ଜୁନାଗଡ଼,୩୦।୯(ଡିଏନଏ) : କଳାହାଣ୍ଡି ଜିଲା ଜୁନାଗଡ଼ ନିୟନ୍ତ୍ରିତ ବଜାର କମିଟିର ଅତିରିକ୍ତ ଆର୍ଏମ୍ସି ସମ୍ପାଦକ ସୁରେନ୍ଦ୍ର କୁମାର ବାଗ ଜୁନାଗଡ଼ ଆର୍ଏମ୍ସିର ଅଫିସିଆଲ ହାଟ୍ସଆପ ଗ୍ରୁପରେ ଅଶ୍ଳୀଳ ଫୋଟୋ ଛାଡ଼ିବା ନେଇ ଜିଲାରେ ଆଲୋଡନ ସୃଷ୍ଟି ହୋଇଛି। ଏହାକୁ ନେଇ ଅତିରିକ୍ତ ସମ୍ପାଦକ ହରଡ଼ଘଣାରେ ପଡିବା ଘଟଣା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି।
ସୂଚନାଯୋଗ୍ୟ, , ଜୁନାଗଡ଼, ଧର୍ମଗଡ଼ ଓ ଗୋଲାମୁଣ୍ଡା ବ୍ଲକକୁ ନେଇ ଜୁନାଗଡ଼ ନିୟନ୍ତ୍ରିତ ବଜାର କିମିଟି (ଆର୍ଏମ୍ସି)ଗଠନ କରାଯାଇଛି। ମଙ୍ଗଳବାର ଜୁନାଗଡ଼ ନିୟନ୍ତ୍ରିତ ବଜାର କମିଟିର ଅତିରିକ୍ତ ସମ୍ପାଦକ ଅଫିସିଆଲ ହାଟ୍ସଆପ ଗ୍ରୁପରେ ଅଶ୍ଳୀଳ ଫୋଟୋ ଛାଡିଥିବା ନେଇ ବିଭିନ୍ନ ସୋସିଆଲ ମଡିଆ ଗ୍ରୁପରେ ଘୂରିବୁଲୁଥିବା ଦେଖିବାକୁ ମିଳିଥିଲା। ଫୋଟୋ ଛାଡିବା ପରେ ତୁରନ୍ତ ତାଙ୍କୁ ସେହି ହାଟ୍ସଆପ ଗ୍ରୁପରୁ କାଢି ଦିଆଯାଇଥିବା ଜଣାପଡିଛି । ଏ ନେଇ ଜୁନାଗଡ଼ ଆର୍ଏମ୍ସିର ସମ୍ପାଦକ ଟଙ୍କଧର ନାଏକଙ୍କୁ ପଚାରିବାରୁ ସେ କହିଥିଲେ ଯେ, ଗ୍ରୁପରେ ଅତିରିକ୍ତ ସମ୍ପାଦକ ଅଶ୍ଳୀଳ ଫଟୋ ଛାଡିଥିଲେ। ତେଣୁ ସୁରେନ୍ଦ୍ର କୁମାର ବାଗଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।