ଅନ୍‌ଲାଇନରୁ ଶିଖ, ଅଫ୍‌ଲାଇନରେ ପ୍ରୟୋଗ କର

ନୂଆଦିଲ୍ଲୀ,(ପି.ଟି.)/ଭୁବନେଶ୍ୱର,୨।୪ (ବ୍ୟୁରୋ): ବୋର୍ଡ ପରୀକ୍ଷା ଦେବାକୁ ଥିବା ଛାତ୍ରୀଛାତ୍ରମାନଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଚର୍ଚ୍ଚା କରିବା ସହ ସେମାନଙ୍କୁ କେତେକ ମୂଲ୍ୟବାନ୍‌ ପରାମର୍ଶ ଦେଇଛନ୍ତି। ପରୀକ୍ଷା ପାଇଁ ବ୍ୟତିବ୍ୟସ୍ତ ନ ହୋଇ ଏହାକୁ ଉତ୍ସବ ଭାବେ ପାଳନ କରିବାକୁ ସେ ପିଲାମାନଙ୍କୁ କହିଛନ୍ତି। ସେହିପରି ଅଭିଭାବକ ଏବଂ ଶିକ୍ଷକମାନେ ମଧ୍ୟ ସେମାନଙ୍କ ଅଧୁରା ସ୍ବପ୍ନ ଓ ଆଶା ଆକାଂକ୍ଷାକୁ ପିଲାମାନଙ୍କ ଉପରେ ଚାପି ନ ଦେବା ପାଇଁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି।
ପରୀକ୍ଷା ପ୍ରସ୍ତୁତିରେ ହ୍ବାଟ୍ସଆପ୍‌, ୟୁ-ଟ୍ୟୁବ୍‌ ଭଳି ସୋସିଆଲ ମିଡିଆ ଧ୍ୟାନ ଭଙ୍ଗ କରୁଥିବାରୁ ଏଥିରୁ ମୁକୁଳିବା ଲାଗି ଛାତ୍ରୀଛାତ୍ର ପ୍ରଧାନମନ୍ତ୍ରୀଙ୍କଠାରୁ ଟିପ୍ସ ଚାହିଁଥିଲେ। ତେବେ ମାଧ୍ୟମ ନୁହେଁ ଆମ ମନ ହିଁ ସମସ୍ୟା ବୋଲି ମୋଦି କହିଥିଲେ। ଅନ୍‌ଲାଇନ ହେଉ ବା ଅଫ୍‌ଲାଇନ, ଯେତେବେଳେ ମନ ପାଠ ସହ ଓତପ୍ରୋତ ଭାବେ ଜଡ଼ିତ ହୋଇଯିବ, ସେତେବେଳେ ଧ୍ୟାନଭଙ୍ଗ ହେବ ନାହିଁ। ଶିକ୍ଷାର ନୂଆ ମାଧ୍ୟମକୁ ଚ୍ୟାଲେଞ୍ଜ ନୁହେଁ, ଏକ ସୁଯୋଗ ଭାବେ ଗ୍ରହଣ କରାଯିବା ଆବଶ୍ୟକ। ଅଫ୍‌ଲାଇନ ଅଧ୍ୟୟନକୁ ଅନ୍‌ଲାଇନ ଆଗକୁ ବଢ଼ାଇବାରେ ସହାୟକ ହୋଇଥାଏ। ତେଣୁ ପିଲାମାନେ ଅନ୍‌ଲାଇନରେ ଶିକ୍ଷା ଗ୍ରହଣ କରି ଏହାକୁ ଅଫ୍‌ଲାଇନରେ ପ୍ରୟୋଗ କରିବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି।
ପିଲାମାନେ ପ୍ରଥମ ଥର ଲାଗି ପରୀକ୍ଷା ଦେଉନାହାନ୍ତି। ସେମାନେ ପୂର୍ବରୁ ପରୀକ୍ଷାକୁ ସଫଳତାର ସହ ସମ୍ମୁଖୀନ ହୋଇଛନ୍ତି। ତେଣୁ ଏହାକୁ ନେଇ ବିବ୍ରତ ହେବା ଆବଶ୍ୟକ ନାହିଁ। ସେମାନେ ଦୈନନ୍ଦିନ ଜୀବନରେ ଚିନ୍ତାମୁକ୍ତ ରୁହନ୍ତୁ। କାହାକୁ ଅନୁକରଣ କରିବା ଆବଶ୍ୟକ ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ପରୀକ୍ଷା ପେ ଚର୍ଚ୍ଚା ତାଙ୍କର ସବୁଠୁ ପ୍ରିୟ କାର୍ଯ୍ୟକ୍ରମ ବୋଲି ପ୍ରଧାନମନ୍ତ୍ରୀ କହିବା ସହ ଏହି ଅବସରରେ ସେ ପିଲାମାନଙ୍କଠାରୁ ଅନେକ ଶିଖିବାର ସୁଯୋଗ ପାଇଥାନ୍ତି ବୋଲି ତଲକତୋରା ଷ୍ଟାଡିୟମ୍‌ରେ ଉପସ୍ଥିତ ଛାତ୍ରୀଛାତ୍ରଙ୍କୁ କହିଥିଲେ। ତାଙ୍କ ସରକାରଙ୍କ ଦ୍ୱାରା ଘୋଷଣା କରାଯାଇଥିବା ଜାତୀୟ ଶିକ୍ଷାନୀତିକୁ ଦେଶର ସବୁ ବର୍ଗ ସ୍ବାଗତ କରିଛନ୍ତି। ନୀତି ସରକାରଙ୍କ ଦ୍ୱାରା ନୁହେଁ ବରଂ ନାଗରିକ, ଛାତ୍ରୀଛାତ୍ର ଓ ଶିକ୍ଷକମାନଙ୍କ ଦ୍ୱାରା ଦେଶର ବିକାଶ ପାଇଁ ପ୍ରସ୍ତୁତ ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ଏହି ପରିପ୍ରେକ୍ଷୀରେ ଓଡ଼ିଶା ରାଜଭବନ ପରିସରରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ରାଜ୍ୟପାଳ ପ୍ରଫେସର ଡ. ଗଣେଶୀ ଲାଲ, ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ। ସେହିଭଳି ଭୁବନେଶ୍ୱର ୟୁନିଟ୍‌-୩ସ୍ଥିତ କ୍ୟାପିଟାଲ ହାଇସ୍କୁଲରେ ମଧ୍ୟ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କ୍ୱାଡ୍‌ ସମ୍ମିଳନୀରେ ମୋଦିଙ୍କ ବଡ଼ ସହାୟତା ଘୋଷଣା

