ନୂଆଦିଲ୍ଲୀ,୨୨।୮: ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ଏବଂ ଆମ ଆଦମୀ ପାର୍ଟି(ଏଏପି)ନେତା ମନୀଷ ସିସୋଡିଆଙ୍କ ଘରେ ସିବିଆଇ ଚଢାଉକୁ ନେଇ ରାଜନୀତି ଜୋର ଧରିଛି। ସୋମବାର ସିସୋଡିଆ ଏକ ନୂଆ ଦାବି କରିଛନ୍ତି। ସେ କହିଛନ୍ତି, ତାଙ୍କୁ ଭାରତୀୟ ଜନତା ପାର୍ଟି (ଭାଜପା) ପକ୍ଷରୁ ଏକ ଅଫର ମିଳିଛି। ଏଏପି ଭାଙ୍ଗି ଭାଜପାରେ ଯୋଗଦେଲେ ସିବିଆଇ ଏବଂ ଇଡି କେସ୍ ସବୁ ବନ୍ଦ ହୋଇଯିବ ବୋଲି ଭାଜପା ତାଙ୍କୁ ଅଫର୍ ଦେଇଥିବା ସିସୋଡିଆ ଟୁଇଟ୍ ଯୋଗେ ଦାବି କରିଛନ୍ତି।
ସିସୋଡିଆ ଟୁଇଟ୍ କରି କହିଛନ୍ତି- ମୁଁ ଭାଜପାର ବାର୍ତ୍ତା ପାଇଛି-‘ଏଏପି’ ଭାଙ୍ଗି ଭାଜପାରେ ଯୋଗଦେବି, ସମସ୍ତ ସିବିଆଇ-ଇଡି ମାମଲା ବନ୍ଦ ହୋଇଯିବ। ଭାଜପାକୁ ମୋର ଉତ୍ତର- ମୁଁ ମହାରାଣା ପ୍ରତାପଙ୍କ ବଂଶଧର, ମୁଁ ରାଜପୁତ। ମୁଣ୍ଡ କଟିଯିବ ପଛେ ଦୁର୍ନୀତିଗ୍ରସ୍ତ ଷଡଯନ୍ତ୍ରକାରୀ ଆଗରେ ମୁଣ୍ଡ ନୁଆଁଇବି ନାହିଁ। ମୋ ବିରୁଦ୍ଧରେ ଥିବା ସମସ୍ତ ମାମଲା ମିଥ୍ୟା ଅଟେ। ଯାହା କରିବାକୁ ଚାହୁଁଛ ତାହା କର।
ସୂଚନାଯୋଗ୍ୟ, ଅବକାରୀ ଦୁର୍ନୀତି ମାମଲାରେ ସିସୋଡିଆଙ୍କ ଅଡୁଆ ବଢିବାରେ ଲାଗିଛି। ସିବିଆଇ ଗୋଟେପଟେ ତାଙ୍କ ବିରୋଧରେ ଲୁକ ଆଉଟ ନୋଟିସ ଜାରି କରିଥିବା ବେଳେ ଏବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମଧ୍ୟ ଆକ୍ସନ ନେବ। ମନି ଲଣ୍ଡରିଂ ଆଧାରରେ ତାଙ୍କ ବିରୋଧରେ ମାମଲା ଚାଲିବବୋଲି ଜଣାପଡିଛି। ସିବିଆଇ ପକ୍ଷରୁ ଇଡିକୁ କିଛି ଡକ୍ୟୁମେଣ୍ଟ ହସ୍ତାନ୍ତର କରାଯାଇଛି। ଏହା ପୂର୍ବରୁ ସିବିଆଇ ତରଫରୁ ଦିଲ୍ଲୀ ସିସୋଡିଆଙ୍କ ସମେତ ୧୪ ଜଣ ଲୋକଙ୍କ ବିରୋଧରେ ଲୁକ ଆଉଟ ନୋଟିସ ଜାରି କରିଥିଲା।
मेरे पास भाजपा का संदेश आया है- “आप” तोड़कर भाजपा में आ जाओ, सारे CBI ED के केस बंद करवा देंगे
मेरा भाजपा को जवाब- मैं महाराणा प्रताप का वंशज हूँ, राजपूत हूँ। सर कटा लूँगा लेकिन भ्रष्टाचारियो-षड्यंत्रकारियोंके सामने झुकूँगा नहीं। मेरे ख़िलाफ़ सारे केस झूठे हैं।जो करना है कर लो
— Manish Sisodia (@msisodia) August 22, 2022