ପାକିସ୍ତାନ ଛାଡ଼ି ଦିଅ, ନ ହେଲେ ଧକ୍କା ମାରି ବାହାର କରିବୁ: ବେଆଇନ ଆଫଗାନୀଙ୍କୁ ଚେତାବନୀ…

ଇସଲାମାବାଦ,୪।୧୦ : ପାକିସ୍ତାନ ସରକାର ଆଫଗାନିସ୍ତାନ ସମେତ ସମସ୍ତ ବେଆଇନ ପ୍ରବାସୀମାନଙ୍କୁ ପାକିସ୍ତାନ ଛାଡିବାକୁ କହିଛନ୍ତି। ନ ହେଲେ ବଳ ପୂର୍ବକ ଧକ୍କା ମାରି ବାହାର କରିବାକୁ ଚେତାବନୀ ଦେଇଛନ୍ତି। ଅକ୍ଟୋବର ୩୧ ସୁଦ୍ଧା ପାକିସ୍ତାନ ଡକ୍ୟୁମେଣ୍ଟ ହୋଇ ନ ଥିବା ବିଦେଶୀ ନାଗରିକଙ୍କୁ ଦେଶ ଛାଡିବାକୁ କହିଛି। ଯେଉଁମାନେ ତାହା ନ କରିବେ ସେମାନଙ୍କ ସମ୍ପତ୍ତି ଜବତ କରିବା କାର୍ଯ୍ୟ ନଭେମ୍ବର ୧ ତାରିଖରୁ ଆରମ୍ଭ ହେବ।
ଜାତୀୟ କାର୍ଯ୍ୟ ଯୋଜନାର ବରିଷ୍ଠ କମିଟିର ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏଥିରେ ପାକିସ୍ତାନର କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ ଅନୱାରୁଲ ହକ କାକର ଅଧ୍ୟକ୍ଷତା କରିଥିଲେ।

ବୈଠକ ପରେ ସୋସିଆଲ ମିଡିଆ ପ୍ଲାଟଫମ ଏକ୍ସ ରେ ଏହି ନିଷ୍ପତ୍ତି ଘୋଷଣା କରିବାବେଳେ ପାକିସ୍ତାନର କାର୍ଯ୍ୟକାରୀ ସୂଚନା ମନ୍ତ୍ରୀ ମୁର୍ତାଜା ସୋଲାଙ୍ଗି କହିଛନ୍ତି ସମସ୍ତ ବେଆଇନ ପ୍ରବାସୀ ଆଫଗାନୀଙ୍କୁ ପାକିସ୍ତାନ ଛାଡିବାକୁ ୨୮ ଦିନ ସମୟ ଅଛି।
ସୂତ୍ରରୁ ଏହା ଜାଣିବାକୁ ମିଳିଛି ବିଦେଶୀମାନଙ୍କୁ ବହିଷ୍କାର କରିବା ଅଭିଯାନରେ ଅଧିକାଂଶ ଆଫଗାନୀଙ୍କୁ ଟାର୍ଗେଟ କରାଯିବ। ଏହି ସଭାରେ ସେନା ମୁଖ୍ୟ ଜେନେରାଲ ଅସୀମ ମୁନିର, ଫେଡେରାଲ ସରକାରୀ ମନ୍ତ୍ରୀ, ରାଜ୍ୟ ମୁଖ୍ୟମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀ ଅଂଶଗ୍ରହଣ କରିଥିଲେ।

ପାକିସ୍ତାନର ଦୈନିକ ‘ଡନ’ ଅନୁଯାୟୀ, ଏହି ବୈଠକରେ ବେଆଇନ ପ୍ରବାସୀ ଭାରତୀୟଙ୍କ ବ୍ୟବସାୟ ତଥା ସମ୍ପତ୍ତି ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିଷ୍ପତ୍ତି ନିଆଯାଇଛି। କମିଟି ଆହୁରି ମଧ୍ୟ ନିଷ୍ପତ୍ତି ନେଇଛି ସୀମା ଆନ୍ଦୋଳନ କେବଳ ଭିସା ଏବଂ ପାସପୋର୍ଟ ଆଧାରରେ ହେବ ଏବଂ ଆଫଗାନିସ୍ତାନ ନାଗରିକମାନଙ୍କୁ ସେମାନଙ୍କ ପରିଚୟ ପତ୍ର ଆଧାରରେ ଅକ୍ଟୋବର ୩୧ ପର୍ଯ୍ୟନ୍ତ ଯିବାକୁ ଅନୁମତି ଦିଆଯିବ।

