Categories: ଜାତୀୟ

ସମଲିଙ୍ଗୀ ବିବାହ ପ୍ରସଙ୍ଗ ପାର୍ଲାମେଣ୍ଟ ଉପରେ ଛଡ଼ାଯାଉ

ନୂଆଦିଲ୍ଲୀ,୨୭ା୪(ପି.ଟି.): ସମଲିଙ୍ଗୀ ବିବାହକୁ ଆଇନଗତ ଅନୁମୋଦନ ଦାବି ଆବେଦନକୁ ନେଇ ଉଠୁଥିବା ପ୍ରଶ୍ନକୁ ପାର୍ଲାମେଣ୍ଟରେ ଆଲୋଚନା ପାଇଁ ଛଡ଼ାଯାଉ ବୋଲି ବୁଧବାର କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ ଅନୁରୋଧ କରିଛନ୍ତି। ଶୁଣାଣିର ପଞ୍ଚମ ଦିନରେ କେନ୍ଦ୍ର ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ପ୍ରଧାନ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ସାମ୍ବିଧାନିକ ପୀଠକୁ କହିଥିଲେ, ସର୍ବୋଚ୍ଚ ଅଦାଲତ ଅତ୍ୟନ୍ତ ଜଟିଳ ପ୍ରସଙ୍ଗର ବିଚାର କରୁଛନ୍ତି, ଯାହାର ବ୍ୟାପକ ସାମାଜିକ ପ୍ରଭାବ ରହିଛି। ବିବାହ କିପରି ହେବ ଏବଂ କାହା ମଧ୍ୟରେ କରାଇବେ ତାହା ହେଉଛି ବାସ୍ତବ ପ୍ରଶ୍ନ। ଏହି ପ୍ରସଙ୍ଗ ଉପରେ ସମାଜରେ ତଥା ବିଭିନ୍ନ ରାଜ୍ୟ ବିଧାନସଭାରେ ମଧ୍ୟ ବିତର୍କ କରାଯିବାର ଅବଶ୍ୟକତା ରହିଛି ବୋଲି ମେହେଟ୍ଟା କହିଥିଲେ। ସମଲିଙ୍ଗୀ ବିବାହର ଆଇନଗତ ଅନୁମୋଦନ ନିମନ୍ତେ ଗତ ୧୮ ତାରିଖରୁ ସାମ୍ବିଧାନିକ ପୀଠରେ ଶୁଣାଣି ଜାରି ରହିଥିବାବେଳେ କେନ୍ଦ୍ର ସରକାର ଏହାକୁ ବିରୋଧ କରି ଆସୁଛନ୍ତି।

Share