ଓ୍ବିଲ୍‌ମିଙ୍ଗଟନ୍‌,୨୨ା୯: ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ସର୍ଭିକାଲ କ୍ୟାନ୍‌ସର ମୁକାବିଲାକୁ ସୁଦୃଢ଼ କରିବା ପାଇଁ ଭାରତ ୭.୫ ନିୟୁତ ଡଲାର ଯୋଗାଇଦେବ ବୋଲି ପ୍ରତିଶ୍ରୁତି ଦେଇଛି। ରୋଗର...

ଉଦୟଭାନୁ ହେଲେ ଯୁବକଂଗ୍ରେସ ଅଧ୍ୟକ୍ଷ

ନୂଆଦିଲ୍ଲୀ,୨୨ା୯ : କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ରବିବାର ଉଦୟଭାନୁ ଚିବ୍‌ଙ୍କୁ ଭାରତୀୟ ଯୁବ କଂଗ୍ରେସ (ଆଇଓ୍ବାଇସି)ର ନୂତନ ଅଧ୍ୟକ୍ଷ ନିଯୁକ୍ତ କରିଛନ୍ତି। ସେ ଯୁବକଂଗ୍ରେସର...

ପୁରୁଷୋତ୍ତମପୁରରେ ବୁଲିଲା ଖଣ୍ଡା: ଭାଜପା କର୍ମୀଙ୍କୁ….