ପାକିସ୍ତାନର କାର୍ଯ୍ୟକାରୀ ଆଭ୍ୟନ୍ତରୀଣ ମନ୍ତ୍ରୀ ସରଫରାଜ ବୁଗତି ଗଣମାଧ୍ୟମକୁ କହିଛନ୍ତି ପଞ୍ଜୀକରଣ ବିନା ପ୍ରାୟ ୧୭.୩ ଲକ୍ଷ ଆଫଗାନୀ ପାକିସ୍ତାନରେ ରହୁଛନ୍ତି। ଜାନୁଆରୀରୁ ଦେଶରେ ହୋଇଥିବା ୨୪ ଆତ୍ମଘାତୀ ଆକ୍ରମଣ ମଧ୍ୟରୁ ୧୪ ଟି ଆଫଗାନିସ୍ତାନ ସାଧାରଣ ନାଗରିକଙ୍କ ଦ୍ୱାରା କରାଯାଇଥିଲା। ଅକ୍ଟୋବର ୧୦ରୁ୩୧ ରଯିବା ଆସିବାକୁ ଅନୁମତି ପ୍ରଦାନ କରାଯିବ। ଯାହା ପରେ ଭିସା ଏବଂ ପାସପୋର୍ଟ ନୀତି କଡାକଡି ଭାବେ କାର୍ଯ୍ୟକାରୀ ହେବ। ନଭେମ୍ବର ୧ ତାରିଖ ଧାର୍ଯ୍ୟ ସମୟ ପରେ ପାକିସ୍ତାନୀ କର୍ତ୍ତୃପକ୍ଷ ବେଆଇନ ସମ୍ପତ୍ତି ମାଲିକ ତଥା ବ୍ୟବସାୟୀଙ୍କୁ ଟାର୍ଗେଟ କରିବା ଆରମ୍ଭ କରିବେ।

କାର୍ଯ୍ୟକାରୀ ଆଭ୍ୟନ୍ତରୀଣ ମନ୍ତ୍ରୀ ସରଫରାଜ କହିଛନ୍ତି ଙ୍‌ଦେଶର ଗୁପ୍ତଚର ଏଜେନ୍ସି ଏବଂ ଏଲଇଏ ସେମାନଙ୍କୁ ଖୋଜିବେ ଓ କର୍ତ୍ତୃପକ୍ଷ ସେମାନଙ୍କ ସମ୍ପତ୍ତି ଏବଂ ବ୍ୟବସାୟ ଜବତ କରିବେ। ବେଆଇନ ପ୍ରବାସୀମାନଙ୍କୁ ସାହାଯ୍ୟ କରିବାରେ ସମ୍ପୃକ୍ତ ପାକିସ୍ତାନୀମାନଙ୍କୁ ଆଇନ ଅନୁଯାୟୀ ଦଣ୍ଡିତ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନର ଅଣ୍ଟା ଭାଙ୍ଗିଦେଲା ଇସ୍ରାଏଲ୍‌, ଆକ୍ରମଣରେ କ୍ଷେପଣାସ୍ତ୍ର ଇନ୍ଧନ କାରଖାନା ଧ୍ୱଂସ

ତେହରାନ,୨୭।୧୦: ଇରାନ ଉପରେ ଇସ୍ରାଏଲର ଆକ୍ରମଣ ପରେ ପଶ୍ଚିମ ଏସିଆରେ ଉତ୍ତେଜନା ବୃଦ୍ଧି ପାଉଛି। ବର୍ତ୍ତମାନ ବିଶ୍ୱ ଇରାନର ପ୍ରତିକ୍ରିୟାକୁ ଅପେକ୍ଷା କରିଛି। ଏସବୁ ମଧ୍ୟରେ...

ଆମେରିକାରୁ ବେଆଇନ ଭାରତୀୟ ପ୍ରବାସୀ ବିଦା

ଓ୍ବାଶିଂଟନ,୨୭ା୧୦: ଆମେରିକା ରାଷ୍ଟ୍ରପତି ନିର୍ବାଚନ ଆସନ୍ତା ମାସରେ ହେବାକୁ ଯାଉଥିବାବେଳେ ଏହା ପୂର୍ବରୁ ସେଠାରେ ବେଆଇନ ଭାବେ ପ୍ରବେଶ କରି ରହିଯାଇଥିବା ଭାରତୀୟମାନଙ୍କୁ ବିଦା କରିଦିଆଯାଇଛି।...

