Categories: ଜାତୀୟ

ତୁରନ୍ତ ଭାରତ ଛାଡ଼

ନୂଆଦିଲ୍ଲୀ, ୨୯।୪: ଭାରତରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢ଼ିଚାଲିଛି। ଏନେଇ ଆମେରିକା ସରକାରଙ୍କ ପକ୍ଷରୁ ତୁରନ୍ତ ଭାରତ ଛାଡି ଚାଲିଆସିବାକୁ ଆମେରିକୀୟ ନାଗରିକଙ୍କୁ କୁହାଯାଇଛି। ସେହିପରି ଆମେରିକାରୁ ଭାରତକୁ କେହି ନ ଯିବାକୁ ଆମେରିକା ପକ୍ଷରୁ ଆଡଭାଇଜରି ଜାରି କରାଯାଇଛି। ଭାରତରେ କରୋନା ସଂକ୍ରମଣ ବଢ଼ିଚାଲିଥିବାରୁ ସେଠାରେ ସବୁ ପ୍ରକାର ସ୍ବାସ୍ଥ୍ୟସେବା ଅତ୍ୟନ୍ତ ସୀମିତ ହୋଇଯାଇଥିବା ଏଥିରେ କୁହାଯାଇଛି। ନାଗରିକମାନେ ଏବେ ଆମେରିକାକୁ ସିଧାସଳଖ ବିମାନ କିମ୍ବା ଭାୟା ପ୍ୟାରିସ ଓ ଫ୍ରାଙ୍କଫର୍ଟ ବିମାନ ଧରିପାରିବେ ବୋଲି ବୈଦେଶୀକ ବିଭାଗ ପକ୍ଷରୁ ଟୁଇଟ୍‌ କରି ସୂଚନା ଦିଆଯାଇଛି।

Share