ପନ୍ତଙ୍କୁ ଛାଡ଼ି ଏହି ପାକିସ୍ତାନୀ କ୍ରିକେଟରଙ୍କ ପ୍ରେମରେ ପଡ଼ିଲେଣି ଉର୍ବଶୀ !

ବମ୍ବେ: ନିଜ ବୃତ୍ତିଗତ ଜୀବନଠାରୁ ଅଧିକ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି ବଲିଉଡ ଅଭିନେତ୍ରୀ ଉର୍ବଶୀ ରୌତେଲା। ଦୀର୍ଘଦିନ ଧରି ସେ କ୍ରିକେଟର ରିଷଭ ପନ୍ତଙ୍କୁ ନେଇ ଚର୍ଚ୍ଚାରେ ଥିବା ବେଳେ ଏବେ ତାଙ୍କ ନାମ ପାକିସ୍ତାନର କ୍ରିକେଟର ନସିମ ଶାହାଙ୍କ ସହ ଯୋଡ଼ା ଯାଉଛି। ଅଭିନେତ୍ରୀ ଏହି ବୋଲରଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇ ଚର୍ଚ୍ଚାକୁ ଆସିଛନ୍ତି।

ଫେବୃୟାରୀ ୧୫ରେ ୨୦ ବର୍ଷର ହୋଇଛନ୍ତି ନସିମ। ସେ ନିଜର କ୍ୱେଟା ଗ୍ଲାଡିଏଟର୍ସ ଟିମ୍‌ ସହ କେକ୍‌ କାଟି ଜନ୍ମଦିନ ପାଳନ କରିଥିଲେ। ଉର୍ବଶୀ ନସିମଙ୍କୁ ଜନ୍ମଦିନ ସହ ବେଲୁଚିନ୍ତାନ ପୋଲିସରୁ ଡିଏସ୍‌ପି ର଼୍ୟାଙ୍କ ପ୍ରାପ୍ତ କରିଥିବାକୁ ନେଇ ଶୁଭେଚ୍ଛା ଜଣାଇଥିଲେ। ଉର୍ବଶୀଙ୍କ ଏହି ବାର୍ତ୍ତାର ଜବାବରେ ନସିମ ମଧ୍ୟ ଧନ୍ୟବାଦ ଲେଖିଥିଲେ।

ତେବେ ପୂର୍ବରୁ ଉର୍ବଶୀ ନସିମଙ୍କ ସହ ଏକ ଇନଷ୍ଟାଗ୍ରାମ ଷ୍ଟୋରି ଶେୟାର କରିଥିଲେ। ହେଲେ ଟ୍ରୋଲ ହେବା ପରେ ଏହାକୁ ଡିଲିଟ୍‌ କରିଥିଲେ। ଅପରପକ୍ଷେ ନସିମଙ୍କୁ ଏନେଇ ପଚରାଯିବାରେ ସେ ଅଭିନେତ୍ରୀଙ୍କୁ ଜାଣି ନ ଥିବା କହିଥିଲେ। ଏବେ କିନ୍ତୁ ଦୁହିଁଙ୍କ କଥା ଅନେକଙ୍କୁ ଦ୍ୱନ୍ଦ୍ୱରେ ପକାଇଛି। ଉଭୟଙ୍କ ମଧ୍ୟରେ କ’ଣ ଚାଲିଛି ସେନେଇ ଆଲୋଚନା ବଢ଼ିବାରେ ଲାଗିଛି।