ବାଂଲାଦେଶରେ ହିନ୍ଦୁଙ୍କ ବିଶାଳ ରାଲି

ଢାକା,୨୬ା୧୦: ସଂଖ୍ୟାଲଘୁ ଅଧିକାର ଦାବିରେ ବାଂଲାଦେଶ ହିନ୍ଦୁ ସମ୍ପ୍ରଦାୟର ହଜାର ହଜାର ଲୋକ ଚିଟ୍ଟାଗଙ୍ଗ୍‌ର ଐତିହାସିକ ଲାଲ୍‌ଦିଘି ମଇଦାନରେ ଶୁକ୍ରବାର ବିଶାଳ ରାଲି କରିଛନ୍ତି। ସେମାନଙ୍କର...

ଆଫ୍ରିଦି ହେଲେ ପାକିସ୍ତାନର ମୁଖ୍ୟ ବିଚାରପତି

ଇସଲାମାବାଦ,୨୬।୧୦: ୟାହିୟା ଆଫ୍ରିଦି ଶନିବାର ପାକିସ୍ତାନର ୩୦ତମ ପ୍ରଧାନ ବିଚାରପତି ଭାବରେ ଶପଥ ଗ୍ରହଣ କରିଛନ୍ତି। ଏହି ସୂଚନା ରାଷ୍ଟ୍ରପତି ଭବନର ମିଡିଆ ୱିଙ୍ଗ ଦ୍ୱାରା...

ଇରାନର ଦକ୍ଷିଣ ପୂର୍ବରେ ଜୋରଦାର ଆକ୍ରମଣ, ୧୦ ପୋଲିସ କର୍ମୀ ମୃତ

ଦୁବଇ,୨୬।୧୦: ଶନିବାର ଇରାନର ଅଶାନ୍ତ ଦକ୍ଷିଣ ପ୍ରଦେଶ ସିସ୍ତାନ ଏବଂ ବାଲୁଚିସ୍ତାନରେ ଏକ ପୋଲିସ କନଭେନ ଉପରେ ଏକ ବଡ଼ ଆକ୍ରମଣ ହୋଇଛି। ନ୍ୟୁଜ ଏଜେନ୍ସି...

ଜେଲରେ ବନ୍ଦ ଥିବା ନୋବେଲ ଶାନ୍ତି ପୁରସ୍କାର ବିଜେତା ନର୍ଗିସଙ୍କର ବଢିଲା ସମସ୍ୟା

ଦୁବଇ,୨୬।୧୦: ନୋବେଲ ଶାନ୍ତି ପୁରସ୍କାର ବିଜୟୀନି ନର୍ଗିସ ମୋହମ୍ମଦିଙ୍କ ସମସ୍ୟା ଥମିବାର ଯେମିତି ନାଁ ନେଉନାହିଁ। ତାଙ୍କୁ ପୁଣିଥରେ ଇରାନ କର୍ତ୍ତୃପକ୍ଷ ଅତିରିକ୍ତ ୬ମାସ କାରାଦଣ୍ଡରେ...

ଯୁଆଡେ ଚାହିଁଲେ ସେଆଡେ ହିନ୍ଦୁ, ବାଂଲାଦେଶରେ ସନାତନ ଜାଗରଣ ମଞ୍ଚର ବଡ଼ ପ୍ରଦର୍ଶନ

ଢାକା,୨୬।୧୦: ବାଂଲାଦେଶରେ ଲାଗାତାର ଭାବେ ସଂଖ୍ୟାଲଘୁ ବିଶେଷ କରି ହିନ୍ଦୁଙ୍କୁ ଟାର୍ଗେଟ କରାଯାଉଛି । ବର୍ତ୍ତମାନ ସଂଖ୍ୟାଲଘୁଙ୍କ ବିରୋଧରେ ଚାଲିଥିବା ହିଂସା ବିରୋଧରେ ସ୍ବର ଉତ୍ତୋଳନ...

ପ୍ରତିଶୋଧ ନେଲା ଇସ୍ରାଏଲ, ରାତି ଅଧରେ ତେହହେରାନରେ ମିସାଇଲ ମାଡ

ତେହେରାନ,୨୬।୧୦: ସକାଳୁ ସକାଳୁ ଇରାନ ଉପରେ ଜୋରଦାର ଆକ୍ରମଣ କରିଛି ଇସ୍ରାଏଲ । ପ୍ରତିଶୋଧ ନେବାକୁ ଇସ୍ରାଏଲ ପକ୍ଷରୁ ବି ବଡ଼ ଧରଣର ଆକ୍ରମଣ ହୋଇଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri