ସଂକଟାପନ୍ନ ଅବସ୍ଥାରେ ଓଟକୁ ଛାଡ଼ି ମାଲିକ ଫେରାର

କୋକସରା,୧୬।୧(ଡି.ଏନ.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ୨୬ ନଂ. ଜାତୀୟ ରାଜପଥ ବଙ୍ଗୋମୁଣ୍ଡା ଛକ ଯାତ୍ରୀ ବିଶ୍ରାମଗାର ନିକଟରେ ମୁମୂର୍ଷୁ ଅବସ୍ଥାରେ ଏକ ଓଟକୁ ଛାଡି ମାଲିକ ଫେରାର ହୋଇଛନ୍ତି। ବର୍ତ୍ତମାନ ଓଟ ଜୀବନ ମରଣ ସହ ସଂଘର୍ଷ କରୁଛି। ହେଲେ ସ୍ଥାନୀୟ କିଛି ଯୁବକ ଓଟକୁ ଖାଇବାକୁ ଦେଇ ତାର ଯତ୍ନ ନେଉଛନ୍ତି। ଓଟର ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଛି। କୌଣସି ସ୍ବେଚ୍ଛାସେବୀ ଅନୁଷ୍ଠାନ ବୃଦ୍ଧ ଓଟର ଚିକିତ୍ସା କରିବାକୁ ସେମାନେ ଅନୁରୋଧ କରିଛନ୍ତି ।

Share