Categories: ଜାତୀୟ

କଂଗ୍ରେସରେ ନେତୃତ୍ୱ ସଙ୍କଟ: ପରିବର୍ତ୍ତନ ପାଇଁ ସୋନିଆଙ୍କୁ ଚିଠି ଲେଖିଲେ ୨୩ ନେତା

ନୂଆଦିଲ୍ଲୀ, ୨୩।୮: କଂଗ୍ରେସରେ ଏବେ ନେତୃତ୍ୱ ସଙ୍କଟ ଦେଖାଦେଇଛି। ଦଳର ସାଂଗଠନିକ କ୍ଷେତ୍ରରେ ଉପର ତଳ ପର୍ଯ୍ୟନ୍ତ ପରିବର୍ତ୍ତନର ଆବଶ୍ୟକତା ଥିବା ଦଳରେ ଚର୍ଚ୍ଚା ହେଉଛି। ଏନେଇ ୫ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସମେତ ଦଳର ୨୩ ଜଣ ନେତା ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖିଛନ୍ତି। ଦଳର ନେତୃତ୍ୱ ସଙ୍କଟ ଯୋଗୁ ଭୋଟର ଏବଂ ଯୁବବର୍ଗଙ୍କ ବିଶ୍ୱାସ ଜିଣିବା ସମ୍ଭବ ହେଉନାହିଁ ବୋଲ ନେତାମାନେ କହିଛନ୍ତି। କଂଗ୍ରେସରେ ନେତୃତ୍ୱ ସଙ୍କଟ ଯୋଗୁ ଭାଜପା ଏହାର ଲାଭ ନେଉଥିବା ନେତାମାନେ ଚିଠିଲେ ଦର୍ଶାଇଛନ୍ତି। ଦଳରେ ପୂର୍ଣ୍ଣକାଳୀନ ଅଧ୍ୟକ୍ଷଙ୍କ ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରାଯାଇଛି। ସୋମବାର କଂଗ୍ରେସ ଓ୍ବାର୍କିଂ କମିଟି ବୈଠକ ପୂର୍ବାହ୍ନ ୧୧ଟାରେ ବସିବ ବୋଲି କୁହାଯାଉଛି।

Share