ପୁରୁଷୋତ୍ତମପୁର,୨୨।୯(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ରାଜନୈତିକ କାରଣକୁ ନେଇ ରବିବାର ଗୋଷ୍ଠୀ ସଂଘର୍ସ ଘଟିଛି। ଏଥିରେ ଉଭୟ ପକ୍ଷରୁ ଦୁଇଜଣ ଆହାତ ହୋଇଛନ୍ତି। ଆହାତମାନେ...

କୋଲକାତା ବଳାତ୍କାର-ହତ୍ୟା ଘଟଣା: ସାମ୍ନାକୁ ଆସିଲା ଆଉ ଏକ କଳାଧନ୍ଦା!

କୋଲକାତା,୨୨।୯: ଅଭୟା ନାଁ ଦିଆଯାଇଥିବା ଜଣେ ଟ୍ରେନି ମହିଳା ଡାକ୍ତରଙ୍କ ମୃତଦେହ କୋଲକାତାର ଆର.ଜି କର ମେଡିକାଲରେ ମିଳିଥିଲା। ଯାହକେ ନେଇ ସାରା ଦେଶରେ ଲାଗି...

ସାର୍ଟିଫିକେଟ ପାଇଁ ବାହାରିଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୨୨।୯: ଫେବୃଆରୀ ବଦଳରେ ନଭେମ୍ବରରେ ଦିଲ୍ଲୀରେ ବିଧାନସଭା ନିର୍ବାଚନ ହେବ କି ବୋଲି ଏବେ ପ୍ରଶ୍ନ ଉଠିଛି। ଆଜିକାଲି ଜାତୀୟ ରାଜଧାନୀର ରାଜନୈତିକ ପରିବେଶରେ ଏହା...

ନିର୍ବାଚନ ପୂର୍ବରୁ ସୁପ୍ରିମକୋର୍ଟଙ୍କ ନିକଟରେ ବଡ ଦାବି ରଖିଲା ଶରଦ ପାଓ୍ବାରଙ୍କ ଦଳ

ମୁମ୍ବାଇ,୨୨।୯: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ଅଜିତ ପାୱାର ଦଳ ପାଇଁ ନିର୍ବାଚନ ଆୟୋଗଙ୍କ ଠାରୁ ଏନସିପି ଶରଦ ଦଳ ଏକ ବଡ ଦାବି କରିଛନ୍ତି।...

ଶ୍ୱଶୁରଙ୍କୁ ହତ୍ୟାକଲେ ଜ୍ବାଇଁ : ସ୍ତ୍ରୀ, ଶାଶୁ ଗୁରୁତର

ଲକ୍ଷ୍ମୀପୁର,୨୨ା୯(ଅନନ୍ତ ନାୟକ): କୋରାପୁଟ ଜିଲା ଲକ୍ଷ୍ମୀପୁର ସଦର ରେଲୱେ କଲୋନୀ ନିକଟ ଆମ୍ବଗୁଡ଼ା ସାହିରେ ଏକ ହତ୍ୟାକାଣ୍ଡ ଘଟିଛି। ଏଥିରେ ଶ୍ୱଶୁରଙ୍କୁ ଲୁହା ରଡ୍‌ରେ ପିଟି...

୪ ଘଣ୍ଟାରେ ଖାଇଗଲେ ୨ କୁଇଣ୍ଟାଲ ଚିକେନ ପକୋଡ଼ା

ପୁରୀ,୨୨।୯: ରାଜ୍ୟରେ ଏବେ ବି ରହିଛି ବାର୍ଡଫ୍ଲୁ ଆତଙ୍କ। ଖାସ୍‌ କରି ପୁରୀ ଜିଲାରେ ବାର୍ଡଫ୍ଲୁକୁ ନେଇ ସରକାରଙ୍କ ପକ୍ଷରୁ ସଚେତନତା ଜାରି ରହିଛି। ଏଭଳିସ୍ଥିତିରେ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri