Categories: ଜାତୀୟ

ସ୍ତ୍ରୀଙ୍କୁ ବିବାହ ବାର୍ଷିକୀରେ ଏକେ-୪୭ ରାଇଫଲ ଉପହାର ଦେଇ ବିବାଦରେ ନେତା

କୋଲକାତା,୩୦ା୮: ତୃଣମୂଳ କଂଗ୍ରେସ (ଟିଏମସି)ର ପୂର୍ବତନ ନେତା ରିଆଜୁଲ ହକ୍‌ ପ୍ରଥମ ବିବାହ ବାର୍ଷିକୀରେ ସ୍ତ୍ରୀଙ୍କୁ ଏକ ଏକେ-୪୭ ରାଇଫଲ ଉପହାର ଦେଇଥିବା ବେଳେ ଏହାକୁ ନେଇ ବିବାଦ ଲାଗି ରହିଛି। ସୋସିଆଲ ମିଡିଆରେ ରିଆଜୁଲଙ୍କ ସ୍ତ୍ରୀ ସାବିନା ୟାସମିନଙ୍କ ଏକେ-୪୭ ବନ୍ଧୁକ ଧରିଥିବାର ଫଟୋ ଶେୟାର କରିବା ପରେ ଏହି ବିବାଦ ଉପୁଜିଥିଲା। ପରେ ଭାରତୀୟ ଜନତା ପାର୍ଟି ଏବଂ ସିପିଆଇ (ଏମ୍‌) ର ସ୍ଥାନୀୟ ନେତାମାନେ ‘ତାଲିବାନ ଶାସନକୁ ପ୍ରୋତ୍ସାହିତ’ ସମାଲୋଚନା କରିବା ପରେ ରିଆଜୁଲ ଏହି ପୋଷ୍ଟକୁ ଡିଲିଟ୍‌ କରିଦେଇଥିଲେ।

ଏକେ-୪୭ ରାଇଫଲ, ସାମରିକ ଏବଂ ପାରାମିଲିଟାରୀ ଅପରେଶନରେ ଏହାର ବ୍ୟବହାର ପାଇଁ ବହୁଳ ଭାବରେ ସ୍ବୀକୃତିପ୍ରାପ୍ତ। ସୋସିଆଲ ମିଡିଆରେ ଏହି ପୋଷ୍ଟ ପଛରେ ରିଆଜୁଲଙ୍କ ଉଦ୍ଦେଶ୍ୟ ବିଷୟରେ କଳ୍ପନା ଜଳ୍ପନାର କାରଣ ହୋଇଥିଲା। ତାଙ୍କ କାର୍ଯ୍ୟକୁ ରକ୍ଷା କରୁଥିବା ବେଳେ ରିଆଜୁଲ କହିଛନ୍ତି, ତାଙ୍କ ସ୍ତ୍ରୀ ପ୍ରକୃତରେ ‘ଖେଳନା ବନ୍ଧୁକ ଧରିଛନ୍ତି’। ସେ ଆହୁରି ମଧ୍ୟ କହିଛନ୍ତି, ମୋ’ ସ୍ତ୍ରୀଙ୍କ ହାତରେ ଖେଳନା ବନ୍ଧୁକ ଥିବାରୁ କୌଣସି ବେଆଇନ କାର୍ଯ୍ୟ କରାଯାଇ ନାହିଁ। ମୋ’ ବିରୋଧରେ ଅଭିଯୋଗ ଭିତ୍ତିହୀନ। କାରଣ ବନ୍ଧୁକ ନକଲି ବୋଲି ସେ କହିଛନ୍ତି।

Share