Categories: ଖେଳ

ଲିଚ୍‌ଙ୍କ ନିକଟରେ କରୋନା ଲକ୍ଷଣ ଦେଖାଦେଇଥିଲା

ସାଉଥମ୍ପଟନ, ୨୯ା୬ (ପି.ଟି.)-ଚଳିତ ବର୍ଷ ପ୍ରାରମ୍ଭରେ ଦକ୍ଷିଣ ଆଫ୍ରିକା ଟୁର୍‌ ବେଳେ ଇଂଲଣ୍ଡ ସ୍ପିନର ଜ୍ୟାକ୍‌ ଲିଚ୍‌୍‌ଙ୍କର କରୋନା ଭାଇରସ୍‌ ଭଳି ଲକ୍ଷଣ ଦେଖା ଦେଇଥିଲା। ହେଲେ ସେ ଫିଟ୍‌ନେସ୍‌ ଫେରି ପାଇବା ସହ ଆସନ୍ତା ମାସରେ ହେବାକୁଥିବା ଟେଷ୍ଟ ସିରିଜ ପାଇଁ ଜାତୀୟ ଦଳରେ ସ୍ଥାନ ପକ୍କା କରିପାରିଛନ୍ତି। ଲିଚ୍‌ ଜାନୁୟାରୀରେ ଦକ୍ଷିଣ ଆଫ୍ରିକାରୁ ଫେରିଥିଲେ। ସେତେବେଳେ ତାଙ୍କର ରକ୍ତ ସଂକ୍ରମଣ ଜନିତ ସମସ୍ୟା ଦେଖା ଦେଇଥିଲା। ସେଞ୍ଚୁରିଅନ ଟେଷ୍ଟ ପୂର୍ବରୁ ସେ ଥଣ୍ଡା ଜ୍ୱରରେ ମଧ୍ୟ ପୀଡ଼ିତ ହୋଇଥିଲେ। ଜୁଲାଇ ୮ରୁ ଆରମ୍ଭ ହେବାକୁଥିବା ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଲାଗି ଇଂଲଣ୍ଡର ୩୦ ଜଣିଆ ଦଳରେ ଲିଚ୍‌ ସ୍ଥାନ ପାଇଛନ୍ତି। ଦକ୍ଷିଣ ଆଫ୍ରିକାରେ ଅସୁସ୍ଥ ଥିବାବେଳେ ତାଙ୍କ ନିକଟରେ ମାରାତ୍ମକ କୋଭିଡ୍‌-୧୯ ଭଳି ଲକ୍ଷଣ ମାନ ଦେଖା ଦେଇଥିଲା। ମୁଁ ଯଦି ବର୍ତ୍ତମାନ ଦକ୍ଷିଣ ଆଫ୍ରିକାରେ ଥାଆନ୍ତି ଏବଂ ମୋ ପାଖରେ ସେଭଳି ଲକ୍ଷଣମାନ ଦେଖା ଦେଇଥାନ୍ତା ତେବେ ମୁଁ କରୋନା ଭାଇରସରେ ସଂକ୍ରମିତ ବୋଲି ଲୋକେ କହିଥାନ୍ତେ। କିନ୍ତୁ ଏବେ ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଓ ଫିଟ୍‌ ଅଛି।