ଡ୍ରାଇଭର ମହାସଂଘ ପକ୍ଷରୁ ଷ୍ଟିୟରିଂ ଛାଡ ଆନ୍ଦୋଳନ

ସୁନ୍ଦରଗଡ,୧୫। ୩(ଡି.ଏନ.ଏ.): ୧୧ ଦଫା ଦାବି ନେଇ ଓଡିଶା ଡ୍ରାଇଭର ମହାସଂଘ ସୁନ୍ଦରଗଡ ଜିଲା ଶାଖା ପକ୍ଷରୁ ବିଭିନ୍ନ ସ୍ଥାନରେ ଷ୍ଟିୟରିଂ ଛାଡ ଆନ୍ଦୋଳନ ଚାଲିଛି। ଏଥି ଯୋଗୁ ଗାଡି ଚଳାଚଳ ବ୍ୟାହତ ହୋଇଛି। ବନ୍ଦ ଡାକରା ଯୋଗୁ ଯାତ୍ରାବାହୀ ବସ୍‌ ସମେତ ଅନ୍ୟାନ୍ୟ ପରିବହନ ସେବା ସମ୍ପୂର୍ଣ୍ଣ ବନ୍ଦ ରହିଛି। ଦୁଇ ଚକିଆ ଗାଡି ବ୍ୟତୀତ କିଛି ଅଟୋ ଓ କାରକୁ ଛାଡି ଦେଲେ ଅନ୍ୟ କୌଣସି ଯାନବାହନ ଚଳାଚଳ କରୁନାହିଁ। ସୁନ୍ଦରଗଡ ଦେଇ ଯାଇଥିବା ରାଉରକେଲା-ସମ୍ବଲପୁର ବିଜୁ ଏକ୍ସପ୍ରେସ ଓ୍ବେର କିରେଇ ଛକରେ ଓଡିଶା ଡ୍ରାଇଭର ମହାସଂଘ ସୁନ୍ଦର ଗଡ ଶାଖା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଜିଲା ସଭାପତି ସନ୍ତୋଷ ଜୁରା, ସୁନ୍ଦରଗଡ ଟାଉନ ସଭାପତି ସରୋଜ ଡୁଙ୍ଗ ଡୁଙ୍ଗ, ସଦର ବ୍ଲକ ସଭାପତି ସୁସ୍ମନ୍ତ କୁମାର ସାହୁ, ଉପସଭାପତି ଲୋଚନ ସେଠ, ସମ୍ପାଦକ ରଞିତ ନାଗ,କର୍ମକର୍ତ୍ତାରୋହିତ ମହାନନ୍ଦ ପ୍ରମୁଖ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ। ଜିଲାର ବଡ ଗାଁ, ସବଡଗା, ହେମଗିରି, ତଳସରା ଛକ, ବାଲିଶଙ୍କରା ସମେତ ବିଭିନ୍ନ ସ୍ଥାନରେ ଡ୍ରାଇଭର ମହାସଂଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏହି ଷ୍ଟିଅରିଂ ଛାଡ ଆନ୍ଦୋଳନ ଯୋଗୁ ଏମସିଏଲ, ଜାମକାନି, ଡୁଲଙ୍ଗା ଆଦି ଖଣିରୁ କୋଇଲା ପରିବହନ ସେବା ମଧ୍ୟ ବାଧାପ୍ରାପ୍ତ ହୋଇଛି। ବିଭିନ୍ନ ରାସ୍ତା ପାର୍ଶରେ ବହୁ ସଖ୍ୟାରେ କୋଇଲା ଟ୍ରକ ସମେତ ଅନ୍ୟାନ୍ୟ ସାମଗ୍ରୀ ପରିବହନ କରୁଥିବା ଗାଡି ଅଟକି ରହିଛି। ଡ୍ରାଇଭରଙ୍କ ଏହିପରି ଷ୍ଟିୟରିଂ ଛାଡ ଆନ୍ଦୋଳନ ଯୋଗୁ ଯାତ୍ରାମାନେ ନାହିଁ ନ ଥିବାର ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଏପରିକି ବୁଧବାର ସାପ୍ତାହିକ ହାଟ ମଧ୍ୟ ବସି ପାରି ନାହିଁ। ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟ ଖାଦ୍ୟ ଆୟୋଗ ସଦସ୍ୟଙ୍କ ବରଗଡ଼ ଜିଲା ଗସ୍ତ

ବରଗଡ଼,୨୩।୪(ପ୍ରେମାନନ୍ଦ ଖମାରୀ) : ଓଡିଶା ଖାଦ୍ୟ ଆୟୋଗ ସଦସ୍ୟ ଦୟାନିଧି ଦାଶ ଏବଂ ଅକ୍ଷୟ କୁମାର ବେହେରା ତିନି ଦିନିଆ ବରଗଡ଼ ଜିଲା ଗସ୍ତରେ ଆସିଛନ୍ତି।...

