Categories: ଜାତୀୟ

ନେତାଙ୍କ ପୁଅ ବିବାହ ଭୋଜି ଖାଇ ୧୨୦୦ରୁ ଅଧିକ ହସ୍ପିଟାଲରେ ଭର୍ତ୍ତି…

ମେହସାଣା, ୫।୩ : ଗୁଜରାଟ ମେହସାଣା ଜିଲାର କଂଗ୍ରେସ ନେତାଙ୍କ ପୁଅ ବିବାହ ଭୋଜି ଖାଇ ୧୨୦୦ରୁ ଅଧିକ ଲୋକ ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ବିସମନଗର ଥାନା ପକ୍ଷରୁ କୁହାଯାଇଛି ଯେ, ଶୁକ୍ରବାର ରାତିରେ ସାଓ୍ବଲା ଗାଁରେ ହୋଇଥିବା ବିବାହ ଭୋଜି ଖାଇବା ପରେ ଲୋକଙ୍କୁ ବାନ୍ତି ହେବା ସହିତ ଡାଇରିଆ ହୋଇଯାଇଥିଲା।

ସେମାନଙ୍କୁ ତୁରନ୍ତ ବିସବନଗର, ମେହସାଣା ଏବଂ ବଡ଼ନଗର ହସ୍ପିଟାଲରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଥିଲା ବୋଲି ମେହସାଣା ପୋଲିସ ଅଧିକ୍ଷକ ପାର୍ଥରାଜ ସିଂ ଗୋହିଲ ସୂଚନା ଦେଇଛନ୍ତି।
ଭୋଜିର ଖାଦ୍ୟ ନମୁନା ଫୋରେନସିକ୍‌ ପରୀକ୍ଷା ପାଇଁ ପଠାଯାଇଥିବା ସେ କହିଛନ୍ତି। ଘଟଣାର ତଦନ୍ତ ଜାରି ରହିଛି।

Share