
ଭୁବନେଶ଼୍ବର, ୧୭।୬: ଆସନ୍ତା ୧୯ ତାରିଖ ଦିନ ବିଜୁ ଜନତା ଦଳର ବିଧାୟକମାନଙ୍କୁ ନେଇ ବୈଠକ ବସିବ । ବିଜେଡି କାର୍ଯ୍ୟାଳୟ ଶଙ୍ଖ ଭବନରେ ଏହି ବୈଠକ ବସିବା ନେଇ ଜଣାପଡ଼ିଥିବା ବେଳେ ଏଥିରେ ସର୍ବସମ୍ମତି କ୍ରମେ ବିଧାୟକ ଦଳର ନେତା ଚୟନ କରାଯିବ। ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହେବ ।
ସୂଚନା ଥାଉକି, ଜୁନ୍ ୧୮,୧୯ ଏବଂ ୨୦ ତାରିଖ ତିନିଦିନ ବିଧାନସଭା ଚାଲିବ । ଏଥିରେ ନବ ନିର୍ବାଚିତ ବିଧାୟକଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ନୂଆ ବାଚସ୍ପତି ଚୟନ କରାଯିବ ।