ନୂଆଦିଲ୍ଲୀ,୨।୧୨ : ରବିବାର ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ ଏବଂ ତେଲେଙ୍ଗାନାରେ ଭୋଟ ଗଣନା କରାଯିବ। ଏହାପୂର୍ବରୁ ନିର୍ବାଚନୀ ରାଜ୍ୟରେ ଜୋରଦାର ଆଲୋଡ଼ନ ସୃଷ୍ଟି ହୋଇଛି। ନିର୍ବାଚନ ଫଳାଫଳ ପୂର୍ବରୁ ନେତାଙ୍କ ବୈଠକ ମଧ୍ୟ ଆରମ୍ଭ ହୋଇଛି। ନେତାମାନେ ସେମାନଙ୍କର ନିଜସ୍ବ ବିଜୟ ଦାବି କରୁଛନ୍ତି। ମଧ୍ୟପ୍ରଦେଶ, ଛତିଶଗଡ ଏବଂ ରାଜସ୍ଥାନରେ ଉଭୟ କଂଗ୍ରେସ ଏବଂ ଭାଜପା ସଂପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରିବାକୁ ଦାବି କରୁଛନ୍ତି। ଏଥି ସହିତ, ବିଆରଏସ ମଧ୍ୟ ତେଲେଙ୍ଗାନାରେ ଦାବି କରୁଛି ସେମାନେ ସରକାର ଗଠନ କରିବାକୁ ଯାଉଛନ୍ତି। ତେବେ ଏକଜିଟ ପୋଲରେ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ(କେସିଆର)ଙ୍କ ଦଳ ସଂଖ୍ୟାଗରିଷ୍ଠତା ଛୁଇଁବାକୁ ସକ୍ଷମ ନୁହେଁ ବୋଲି ଦର୍ଶାଯାଇଛି। ଫଳାଫଳର ପୂର୍ବରୁ ନେତାମାନେ ମନ୍ଦିର ମୁହାଁ ହେବା ସହିତ ଲୋକଙ୍କୁ ଭେଟିବାର ପ୍ରକ୍ରିୟା ମଧ୍ୟ ଜାରି ରଖିଛନ୍ତିି। ନେତାଙ୍କ ମନ୍ଦିର ମୁହାଁ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।