ଇସ୍ରାଏଲ ଉପରେ ଲେବାନନର ରକେଟ ମାଡ: ୭ ସୈନ୍ୟ ଆହତ…

ଜେରୁଜେଲମ,୧୩।୧୧ : ଇସ୍ରାଏଲ ଉପରେ ଲେବାନନର ରକେଟ ଦୁଇଥର ରକେଟ ମାଡ କରିଛି। ଏଥିରେ୧୦ ଜଣ ଇସ୍ରାଏଲ ନାଗରିକ ଏବଂ ୭ଜଣ ସୈନିକ ଆହତ ହୋଇଛନ୍ତି। ଅନ୍ୟ ଏକ ଆକ୍ରମଣକୁ ବାୟୁ ପ୍ରତିରକ୍ଷା ପ୍ରଣାଳୀରେ ପଣ୍ଡ କରାଯାଇଛି।

ପ୍ରଥମ ଆକ୍ରମଣରେ, ଇସ୍ରାଏଲ ଇଲେକ୍ଟ୍ରିକ କର୍ପୋରେଶନରେ ନିୟୋଜିତ ୧୦ଜଣ ଇସ୍ରାଏଲ ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରେ ଜଣେ ଗୁରୁତର ଆହତ ହୋଇଛନ୍ତି। ସେମାନେ ପୂର୍ବ ରକେଟ ଆକ୍ରମଣରେ କ୍ଷତିଗ୍ରସ୍ତ ହୋଇଥିବା ବିଦ୍ୟୁତ ଲାଇନ ମରାମତି କରୁଥିଲେ। ମୋଶାଭ ଡୋଭେଭ ନିକଟରେ ଏହି ଘଟଣା ଘଟିଥିଲା।

ହିଜବୁଲ ଏହି ଆକ୍ରମଣ ପାଇଁ ଦାୟୀ ବୋଲି ଦାବି କରିଛି। ଦ୍ୱିତୀୟ ଆକ୍ରମଣରେ କିବବୁଟ ମାନାରା ଅଞ୍ଚଳରେ ଏକ ମୋଟାର୍ର୍‌ ବ୍ୟାରେଜରେ ଥିବା ୭ଜଣ ଇସ୍ରାଏଲ ସୈନିକ ଆହତ ହୋଇଥିଲେ ବୋଲି ଇସ୍ରାଏଲ ପ୍ରତିରକ୍ଷା ବାହିନୀ ନିଶ୍ଚିତ କରିଛି।

ପରେ ରବିବାର ଏକ ଘଣ୍ଟା ମଧ୍ୟରେ ୧୫ ଟି ରକେଟ ମାଡ କରାଯାଇଥିବା ଚିହ୍ନଟ ହୋଇଥିଲା। ୪ଟିକୁ ବାୟୁ ପ୍ରତିରକ୍ଷା ପ୍ରଣାଳିୀ ଦ୍ୱାରା ବାଧା ଦିଆଯାଇଥିବା ବେଳେ ଅନ୍ୟ ରକେଟ ଖୋଲା ପଡ଼ିଆରେ ପଡିଥିଲା। ହମାସ ଦାବି କରିଛି ଲେବାନନରେ ଏହାର ସଦସ୍ୟମାନେ ହାଫା ଏବଂ ନାହରିଆ ସହର ତଥା ଲେବାନନ ସୀମାରେ ଥିବା ଛୋଟ ସହର ଉପରେ ରକେଟ ମାଡ କରିଥିଲେ।

ହିଜବୁଲ ମୁଖ୍ୟ ହାସନ ନାସରାଲ୍ଲା ଇସ୍ରାଏଲ ଏବଂ ଆମେରିକା ଉପରେ ଚାପ ପ୍ରୟୋଗ କରିବାକୁ ଅନ୍ତର୍ଜାତୀୟ ପ୍ରଦର୍ଶନ କରିବାକୁ ଆହ୍ବାନ କରିବାର ଗୋଟିଏ ଦିନ ପରେ ଏହି ଘଟଣା ଘଟିଛି। ସେ କହିଛନ୍ତି ସିରିଆ ଏବଂ ଇରାକରେ ନିୟୋଜିତ ଆମେରିକୀୟ ସୈନ୍ୟଙ୍କ ଉପରେ କ୍ଷେପଣାସ୍ତ୍ର ଏବଂ ଡ୍ରୋନ ଆକ୍ରମଣ ଗାଜାରେ ଯୁଦ୍ଧ ଶେଷ ନ ହେବା ପର୍ଯ୍ୟନ୍ତ ଜାରି ରହିବ।

ଏହାର ଉତ୍ତରରେ ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରୀ ୟୋଭ ଗାଲାଣ୍ଟ ଉତ୍ତର ସୀମା ଗସ୍ତ ସମୟରେ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଯଦି ହିଜବୁଲ ଏଭଳି ଭୁଲ କରେ ତେବେ ଲେବାନନର ନାଗରିକମାନେ ପ୍ରଥମେ ଏହାର ଜବାବ ଦେବେ। ଆମେ ଗାଜାରେ ଯାହା କରୁଛୁ, ଆମେ ବେରୁଟରେ ମଧ୍ୟ ତାହା କରିପାରିବୁ ।

Share