‘ସନ୍ଧ୍ୟା ୬ଟା ସୁଦ୍ଧା ଖାରକିଭ ଛାଡ଼’

ନୂଆଦିଲ୍ଲୀ,୨।୩: ୟୁକ୍ରେନର ଖାରକିଭ ସହର ଉପରେ ରୁଷିଆ ତା’ର ସାମରିକ କାର୍ଯ୍ୟାନୁଷ୍ଠାନ ବୃଦ୍ଧି କରିବାକୁ ଯାଉଛି। ଏଥିଯୋଗୁ ପ୍ରତ୍ୟେକ ଭାରତୀୟ ନାଗରିକଙ୍କୁ ସେମାନଙ୍କ ସୁରକ୍ଷା ପାଇଁ ତୁରନ୍ତ ସହର ଛାଡ଼ି ଚାଲିଯିବାକୁ କୁହାଯାଇଛି। ଏକ ଟୁଇଟ୍‌ ଯୋଗେ ଭାରତୀୟ ଦୂତାବାସ ପକ୍ଷରୁ ସେମାନଙ୍କୁ ସନ୍ଧ୍ୟା ୬ଟା ପୂର୍ବରୁ ପେସୋଚିନ, ବାବାୟେ କିମ୍ବା ବେଜଲିଡୋଭକାରେ ପହଞ୍ଚିବାକୁ ପରାମର୍ଶ ଦିଆଯାଇଛି।

“ଖାରକିବରେ ଥିବା ସମସ୍ତ ଭାରତୀୟ ନାଗରିକଙ୍କ ପାଇଁ ଏକ ଜରୁରୀ ପରାମର୍ଶ। ସେମାନଙ୍କୁ ସୁରକ୍ଷା ଲାଗି ତୁରନ୍ତ ଖାରକିବ ଛାଡ଼ିବାକୁ ପଡ଼ିବ। ଯଥାଶୀଘ୍ର ପେସୋଚିନ, ବାବାୟେ ଓ ବେଜଲିଡୋଭକାକୁ ଚାଲି ଯାଆନ୍ତୁ। ଯେକୌଣସି ପରିସ୍ଥିତିରେ ସମସ୍ତଙ୍କୁ ଉପରୋକ୍ତ ସ୍ଥାନରେ ଆଜି ସନ୍ଧ୍ୟା ୬ଟା ସୁଦ୍ଧା ପହଞ୍ଚିବା ଦରକାର” ବୋଲି ଭାରତୀୟ ଦୂତାବାସ ପକ୍ଷରୁ ଟୁଇଟ୍‌ କରାଯାଇଛି।

Share