ଘରେ ଭଗବାନଙ୍କ ପୂଜାସ୍ଥାନ କିପରି ହେବା ଉଚିତ୍‌ ଜାଣନ୍ତୁ

ବାସ୍ତୁବିତ୍‌ଙ୍କ ଅନୁଯାୟୀ, ଘରେ ଭଗବାନ୍‌ଙ୍କୁ ପୂଜା ସମୟରେ ବିଶେଷ ଦିଗ ପ୍ରତି ଧ୍ୟାନ ଦେବା ଉଚିତ । କାରଣ ଏହି ସମୟରେ ହେଉଥିବା ଭୂଲ ପାଇଁ ଜୀବନରେ ଅନେକ କ୍ଷତି ସହିବାକୁ ପଡ଼ିଥାଏ।

> ଯେତେବେଳେ ଆମେ କୌଣସି ପ୍ରତିମୂର୍ତ୍ତି କିମ୍ବା ଚିତ୍ରକୁ ପୂଜା କରୁ ସେତେବେଳେ ଆମର ମୁହଁ ପୂର୍ବ ଦିଗକୁ ହେବା ଉଚିତ୍‌। ଯଦି ଆପଣଙ୍କ ମୁହଁ ପୂର୍ବ ଦିଗକୁ କରୁ ନାହାଁନ୍ତି, ତେବେ ପଶ୍ଚିମ ଦିଗ ମଧ୍ୟ ଶୁଭ ବୋଲି ବିବେଚନା କରାଯାଏ।

> ଅନେକ ଘରେ ଭଗବାନଙ୍କୁ ଭୂମିରେ ରଖାଯାଇ ପୂଜା କରାଯାଏ। ତେବେ ବାସ୍ତୁ ଅନୁଯାୟୀ ମନ୍ଦିରର ଉଚ୍ଚତା ଏପରି ହେବା ଉଚିତ ଯେପରି ପୂଜା ସମୟରେ ଭଗବାନଙ୍କ ପାଦ ମଣିଷଙ୍କ ହୃଦୟର ରହିବା ଉଚିତ।

> ଘରେ ପୂଜା ଏବଂ ଆରତୀ ସମୟରେ ସେଠାରେ ଦୀପ ଲଗାଯାଏ। ମାତ୍ର ବାସ୍ତୁଙ୍କ ଅନୁଯାୟୀ ଦୀପ ସବୁବେଳେ ଘରର ଦକ୍ଷିଣରେ ରହିବା ଉଚିତ୍‌। ଏହା ଘରକୁ ସକରାତ୍ମକ ଶକ୍ତି ଆଣିଥାଏ।

> ଈଶ୍ବରଙ୍କ ଆସ୍ଥାନ କାଠରେ ହେବା ଉଚିତ୍‌। ତେବେ ମାର୍ବଲରେ ନିର୍ମିତ ଏକ ମନ୍ଦିର ମଧ୍ୟ ଘର ପାଇଁ ଭଲ ବୋଲି ବିବେଚନା କରାଯାଏ। କାରଣ ମାର୍ବଲ ମଧ୍ୟ ଘରେ ସୁଖ ଏବଂ ଶାନ୍ତି ଆଣିଥାଏ।