ଟାଇଗରଙ୍କୁ ଛାଡି ମିଷ୍ଟ୍ରି ମ୍ୟାନଙ୍କ ସହ ନଜର ଆସିଲେ ଦିଶା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଦିଶା ପାଟନି ତାଙ୍କ ବୋଲ୍ଡ ଅନ୍ଦାଜ ସହ ଗ୍ଲାମରସ ଲୁକ ଓ ଅଭିନୟକୁ ନେଇ ସବୁବେଳେ ଥାଆନ୍ତି ଚର୍ଚ୍ଚାରେ । ତାଙ୍କର ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ବେଳେବେଳେ ନିଆଁ ଲଗାଇ ଦେଇଥାଏ । କିଛିଦିନ ପୂର୍ବେ ଶୁଣିବାକୁ ମିଳିଥିଲା କି ଦିଶା ତାଙ୍କ କଥିତ ବୟଫ୍ରେଣ୍ଡ ତଥା ବଲିଉଡ ଅଭିନେତା ଟାଇଗର ଶ୍ରଫଙ୍କଠାରୁ ଅଲଗା ହୋଇଯାଇଛନ୍ତି । ଅର୍ଥାତ୍ ଏମାନଙ୍କର ବ୍ରେକଅପ୍ ହୋଇଯାଇଛି । ହେଲେ ଏହାକୁ ନେଇ ଏମାନେ କେବେବି କିଛି କମେଣ୍ଟ କରି ନାହାନ୍ତି । ଏମିତିକି ରିଲେଶନକୁ ନେଇ ବି ଏମାନେ କେବେ କିଛି ସ୍ପଷ୍ଟ କରି ନାହାନ୍ତି । ଏବେ କିଛିଦିନ ହେବ ସୋସିଆଲ ମିଡିଆରେ ଦିଶାଙ୍କର କିଛି ଫଟୋ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସେ ଜଣେ ମିଷ୍ଟ୍ରି ମ୍ୟାନଙ୍କ ସହ ନଜର ଆସିଛନ୍ତି । ଆଉ ଏହାକୁ ଦେଖିବା ପରେ ଦର୍ଶକେ ଅନୁମାନ ଲଗାଇଛନ୍ତି କି ଏହି ବ୍ୟକ୍ତିଙ୍କ ପାଇଁ ହୁଏତ ଟାଇଗର ଓ ଦିଶାଙ୍କ ମଧ୍ୟରେ ବ୍ରେକଅପ ହୋଇଯାଇଛି ।
ନିକଟରେ ଦିଶା ସେହି ମିଷ୍ଟ୍ରିମ୍ୟାନଙ୍କ ସହ ବିକିନି ପିନ୍ଧିଥିବା ବେଳେ ନଜର ଆସିଥିଲେ । ଏହି ଭିଡଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଆଉ ଏହାକୁ ଦେଖିବା ପରେ ସୋସିଆଲ ମିଡିଆ ୟୁଜର୍ସ ଭିନ୍ନ ଭିନ୍ନ କମେଣ୍ଟ ଦେବା ଆରମ୍ଭ କରିଛନ୍ତି । କିଏ ଲେଖଇଛି , ଟାଇଗର ଭାଇଙ୍କ ସହ ଧୋକା, ଆଉ ଜଣେ ୟୁଜର୍ସ ଲେଖିଛନ୍ତି ଟାଇଗର ଅଭି ଜିନ୍ଦା ହୈ । ଆଉ ଜଣେ ଲେଖିଛନ୍ତି ଟାଇଗରଙ୍କ ସହ କଟ ଗୟା କ୍ୟା… ।
ସୂଚନାଯୋଗ୍ୟ, ଦିଶାଙ୍କ ସହ ଯେଉଁ ମିଷ୍ଟ୍ରି ମ୍ୟାନ ନଜର ଆସିଛନ୍ତି ତାଙ୍କ ନାଁ ହେଉଛି ଆଲେକଜାଣ୍ଡର ଏଲେକ୍ସ ଇଲିକ । ସେ ଜଣେ ମଡେଲ ଓ ଅଭିନେତା । ଆଲେକଜାଣ୍ଡର ଏଲେକ୍ସ ଇଲିକ ଇନଷ୍ଟାଗ୍ରାମରେ ଦିଶାଙ୍କ ସହ କିଛି ଭିଡିଓ ଓ ଫଟୋ ଶେୟାର କରିଛନ୍ତି । ଏହାସହ ଦୀପାବଳିରେ ସେ ଟାଇଗରଙ୍କ ସହ ବି କିଛି ଫଟୋ ଉଠାଇଛନ୍ତି ।

Share