ଆଦିବାସୀ ନାବାଳିକାଙ୍କୁ ଗଣବଳାତ୍କାର: ନାବାଳକଙ୍କ ସମେତ ୩ ଅଟକ

ସୁନ୍ଦରଗଡ଼,୨୩ା୪(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ତଳସରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ଆଦିବାସୀ ନାବାଳିକା(୧୫)ଙ୍କୁ ଗଣବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ...

ପୋଖରୀରୁ ବୃଦ୍ଧାଙ୍କ ଗଳିତ ମୃତଦେହ ଜବତ, ହତ୍ୟା ସନ୍ଦେହ

ନୂଆପଡ଼ା/କୋମନା,୨୩ା୪ (ମକାରୁ ବେମାଲ/ସୋବିନ ଛତ୍ରିଆ): ନୂଆପଡ଼ା ଜିଲା କୋମନା ଥାନା ଟିକ୍ରାପଡ଼ା ଗାଁ ବଡ଼ବନ୍ଧ ପୋଖରୀରୁ ମଙ୍ଗଳବାର ପୋଲିସ ଜଣେ ବୃଦ୍ଧାଙ୍କ ଗଳିତ ମୃତଦେହ ଜବତ...

ଜଙ୍ଗଲ ଅଧିକାର ଆଇନ କାର୍ଯ୍ୟକାରିତାରେ ବିଳମ୍ବ ଜମି ଜଙ୍ଗଲମୁକ୍ତି ଆନ୍ଦୋଳନ କମିଟିର ଧାରଣା ଚେତାବନୀ

ନୂଆପଡ଼ା,୨୩ା୪ (ମକାରୁ ବେମାଲ)-ଜଙ୍ଗଲ ଅଧିକାର ଆଇନ ୨୦୦୬ ଓ ସଂଶୋଧିତ ଆଇନ ୨୦୧୨ କାର୍ଯ୍ୟକାରିତାରେ ପ୍ରଶାସନର ଅହେତୁକ ବିଳମ୍ବ ସାଙ୍ଗକୁ ପଟ୍ଟା ପ୍ରଦାନରେ ସ୍ବଚ୍ଛତା ରହୁ...

ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ସୁନିଶ୍ଚିତ କର:ଜିଲା ବିକାଶ ସମନ୍ବୟ-ତଦାରଖ କମିଟି ବୈଠକରେ ନିର୍ଦ୍ଦେଶ

ବରଗଡ,୨୩।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ପରିଷଦ ସମ୍ମିଳନୀ କକ୍ଷରେ ଶନିବାର ଜିଲା ବିକାଶ ସମନ୍ବୟ ଏବଂ ମନିଟରିଂ କମିଟି ଦିଶାର ଦ୍ୱିତୀୟ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ...

ତଳାମପଦର ଅଞ୍ଚଳରେ କାଳବୈଶାଖୀ ପ୍ରଭାବ: ଉଡ଼ିଗଲା ଆଜବେଷ୍ଟସ୍‌

ଥୁଆମୂଳ ରାମପୁର,୨୩ା୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ତଳାମପଦର ପଞ୍ଚାୟତର ତଳାମପଦର ଓ ଚୁଲବାଡିରେ କାଳବୈଶାଖିର ପ୍ରଭାବ ଦେଖିବାକୁ ମିଳିଛି। ସୂଚନା ଅନୁସାରେ ...

ଯୁବକଙ୍କୁ ହତ୍ୟା ଘଟଣା: ଆଉ ଜଣେ ଗିରଫ

ଥୁଆମୂଳ ରାମପୁର,୨୩ା୪ (ଦୁର୍ଗା କୀର୍ତ୍ତି)- ଗତ ଜାନୁଆରୀ ୧୬ରେ ଥୁଆମୂଳ ରାମପୁର ଥାନା ପେଙ୍ଗଢୁସି ଗ୍ରାମଠାରେ ଜଣେ ଯୁବକଙ୍କ ହତ୍ୟା ଘଟଣାରେ ଆଉ ଜଣେ ଅଭିଯୁକ୍ତଙ୍କୁ...

କାଳବୈଶାଖୀ: ଭାଙ୍ଗିଲା ଗଛ, ଉଡିଲା ଟିଣ

ଉମରକୋଟ,୨୨।୪(ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲା ଉମରକୋଟ ଅଞ୍ଚଳରେ ମଙ୍ଗଳବାର କାଳବୈଶାଖୀ ପ୍ରଭାବରେ ପ୍ରବଳ ପବନ ହୋଇଛି। ବର୍ଷା ହୋଇ ନ ଥିଲେ ମଧ୍ୟ ଭୀଷଣ ପବନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image