ଶାନ୍ତି ଅପେକ୍ଷା ନୋବେଲ ପୁରସ୍କାର ପାଇଁ ନେତା ଆଗ୍ରହୀ

କିଭ୍‌,୨୮ା୯: କେତେଜଣ ନେତା ୟୁକ୍ରେନ୍‌ରେ ବାସ୍ତବରେ ଶାନ୍ତି ଫେରିବା ଚାହୁଁନାହାନ୍ତି। ସେମାନେ ନୋବେଲ ଶାନ୍ତି ପୁରସ୍କାର ପାଇବା ଲକ୍ଷ୍ୟରେ ଶାନ୍ତି ସ୍ଥାପନ ପାଇଁ ମଧ୍ୟସ୍ଥତା ନିମନ୍ତେ ଉଦ୍ୟମ କରୁଛନ୍ତି ବୋଲି ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଅଭିଯୋଗ ଆଣିଛନ୍ତି। କେତେଜଣ ନେତା ବାସ୍ତବ ଶାନ୍ତି ପରିବର୍ତ୍ତେ ବ୍ୟର୍ଥ ଅସ୍ତ୍ରବିରତି ନିମନ୍ତେ ସେମାନଙ୍କ ରାଜନୈତିକ ଜୀବନୀ ପାଇଁ ହୁଏତ ନୋବେଲ ପୁରସ୍କାର ଚାହୁଁଥିଲେ। ଏହା ବଦଳରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ଆପଣମାନଙ୍କୁ କେବଳ ଯନ୍ତ୍ରଣା ଏବଂ ବିପର୍ଯ୍ୟୟ ଦେବେ ବୋଲି ନ୍ୟୁୟର୍କଠାରେ ଗୁରୁବାର ଜାତିସଂଘ ସାଧାରଣ ସଭାରେ ଉଦ୍‌ବୋଧନ ଦେଇ ଜେଲେନ୍‌ସ୍କି କହିଛନ୍ତି। ଯଦିଓ ୟୁକ୍ରେନ୍‌ ରାଷ୍ଟ୍ରପତି ତାଙ୍କ ଅଭିଯୋଗରେ କୌଣସି ନେତାଙ୍କ ନାଁ ନେଇ ନାହାନ୍ତି, ତେବେ ଏହା ବିଶ୍ୱର ବହୁ ନେତାଙ୍କୁ ସୂଚିତ କରୁଛି। ସେମାନଙ୍କ ମଧ୍ୟରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ତଥା ପୁନର୍ବାର ରାଷ୍ଟ୍ରପତି ହେବା ପାଇଁ ନିର୍ବାଚନ ଲଢ଼ୁଥିବା ଡୋନାଲ୍ଡ ଟ୍ରମ୍ପ୍‌, ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ, ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ୍‌ ମାକରଁ, ବ୍ରାଜିଲ ରାଷ୍ଟ୍ରପତି ଲୁଇଜ ଇନାସିଓ ଲୁଲା ଡା ସିଲ୍‌ଭା ପ୍ରମୁଖ ଅଛନ୍ତି, ଯେଉଁମାନେ ୟୁକ୍ରେନ୍‌ ଏବଂ ରୁଷିଆକୁ ଯୁଦ୍ଧ ବନ୍ଦ ନିମନ୍ତେ ଆହ୍ବାନ ଦେଇଆସୁଛନ୍ତି। ଟ୍ରମ୍ପ୍‌ ରାଷ୍ଟ୍ରପତି ନିର୍ବାଚିତ ହେଲେ ଯୁଦ୍ଧ ବନ୍ଦ କରିଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଆଲୋଚନା ଏବଂ କୂଟନୈତିକ ଚ୍ୟାନେଲ ଜରିଆରେ ଯୁଦ୍ଧ ବନ୍ଦ କରିବା ପାଇଁ ଭାରତ ବାରମ୍ବାର କହିଆସୁଛି। ନିକଟରେ ନ୍ୟୁୟର୍କରେ ପ୍ରଧାନମନ୍ତ୍ରୀ ମୋଦି ୟୁକ୍ରେନ୍‌ ରାଷ୍ଟ୍ରପତିଙ୍କୁ ଭେଟି ଶାନ୍ତି ପ୍ରକ୍ରିୟାରେ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶେଖ ହାସିନାଙ୍କୁ ବାଂଲାଦେଶ ଫେରାଇ ଦେବ ଭାରତ? ପୁରୁଣା ସନ୍ଧି ବଢାଇପାରେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସମସ୍ୟା

ଢାକା/ନୂଆଦିଲ୍ଲୀ,୨୮।୯: ବାଂଲାଦେଶର ଅପଦସ୍ଥ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ପ୍ରତ୍ୟର୍ପଣ ପ୍ରସଙ୍ଗ ପୁଣି ଥରେ ମୁଣ୍ଡ ଟେକିଛି। ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ...

