ଗାଁ ଛାଡ଼ି ସୁରଟମୁହାଁ ୧୦ ବୁଣାକାର

ରସୁଲପୁର,୨୧।୬(ଡି.ଏନ.ଏ.): ଯାଜପୁର ଜିଲା ରସୁଲପୁର ବ୍ଲକ ଅଧୀନ ବୁଣାକାର ଗାଁ ଭାବେ ପରିଚିତ ଗୋପାଳପୁରର ୧୦ ବୁଣାକାର ସୋମବାର ଗାଁ ଛାଡ଼ି ସୁରଟ ମୁହାଁ ହୋଇଛନ୍ତି। କୌଳିକ ବୃତ୍ତି ସଙ୍କଟରେ ଥିବାରୁ ସେମାନେ ଏଭଳି ନିଷ୍ପତ୍ତି ନେଇଛନ୍ତି। ପରିବାର ପୋଷିବାକୁ ଅନ୍ୟ ବାଟ ନ ପାଇ ସେମାନେ ରାଜ୍ୟ ବାହାରକୁ ଯାଇଛନ୍ତି। ଗାଁ ଛାଡ଼ିଥିବା ବୁଣାକାରମାନେ ସୁରଟର ଲୁଗା ପ୍ରସ୍ତୁତକାରୀ କମ୍ପାନୀରେ କାମ କରିବାକୁ ଆଶା ରଖିଛନ୍ତି ବୋଲି ଗାଁ ଛାଡିଥିବା ବୁଣାକାର ଭରତ ଦାସ, ବାଙ୍କବିହାରୀ ଦାସ, ହରିହର ଗୁଇଁ, ଭ୍ରମରବର ଦାସ, ମାୟାଧର ଗୁଇଁ, ଜଗବନ୍ଧୁ ଦାସ, ରାକେଶ ଦାସ, ବଟକୃଷ୍ଣ ଦାସ, ରମେଶ ଗୁଇଁଙ୍କ ପରିବାର ସଦସ୍ୟମାନେ କହିଛନ୍ତି।
ଗୋପାଳପୁର ଗାଁ ଟସର ବସ୍ତ୍ରର ହବ୍‌ ଭାବେ ପରିଚିତ। ଏହି ଗ୍ରାମରେ ପ୍ରାୟତଃ ୧୦୦୦ରୁ ଊର୍ଦ୍ଧ୍ୱ ପରିବାର ସଦସ୍ୟଙ୍କ କୌଳିକ ବୃତ୍ତି ଲୁଗା ବୁଣିବା। ସକାଳୁ ସଞ୍ଜ ଯାଏ ସେମାନେ ତନ୍ତରେ ବସି ଲୁଗା ବୁଣିଲେ ପରିବାର ଚଳେ। ବାତ୍ୟା ଫନୀ, ୨୦୨୦ ଅଗଷ୍ଟରେ ବ୍ରାହ୍ମଣୀ ନଦୀରେ ଆସିଥିବା ବନ୍ୟା ଓ ପରେ କରୋନା କଟକଣା ବୁଣାକାର ପରିବାର ପାଇଁ ବିପର୍ଯ୍ୟୟ ଆଣିଛି । ବନ୍ୟା ଓ ବାତ୍ୟାରେ ନଷ୍ଟ ହୋଇଯାଇଥିବା ତନ୍ତଶାଳା ଓ କଞ୍ଚାମାଲର କ୍ଷତିକୁ ଭରଣା କରିବାକୁ ବୁଣାକାରମାନେ ବିଫଳ ହୋଇଥିଲେ। ଯାହାବି ପୁଞ୍ଜି ଥିଲା ତାକୁ ଉପଯୋଗ କରି ଲୁଗା ବୁଣିଥିଲେ ମଧ୍ୟ କରୋନା କଟକଣା କାରଣରୁ ସେହି ଲୁଗା ବିକ୍ରି ହୋଇ ନ ପାରି ଘରେ ପଡ଼ି ରହିଛି। ରୋଜଗାର ଶୂନ୍ୟ ହୋଇଯାଇଛନ୍ତି ବୁଣାକାର ପରିବାର। ଗାଁର ଯେଉଁମାନଙ୍କ ସ୍ଥିତି ଅତି ଦୟନୀୟ ସେମାନେ ଘର ଛାଡିବାକୁ ବାଧ୍ୟ ହୋଇଛନ୍ତି। ଆଗକୁ ଆହୁରି ଅଧିକ ସଂଖ୍ୟକ ବୁଣାକାର ଗାଁ ଛାଡିବେ ବୋଲି ଆକଳନ କରାଯାଉଛି। ଏଭଳି ସ୍ଥିତିରେ ବୁଣାକାରମାନଙ୍କୁ ସରକାରୀ ସହାୟତା ମିଳିପାରି ନାହିଁ। ଗତ ୨ ମାସ ତଳେ ବୁଣାକାରମାନଙ୍କ ଆର୍ଥିକ ସ୍ଥିତିକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଏକ ପତ୍ର ଜରିଆରେ ଅବଗତ କରାଯାଇଥିଲା। ସରକାର ବୁଣାକାରମାନଙ୍କୁ ସହାୟତା ଦିଅନ୍ତୁ ବୋଲି ଦାବି କରାଯାଇଥିଲା। ହେଲେ ସେଥିପ୍ରତି ସରକାର ଗୁରୁତ୍ୱ ଦେଇ ନ ଥିଲେ। ଫଳରେ ବୁଣାକାରମାନେ ଗାଁ ଛାଡ଼ିବା ଆରମ୍ଭ କରିଛନ୍ତି ବୋଲି ଗୋପାଳପୁର ଗ୍ରାମର ବୁଣାକାରମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୃଷି ଓଡ଼ିଶା ଉତ୍ସବରେ ବରଗଡ ଜିଲା ପ୍ରଥମ, ସମ୍ମାନିତ କଲେ ଉପ ମୁଖ୍ୟମନ୍ତ୍ରୀ

ବରଗଡ଼, ୫ା୧(ପ୍ରେମାନନ୍ଦ ଖମାରୀ): କୃଷି ଓଡ଼ିଶା-୨୦୨୫ ଉତ୍ସବ ରବିବାର ଉଦଯାପିତ ହୋଇଛି। ଭୁବନେଶ୍ବରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବରଗଡ଼ ଜିଲା ପ୍ରଥମ ସ୍ଥାନ ଅଧିକାର କରିଛି।...

ଡାୟାଲିସିସ୍‌ ସେବାର ଉଦ୍‌ଘାଟନ କଲେ ସ୍ବାସ୍ଥ୍ୟମନ୍ତ୍ରୀ

ଛତ୍ରପୁର,୫ା୧(ଦିଲୀପ ସାମଲ): ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ୪ଟି ଶଯ୍ୟା ବିଶିଷ୍ଟ ନିଃଶୁଳ୍କ ଡାୟାଲିସିସ ସେବାର ଶୁଭ ଉଦ୍‌ଘାଟନ ହୋଇଯାଇଛି। ଏହାକୁ ଓଡ଼ିଶା ସରକାରଙ୍କ ସ୍ବାସ୍ଥ୍ୟ ଓ...

ଜେଜେ ମା’, ନାତୁଣୀଙ୍କୁ ଅପହରଣ କରି ସୁନା, ରୁପା ଲୁଟି ନେଲେ ଅଟୋ ଚାଳକ

ପୁରୁଷୋତ୍ତମପୁର,୫।୧(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରୁ ରବିବାର ଏକ ଅଭାବନୀୟ ଘଟଣା ଶନିବାର ସାମ୍‌ନାକୁ ଆସିଛି। ଏକ ଅଟୋ ଯୋଗେ ଘରକୁ ଫେରୁଥିବା ବେଳେ...

କରିଥିଲେ ପ୍ରେମ ବିବାହ: ୧୫ ବର୍ଷ ପରେ ପଥରରେ ଛେଚି ହତ୍ୟା କଲେ ସ୍ବାମୀ

ମୋହନା,୫।୧(ମନ୍ମଥ ମିଶ୍ର): ପରକ୍ରିୟା ପ୍ରୀତିରୁ ଘଟିଛି ଏକ ଅଭାବନୀୟ କାଣ୍ଡ। କାଲେମା ଗାଁ ପାଖ ଏକ ଜଙ୍ଗଲ ସ୍ତ୍ରୀଙ୍କୁ ପଥରରେ ଛେଚି ହତ୍ୟା କରିଛି ସ୍ବାମୀ।...

ଦାରିଙ୍ଗବାଡି ଥାନାରେ ଯୋଗଦେଲେ ନୂତନ ଥାନା ଅଧିକାରୀ: ଗୋଟିଏ ବର୍ଷରେ ୩ ବଦଳି

ଦାରିଙ୍ଗବାଡି,୫ା୧ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନାରେ ନୂତନ ଆଇଆଇସି ଭାବେ କନକ କୁମାର ମାଝୀ ରବିବାର ସଂନ୍ଧ୍ୟାରେ କାର୍ଯ୍ୟରେ ଯୋଗ ଦେଇଛନ୍ତି। ସେ...

ଦକ୍ଷଅଧିକାରୀ ଭାବେ ଧିରେନ୍ଦ୍ର ନାଏକଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ସୁନ୍ଦରଗଡ଼,୫।୧(ଜୟ ନାରାୟଣ ମେଣ୍ଡୁଳି): ଭୁବନେଶ୍ୱର ବରମୁଣ୍ଡା ଖେଳପଡ଼ିଆଠାରେ ରବିବାର ରାଜ୍ୟସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ଉଦ୍‌ଯାପନୀ ସମାରୋହରେ ଦକ୍ଷଅଧିକାରୀ ଭାବେ ସୁନ୍ଦରଗଡ କ୍ଷୁଦ୍ର ଜଳ ସେଚନ...

ଜିଲା ସ୍ତରୀୟ ତୈଲିକ ବୈଶ୍ୟ ହଳଦିଆ ସାହୁ ସମାଜର ଅଷ୍ଟମ ସାମାଜିକ ମହୋତ୍ସବ

କେସିଙ୍ଗା, ୫।୧(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ବାଲସି ଗ୍ରାମ ସ୍ଥିତ ଗୋବର୍ଦ୍ଧନ ପୀଠ ପରିସରରେ ତୈଲିକ ବୈଶ୍ୟ ହଳଦିଆ ସାହୁ ସମାଜ ପକ୍ଷରୁ...

ଦାରିଙ୍ଗବାଡ଼ି ବୁଲିଲେ ଇଟାଲୀ ପର୍ଯ୍ୟଟକ

ଦାରିଙ୍ଗବାଡି,୫ା୧ (ଅରୁଣ ସାହୁ): କନ୍ଧମାଳ ଜିଲାକୁ ବିଦେଶୀ ପର୍ଯ୍ୟଟକମାନେ ବୁଲିବା ଆଗ୍ରହ ରହୁଥିବା ବେଳେ ଦାରିଙ୍ଗବାଡ଼ି, ବାଲିଗୁଡ଼ା, ତୁମୁଡ଼ିବନ୍ଧ, କୋଟଗଡ଼ ଆଦି ଅଞ୍ଚଳରେ ବୁଲି ଅନୁସୂଚିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri