ଏ.ଆର. ରହମାନଙ୍କ ପ୍ରଥମ ଫିଲ୍ମ ‘ଲେ ମସ୍କ’ର କାନ ଏକ୍ସଆରରେ ହେବ ପ୍ରିମିୟର

ମୁମ୍ବାଇ: ଗ୍ରାମୀ ବିଜେତା ଭାରତୀୟ ସଙ୍ଗିତକାର ଏ.ଆର. ରେହମାନଙ୍କ ପ୍ରଥମ ଫିଲ୍ମ ‘ଲେ ମସ୍କ’ର କାନ ଫିଲ୍ମ ମାର୍କେଟରେ କାନ ଏକ୍ସଆର ପ୍ରୋଗ୍ରାମରେ ୱାର୍ଲଡ ପ୍ରିମିୟର ହେବ ।
୩୬ ମିନିଟର ଏହି ଫିଲ୍ମ ଏକ ସିନେମାଟିକ୍ ସମ୍ବେଦନଶୀଳ ଅନୁଭୁତି ପାଇଁ ଡିଜାଇନ୍ ହୋଇଛି ଯେଉଁଥିରେ ଭର୍ଚୁଆଲ ବାସ୍ତବତାକୁ ସାମିଲ କରାଯାଇଛି ।
ଭେରାଇଟି ହିସାବରେ, ଏହା ରାଜକୁମାରୀ ଓ ସଙ୍ଗିତକାର ଜୁଲିଏଟ ମେର୍ଡିନିୟମଙ୍କ ଜୀବନୀ ଉପରେ ଆଧାରିତ ଯିଏ ଅନାଥ ହେବାର ୨୦ ବର୍ଷ ପରେ ସେହି ପୁରୁଷଙ୍କୁ ଖୋଜୁଛନ୍ତି, ଯିଏ ତାଙ୍କ ଜୀବନକୁ ପରିବର୍ତ୍ତନ କରିଦେଇଥିଲେ ।
ରହମାନ ଏହି କାହାଣୀକୁ ତାଙ୍କ ପତ୍ନୀ ସାୟରାଙ୍କ ମୂଳ ଲେଖାକୁ ବିକଶିତ କରି କରିଛନ୍ତି । ରହମାନ ସାହେବ ଏହାର ପଟ୍ଟକଥା ଲେଖିଛନ୍ତି । ସମଗ୍ର ବିଶ୍ୱରେ ସହଯୋଗୀମାନଙ୍କ ସହ ଲେ ମସ୍କ ନିର୍ମାଣ ପାଇଁ ବର୍ଷ ବର୍ଷ ସମୟ ଲାଗିଛି । ସୁଗନ୍ଧ ଓ ସଙ୍ଗିତ ଏକାଠି ଦର୍ଶକଙ୍କ ପାଇଁ ଭିନ୍ନ ଅନୁଭୁତି ଆଣିବ ।
ମୁଖ୍ୟଭୂମିକାରେ ନୋରା ଆର୍ଜେନର ଏବଂ ଗାଇ ବର୍ନେଟଙ୍କ ସହ ମୁନିରିହ ଗ୍ରେସ ଓ ମରିୟମ ଜୋହରାବୟନ୍ ଅଭିନୟ କରିଛନ୍ତି ।

Share