏବେ ବି ଲୋକ ବାଟ ଖୋଜୁଛନ୍ତି। ଏବେ ଦେଶର ଲୋକପ୍ରିୟ ପପ୍‌ ଷ୍ଟାର ଅର଼୍ୟାନା ସଇଦ ଦେଶରୁ ବାହାରକୁ ଆସିବାରେ ସଫଳ ହୋଇଛନ୍ତି। ସୋସିଆଲ ମିଡିଆରେ ସେ ଏନେଇ ଜଣାଇଛନ୍ତି।

ଅର଼୍ୟାନା ଏବେ ଆଫଗାନିସ୍ତାନ ଛାଡ଼ି ଦୋହାରେ ପହଞ୍ଚିଛନ୍ତି। ନିଜର ଯାତ୍ରା ନେଇ ସେ କହିଛନ୍ତି, ଗତ କିଛି ରାତି ଭୟଙ୍କର ଥିଲା। ଅନେକ ବିପଦର ସାମ୍ନା କରିବାକୁ ପଡ଼ିଥିଲା। ଭୟ ଏବଂ ଅଶାନ୍ତି ପରିବେଶ ଦେଖି ବହୁତ ଡ଼ର ଲାଗୁଛି। ସେ ଏବେ ଶାନ୍ତିରେ ଜୀବନ ଜିଇଁବାକୁ ଚାହୁଁଛନ୍ତି। ଦୋହାରୁ ସେ ଇସ୍ତାନବୁଲ ଯିବେ ବୋଲି ପ୍ରଶଂସକଙ୍କୁ ଜଣାଇଛନ୍ତି।

Share