ଭ୍ୟୁୟର୍ସ ବଢ଼ାଇବାକୁ ପ୍ରଶ୍ନପତ୍ର ଲିକ୍‌

ଭୁବନେଶ୍ୱର,୭।୪(ସୂର୍ଯ୍ୟକାନ୍ତ ବେହେରା)ଭ୍ୟୁୟର୍ସ ବଢ଼ାଇବା ସହ କମ୍‌ ସମୟରେ ଅଧିକ ରୋଜଗାର କରିବାକୁ ନିଜ ୟୁଟ୍ୟୁବ୍‌ ଚ୍ୟାନେଲ୍‌ ‘ପ୍ରୋ-ଆନ୍‌ସର’ରେ ପ୍ରଶ୍ନପତ୍ର ଲିକ୍‌ କରି ଜଣେ ସହକାରୀ ଶିକ୍ଷକ ଗିରଫ ହୋଇଛନ୍ତି। ଅଭିଯୁକ୍ତ ହେଉଛନ୍ତି ଯାଜପୁର ଝଡ଼ଙ୍ଗାଗ୍ରାମର ଜଗନ୍ନାଥ କର(୨୯)। ଶ୍ରୀଧରପୁର ଗ୍ରାମ ଗୋପୀନାଥ ଜୀଉ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜଗନ୍ନାଥ ସହକାରୀ ଶିକ୍ଷକ ଭାବେ କାର୍ଯ୍ୟ କରନ୍ତି। ଏହି ଘଟଣାରେ ଭୁବନେଶ୍ୱର ସାଇବର ଥାନା ପୋଲିସ ଜଗନ୍ନାଥଙ୍କ ସ୍ତ୍ରୀ ଋତୁପର୍ଣ୍ଣା ପତି(୨୭)ଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ କରିଛି। ତେବେ ତାଙ୍କର ଏକ ନବଜାତ ଶିଶୁ ଥିବାରୁ ତାଙ୍କୁ ପୋଲିସ ନୋଟିସ୍‌ ଦେଇ ଛାଡ଼ିଥିବା ଜଣାପଡ଼ିଛି। ଉଭୟଙ୍କଠାରୁ ୨ଟି ମୋବାଇଲ, ଗୋଟିଏ ଲାପ୍‌ଟପ, ପ୍ରଥମରୁ ଅଷ୍ଟମ ଯାଏ ସମ୍ମେଟିଭ ଆନ୍‌ସର ପେପର, ୨ଟି ବ୍ୟାଙ୍କ ପାସ୍‌ବୁକ ଜବତ କରାଯାଇଥିବା ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ସୂଚନା ଦେଇଛନ୍ତି। ଏହି ମାମଲାରେ ପୂର୍ବରୁ ଗଞ୍ଜାମ ରମ୍ଭା ଥାନା ଅଞ୍ଚଳର ସମୀର ସାହୁ ଗିରଫ ହୋଇଛନ୍ତି। ସୂଚନାଯୋଗ୍ୟ, ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ(ଓସେପା) ଦ୍ୱାରା ପରିଚାଳିତ ପ୍ରଥମରୁ ଅଷ୍ଟମ ଶ୍ରେଣୀ ସମ୍ମେଟିଭ

ଆସେସ୍‌ମେଣ୍ଟର ପ୍ରଶ୍ନପତ୍ର ‘ସମୀର ଏଜୁକେଶନାଲ’ ନାମକ ଏକ ୟୁଟ୍ୟୁବ ଚ୍ୟାନେଲରେ ଅପ୍‌ଲୋଡ ହୋଇଥିବା ଗତ ମାର୍ଚ୍ଚ ୧୮ରେ ଓସେପାର ପ୍ରକଳ୍ପ ନିର୍ଦ୍ଦେଶକ ଅନୁପମ ଶାହା ଭୁବନେଶ୍ୱର ସାଇବର ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ପୋଲିସ ଆଇଟି ଆକ୍ଟର ବିଭିନ୍ନ ଦଫା ଏବଂ ଠକେଇ ଦଫାରେ ଏକ ମାମଲା (ନଂ.୭୪/୨୦୨୪) ରୁଜୁ କରି ଘଟଣାର ଖୋଳତାଡ଼ କରି ସମୀରଙ୍କୁ ଗିରଫ କରିଥିଲା। ସମୀରଙ୍କୁ ପଚରାଉଚରା ବେଳେ ‘ପ୍ରୋ-ଆନ୍ସର’ ଚ୍ୟାନେଲ ଲିଙ୍କ୍‌ କଥା ସାମ୍ନାକୁ ଆସିଥିଲା। ଋତୁପର୍ଣ୍ଣାଙ୍କ ନାମରେ ପ୍ରୋ-ଆନ୍‌ସର ୟୁଟ୍ୟୁବ୍‌ ଖୋଲାଯାଇଥିବାବେଳେ ଉଭୟେ ସ୍ବାମୀସ୍ତ୍ରୀ ଏହାକୁ ବ୍ୟବହାର କରୁଥିଲେ। ଏହାର ୨୫.୯ ହଜାର ସବ୍‌ସ୍କ୍ରାଇବର ଥିବାବେଳେ ଏଥିରେ ୧୦୩ଟି ଭିଡିଓ ଅପ୍‌ଲୋଡ୍‌ ହୋଇଛି। ଗତ ମାର୍ଚ୍ଚ ୯ତାରିଖରେ ଜଗନ୍ନାଥ ଇତରା ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀଙ୍କ ତରଫରୁ ଗୋପୀନାଥ ଜୀଉ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର କ୍ଲଷ୍ଟର ରିସର୍ଚ୍ଚ ସେଣ୍ଟର କୋର୍ଡିନେଟରଙ୍କଠାରୁ ପ୍ରଶ୍ନପତ୍ର ଗ୍ରହଣ କରିଥିଲେ। ପ୍ରଶ୍ନପତ୍ରକୁ ସେ ବିଦ୍ୟାଳୟ ନେବା ପରିବର୍ତ୍ତେ ନିଜ ଘରକୁ ନେଇଥିଲେ। ସେଠାରେ ଉଭୟେ ଜଗନ୍ନାଥ ଏବଂ ଋତୁପର୍ଣ୍ଣା ପ୍ରଶ୍ନପତ୍ରକୁ ସ୍କାନ କରିବା ସହ ପ୍ରୋ-ଆନ୍‌ସର ୟୁଟ୍ୟୁବ୍‌ ଚ୍ୟାନେଲ୍‌ରେ ଅପ୍‌ଲୋଡ କରିଥିଲେ। ତଦନ୍ତ ସମୟରେ ସମସ୍ତ ଡିଜିଟାଲ ପ୍ରମାଣ ପାଇବା ପରେ ସାଇବର ପୋଲିସ ଜଗନ୍ନାଥ ଓ ତାଙ୍କ ସ୍ତ୍ରୀ ଋତୁପର୍ଣ୍ଣାଙ୍କ ବିରୋଧରେ ମାମଲା ରୁଜୁ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri