ମାଣ୍ଡିପଙ୍କାକୁ ଛୁଟୁଛି ନେତା, ଅଫିସରଙ୍କ ସୁଅ: ମୁଣ୍ଡ ପିଛା ୧୫ କେଜି ପିଡ଼ିଏସ୍‌ ଚାଉଳ ଦେବାକୁ…

ଦାରିଙ୍ଗବାଡି,୨।୧୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଗଦାପୁର ପଞ୍ଚାୟତ ମାଣ୍ଡିପଙ୍କାରେ ଆମ୍ବ ଟାଙ୍କୁଆ ଖାଇ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଏବେ ମଧ୍ୟ ବ୍ରହ୍ମପୁର ବଡ଼ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି। ଏହି ଘଟଣା ଘଟିବା ପରେ ଏବେ ମାଣ୍ଡିପଙ୍କାକୁ ନେତା, ଅଫିସରଙ୍କ ସୁଅ ଛୁଟୁଛି।
ଶନିବାର ଅପରାହ୍ନରେ କଂଗ୍ରେସର ବରିଷ୍ଠ ନେତା ଶ୍ରୀକାନ୍ତ ଜେନା, ବରିଷ୍ଠ ଓକିଲ ଦୀପକ ପଟ୍ଟନାୟକ, ଅମିରଚାନ୍ଦ ନାୟକ ପ୍ରମୁଖ ମାଣ୍ଡିପଙ୍କାରେ ମୃତକଙ୍କ ଘରେ ପହଞ୍ଚିଥିଲେ। ଶୋକସନ୍ତପ୍ତ ପରିବାରକୁ ଭେଟିବା ସହ ଏବେ ବି ଗ୍ରାମରେ ଭୋକ ପାଇଁ ଆମ୍ବ ଟାକୁଆ ଖାଇବା ଜାଣି ଉଦ୍‌ବେଗ ପ୍ରକାଶ କରିଛନ୍ତି। ଏ ନେଇ ସେ ପିଡିିଏସ୍‌ ଚାଉଳ ଠିକ୍‌ ସମୟରେ ଲୋକଙ୍କୁ ମିଳୁ ନ ଥିବା ଓ ଅକ୍ଟୋବର ମାସର ଚାଉଳ ନଭେମ୍ବରରେ ବଣ୍ଟନ କରାଯାଉଥିବା ନେଇ କ୍ଷୋବ ପ୍ରକାଶ କରିଛନ୍ତି।
ସେହିପରି ପଡିିଏସ୍‌ ମାତ୍ର ୫ କେଜି ଲେଖାଏ ଚାଉଳ ନିଅଣ୍ଟିଆ ହେଉଛି। ତେଣୁ ସରକାର ସହର ତଥା ଉନ୍ନୟନ ଅଞ୍ଚଳ ଛାଡି ଏଭଳି ଦୁର୍ଗମ ଅପହଞ୍ଚ ଗ୍ରାମରେ ଅତି କମରେ ଜଣଙ୍କ ପିଛା ୧୫ କିଲୋ ଚାଉଳ ଦେବାକୁ ପଦକ୍ଷେପ ନିଅନ୍ତୁ ବୋଲି ସେ କହିଛନ୍ତି।
ସମାନଭାବେ ନେଟୱାର୍କ, ରାସ୍ତା ସମ୍ପ୍ରସାରଣ ଓ ବିଭିନ୍ନ ଉନ୍ନୟନ କାର୍ଯ୍ୟକୁ ସରକାର ଗୁରୁତ୍ୱ ଦେବାକୁ କହିବା ସହ ଏତେ ବଡ଼ ଘଟଣା ସାରା ରାଜ୍ୟ ତଥା ରାଜ୍ୟ ବାହାରେ ଚହଳ ସୃଷ୍ଟି କରିଥିବା ବେଳେ କନ୍ଧମାଳ ଜିଲାପାଳ ଏବେ ପର୍ଯ୍ୟନ୍ତ ମାଣ୍ଡିପଙ୍କାରେ ପହଞ୍ଚି ନଥିବା ନେଇ ଶ୍ରୀକାନ୍ତ ଜେନା ଉଦ୍‌ବେଗ ପ୍ରକାଶ କରଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବହୁଚର୍ଚ୍ଚିତ ଗ୍ରାହାମ ଷ୍ଟେନ୍ସ ହତ୍ୟା ମାମଲା, ୨୫ବର୍ଷ ପରେ ଜେଲରୁ ମୁକୁଳିଲେ ଦାରା ସିଂଙ୍କ ସହଯୋଗୀ ମହେନ୍ଦ୍ର

କେନ୍ଦୁଝର,୧୬।୪(ନରେଶ ଚନ୍ଦ୍ର ପଟ୍ଟନାୟକ): ବହୁଚର୍ଚ୍ଚିତ ଗ୍ରାହାମ ଷ୍ଟେନ୍ସ ହତ୍ୟା ମାମଲାରେ ଆଜୀବନ ସଜା କାଟୁଥିବା ଅନ୍ୟତମ ଦୋଷୀ ମହେନ୍ଦ୍ର ହେମ୍ରମଙ୍କୁ ଜେଲରୁ ମୁକ୍ତି ମିଳିଛି। ମହେନ୍ଦ୍ର...