ପାକିସ୍ତାନକୁ ମୁହେଁ ମୁହେଁ ଶୁଣାଇଦେଲା ଭାରତ: ପାକିସ୍ତାନ ଆତଙ୍କବାଦର ଫ୍ୟାକ୍ଟ୍ରି

ନୂଆଦିଲ୍ଲୀ,୨୮।୯: ମିଳିତ ଜାତିସଂଘ (ଜାତିସଂଘ)ରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ କଶ୍ମୀର ପ୍ରସଙ୍ଗ ଉଠାଇଛନ୍ତି। ଏହାକୁ ନେଇ ଭାରତ ପ୍ରତିକ୍ରିୟା ରଖିଛି। UNGAରେ ରାଇଟ ଟୁ...

ଓସ୍କାର ବିଜୟିନୀ ଅଭିନେତ୍ରୀ ମାଗି ସ୍ମିଥ୍‌ଙ୍କ ପରଲୋକ

ଲଣ୍ଡନ,୨୮ା୯: ଓସ୍କାର ବିଜୟିନୀ ଅଭିନେତ୍ରୀ ମାଗି ସ୍ମିଥ୍‌ଙ୍କର ଶୁକ୍ରବାର ସକାଳେ ଲଣ୍ଡନର ଏକ ହସ୍ପିଟାଲରେ ପରଲୋକ ହୋଇଯାଇଛି। ତାଙ୍କୁ ୮୯ ବର୍ଷ ହୋଇଥିଲା। ହାରି ପୋଟ୍ଟର...

ଆମେରିକାରେ ବାତ୍ୟା: ୨୪ ମୃତ

ଆଟଲାଣ୍ଟା, ୨୮।୯: ଦକ୍ଷିଣ ପୂର୍ବ ଆମେରିକାରେ ବାତ୍ୟା ହେଲେନ୍‌ ପ୍ରଭାବରେ ଶୁକ୍ରବାର ସୁଦ୍ଧା ୨୪ ଜଣଙ୍କର ମୃତ୍ୟୁ ଘଟିଛି। ଆମେରିକାର ନ୍ୟାଶ୍‌ନାଲ ହରିକେନ୍‌ ସେଣ୍ଟର(ଏନ୍‌ଏଚ୍‌ସି) ଅନୁଯାୟୀ,...

ଲେବାନନରେ ପୁଣି ଏୟାରଷ୍ଟ୍ରାଇକ୍‌ କଲା ଇସ୍ରାଏଲ୍‌: ଟଳିପଡ଼ିଲେ ହେଜ୍‌ବୋଲ୍ଲା କମାଣ୍ଡର

ବେରୁଟ,୨୮।୯:ଲେବାନନର ରାଜଧାନୀ ବେରୁଟରେ ହେଜ୍‌ବୋଲ୍ଲାର ମୁଖ୍ୟାଳୟ ଉପରେ ଇସ୍ରାଏଲ ଏୟାର ଷ୍ଟ୍ରାଇକ କରିଥିଲା। ଏହି ଆକ୍ରମଣ ଏତେ ଦ୍ରୁତ ଗତିରେ ଥିଲା ବେରୁଟରେ ପ୍ରଚଣ୍ଡ ଶବ୍ଦ...

ୟୁଏନ୍‌ଏସ୍‌ସିରେ ଭାରତର ସ୍ଥାୟୀ ସଦସ୍ୟତାକୁ ବ୍ରିଟେନ୍‌ର ସମର୍ଥନ: ପୂର୍ବରୁ ଆମେରିକା, ଫ୍ରାନ୍ସ ସମର୍ଥନ ଜଣାଇଥିଲେ

ନୂଆଦିଲ୍ଲୀ,୨୭ା୯: ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍‌ଏସ୍‌ସି)ରେ ଭାରତକୁ ସ୍ଥାୟୀ ସଦସ୍ୟ ଭାବେ ସାମିଲ କରିବା ନିମନ୍ତେ ସମର୍ଥନ ବଢ଼ିବାରେ ଲାଗିଛି। ପୂର୍ବରୁ ଆମେରିକା ଏବଂ ଫ୍ରାନ୍ସ...

ସୁନା କଣିକା ସଂଗ୍ରହ ବେଳେ ବଡ଼ ଧରଣର ଭୂସ୍ଖଳନ: ୧୫ ମୃତ, ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ

ପଡ଼ାଙ୍ଗ,୨୭ା୯: ଇଣ୍ଡୋନେସିଆର ସୁମାତ୍ରା ଦ୍ୱୀପରେ ବେଆଇନ ଭାବେ ଖଣିରୁ ସୁନା ଉତ୍ତୋଳନ ବେଳେ ଭୂସ୍ଖଳନ ହେବାରୁ ଅନୂ୍ୟନ ୧୫ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକ...

ଚାଇନା ଯାଉଥିବା ଇରାକ ବିମାନ ହଠାତ୍‌ କାହିଁକି କୋଲକାତାରେ ଅବତରଣ କଲା? ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା

କୋଲକାତା,୨୭।୯: କିଡନୀ ଚିକିତ୍ସା ପାଇଁ ଚାଇନା ଯାଉଥିବା ଇରାକର ଜଣେ ନାବାଳିକା ବିମାନରେ ଅସୁସ୍ଥ ହୋଇ ମୃତ୍ୟୁ ବରଣ କରିଥିବା ଜଣାପଡିଛି। ତେବେ ବାଟରେ ଯେତେବେଳେ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri