ରିଲିଜ୍‌ ହେବାର ୨୪ ଘଣ୍ଟା ପୂର୍ବରୁ ଅନ୍‌ଲାଇନ୍‌ରେ ଲିକ୍‌

ଫିଲ୍ମ ରିଲିଜ୍‌ ହେବା ପରେ ଅନ୍‌ଲାଇନ୍‌ରେ ଲିକ୍‌ ହେବାରେ କୌଣସି ଆଶ୍ଚର୍ଯ୍ୟଜନକ ବିଷୟ ନୁହେଁ,କିନ୍ତୁ ଯେତେବେଳେ ଏକ ବିଶ୍ୱବ୍ୟାପୀ ରିଲିଜ୍‌ ହେବାର ୨୪ ଘଣ୍ଟା ପୂର୍ବରୁ ଏକ ଫିଲ୍ମ ଲିକ୍‌ ହୁଏ, ଏହା ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟଜନକ ଅଟେ। ବର୍ଷର ବହୁ ପ୍ରତୀକ୍ଷିତ ଫିଲ୍ମ ‘ଅବତାର ଦ ଓ୍ବେ ଅପ୍‌ ଓ୍ବାଟର’ ୟୁରୋପୀୟ ଦେଶରେ ପ୍ରିମିୟରର କିଛି ସମୟ ପରେ ଏବଂ ଏହାର ବିଶ୍ୱବ୍ୟାପୀ ରିଲିଜ୍‌ ପୂର୍ବରୁ ଅନ୍‌ଲାଇନ୍‌ରେ ଲିକ୍‌ ହୋଇଛି। ପ୍ରମୁଖ ଟୋରେଣ୍ଟ ପୋର୍ଟାଲ ଏବଂ ବେଆଇନ ଷ୍ଟ୍ରିମିଂ ଆପ୍‌ସ ସହିତ ପ୍ରାୟ ସମସ୍ତ ପାଇରେଟ୍‌ ଡାଉ୍‌ନଲୋଡ ୱେବସାଇଟରେ ‘ଅବତାର ୨’ ଉପଲବ୍ଧ। ଭିଡିଓଟି ଥିଏଟରରେ ରେକର୍ଡ କରାଯାଇଥିବା ଜଣାପଡୁଛି। ପ୍ରାୟ ୧୪ ବର୍ଷ ପରେ ଅବତାର ୨ ଶୁକ୍ରବାର ରିଲିଜ୍‌ ହୋଇଯାଇଛି। ଯାହାକୁ ଦେଖିବା ପାଇଁ ଦର୍ଶକ ଅନେକ ଦିନରୁ ଅପେକ୍ଷା କରି ରହିଥିଲେ। ତେବେ ଏହାର ପ୍ରଥମ ପାର୍ଟ ଅବତାର ୨୦୦୯ରେ ପ୍ରେକ୍ଷାଳୟକୁ ଆସିଥିଲା।

Share