ମହାଦେବ ବେଟିଂ ଆପ୍ ମନି ଲଣ୍ଡରିଂ ମାମଲା: ଓଡ଼ିଶା ସମେତ ବିଭିନ୍ନ ରାଜ୍ୟରେ ଇଡିର ଚଢାଉ

ଭୁବନେଶ୍ୱର,୧୬।୪: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ମହାଦେବ ଅନଲାଇନ୍ ବେଟିଂ ଆପ୍ ମନି ଲଣ୍ଡରିଂ ମାମଲାର ତଦନ୍ତକୁ ତୀବ୍ର କରିଛି ଏବଂ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟରେ...

ନକଲି ସୁନା ବନ୍ଧକ ରଖିବା ଆଳରେ ୫ ଜଣଙ୍କଠାରୁ ଠକିଥିଲେ ଲକ୍ଷାଧିକ ଟଙ୍କା, ମହିଳାଙ୍କୁ ବାନ୍ଧିଲା ଭଞ୍ଜନଗର ପୋଲିସ

ଭଞ୍ଜନଗର,୧୬।୪(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ନକଲି ସୁନା ବନ୍ଧକ ରଖି ୫ ମହିଳାଙ୍କଠାରୁ ଲକ୍ଷାଧିକ ଟଙ୍କା ଠକି ନେଇଥିବା ଅଭିଯୋଗରେ ଜଣେ...

ବନ୍ଦ ହୋଇଯିବ କି ଆପଣଙ୍କ Instagram, Facebook? ଏ ହେଉଛି ବଡ଼ କାରଣ…

ନୂଆଦିଲ୍ଲୀ,୧୬।୪: ମେଟା ଏକ ଆଣ୍ଟିଟ୍ରଷ୍ଟ ମାମଲା ସାମ୍ନା କରୁଛି। ଏହି ପରୀକ୍ଷଣ ଯୋଗୁ କମ୍ପାନୀ Instagram ଏବଂ WhatsApp ହରାଇପାରେ। ମେଟା ବିରୋଧରେ ଅନେକ ଅଭିଯୋଗ...

ଭାଜପାର ସକ୍ରିୟ ସଦସ୍ୟତା ବୈଠକ, ଦଳକୁ ସୁଦୃଢ଼ କରିବାକୁ ଆହ୍ବାନ ଦେଲେ ନେତା

ବେଗୁନିଆପଡା,୧୬।୪(ସୁଶାନ୍ତ ପଟ୍ଟନାୟକ): ଗଞ୍ଜାମ ଜିଲା କୋଦଳା କଲ୍ୟାଣ ମଣ୍ଡପଠାରେ ବୁଧବାର ଭାରତୀୟ ଜନତା ପାର୍ଟି(ଭାଜପା)ର ସକ୍ରିୟ ସଦସ୍ୟତା ବୈଠକ ଅନୁଷ୍ଠିତ ହୋଇଯାଇଛି। କବିସୂର୍ଯ୍ୟନଗର ନିର୍ବାଚନମଣ୍ଡଳୀର ବୁଥ...

ଓଡ଼ିଶାରେ ସବୁ ରେକର୍ଡ ଭାଙ୍ଗିଲା ନା ମୂଲ୍ୟ, ଦୁଇଦିନରେ ଛୁଇଁବ ଲକ୍ଷେ ଟଙ୍କା

ଭୁବନେଶ୍ୱର,୧୬।୪: ଓଡ଼ିଶାରେ ସୁନା ମୂଲ୍ୟ ଅଭୂତପୂର୍ବ ଉଚ୍ଚତାରେ ପହଞ୍ଚିଛି। ୧୦ ଗ୍ରାମ ପାଇଁ ମୂଲ୍ୟ ୯୬,୦୦୦ ଟଙ୍କା ଅତିକ୍ରମ କରିଛି। ଭୁବନେଶ୍ୱର ବଜାରରେ, ୨୪ କ୍ୟାରେଟ୍...

ରାଜ୍ୟରେ ମାଗଣାରେ ମିଳିବ ୟୁପିଏସସି କୋଚିଂ, ଜାଣନ୍ତୁ କେମିତି କରିବେ ଆବେଦନ

ଭୁବନେଶ୍ୱର,୧୬।୪;ରାଜ୍ୟରେ ମାଗଣାରେ ମିଳିବ ୟୁପିଏସସି କୋଚିଂ। ସ୍ବଳ୍ପ ଓ ମଧ୍ୟମ ଆୟ ବର୍ଗର ୨ଶହ ମେଧାବୀଙ୍କୁ ଫ୍ରି କୋଚିଂ ଦେବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି...

ପରମିତା ଶତପଥୀ ତ୍ରିପାଠୀ ଓଡ଼ିଶାରେ ନୂତନ ପ୍ରମୁଖ ମୁଖ୍ୟ ଆୟକର କମିଶନର

ଭୁବନେଶ୍ୱର,୧୬।୪: ୧୯୮୯ ବ୍ୟାଚ୍ ଭାରତୀୟ ରାଜସ୍ୱ ସେବା (IRS) ଅଧିକାରୀ ପରମିତା ଶତପଥୀ ତ୍ରିପାଠି ବୁଧବାର ଓଡ଼ିଶାରେ ଆୟକର ବିଭାଗର ପ୍ରମୁଖ ମୁଖ୍ୟ କମିଶନର ଭାବରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image