Advertisement

ଇସ୍ରାଏଲ ଉପରେ ୧୫୦ରୁ ଅଧିକ ରକେଟ୍‌ ମାଡ଼ କଲା ଲେବାନନ

ଜେରୁଜେଲମ୍‌,୨୫ା୮: ଇସ୍ରାଏଲ ଏବଂ ଲେବାନନ ମଧ୍ୟରେ ଯୁଦ୍ଧ ବୃଦ୍ଧି ପାଉଛି। ଇସ୍ରାଏଲ ଆକ୍ରମଣରେ କ୍ରୋଧିତ ଲେବାନନ ଉତ୍ତର ଇସ୍ରାଏଲ ଆଡ଼କୁ ଅତି କମ୍‌ରେ ୧୫୦ରୁ ଅଧିକ ରକେଟ୍‌ ମାଡ଼ କରିଛି। ତେବେ ଆଇରନ ଡୋମ ଉତ୍ତର ଇସ୍ରାଏଲରେ ଲେବାନନ ରକେଟ୍‌କୁ ଅଟକାଇବାକୁ ଚେଷ୍ଟା କରିଥିଲା। ବର୍ତ୍ତମାନ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ହିଜ୍‌ବୁଲ୍‌କୁ ଏକ ଶିକ୍ଷା ଦେବା ପାଇଁ ସୁରକ୍ଷା କ୍ୟାବିନେଟ ବୈଠକ ଡାକିଛନ୍ତି। ରିପୋର୍ଟ ଅନୁଯାୟୀ, ଲେବାନନ ଉତ୍ତର ଇସ୍ରାଏଲ ଆଡ଼କୁ ଗତି କରି ଅତି କମ୍‌ରେ ୧୫୦ ରକେଟ୍‌ ମାଡ଼ କରିଛି। ଏହା ୬୦୦୦ ରକେଟ୍‌ ମାଡ଼ କରିବାର ଯୋଜନା କରିଥିଲା।

ହିଜବୁଲ୍‌ରୁ ଆସିଥିବା ବିପଦକୁ ଦୃଷ୍ଟିରେ ରଖି ଇସ୍ରାଏଲ ସେନା ରବିବାର ଲେବାନନରେ ଆଗୁଆ ଆକ୍ରମଣ ଘୋଷଣା କରିଛି। ଇସ୍ରାଏଲ କହିଛି, ହିଜବୁଲ୍‌ର ଆକ୍ରମଣ ପାଇଁ ପ୍ରସ୍ତୁତି ଜାଣିବା ପରେ ଏହି ଆକ୍ରମଣ କରାଯାଇଥିଲା। ଇସ୍ରାଏଲ ଅଞ୍ଚଳ ଆଡ଼କୁ କ୍ଷେପଣାସ୍ତ୍ର ଏବଂ ରକେଟ୍‌ ମାଡ଼ କରିବାକୁ ପ୍ରସ୍ତୁତ ହେଉଥିବା ହିଜବୁଲ୍‌ ଆତଙ୍କବାଦୀ ସଂଗଠନକୁ ଆଇଡିଏଫ୍‌ ଚିହ୍ନଟ କରିଛି। ଇସ୍ରାଏଲ ପ୍ରତିରକ୍ଷା ବାହିନୀ ଏକ ବିବୃତ୍ତିରେ କହିଛି, ଏହି ଧମକକୁ ଦୃଷ୍ଟିରେ ରଖି ଆଇଡିଏଫ୍‌ ଲେବାନନରେ ଆତଙ୍କବାଦୀ ଟାର୍ଗେଟ ଉପରେ ଆକ୍ରମଣ କରୁଛି। ଇସ୍ରାଏଲ ମିଡିଆ ରିପୋର୍ଟ ଅନୁଯାୟୀ, ତେଲ ଅଭିଭ୍‌ର ବେନ୍‌ ଗୁରିଅନ ବିମାନବନ୍ଦରରୁ ବିମାନ ଉଡ଼ାଣ ସ୍ଥଗିତ ରହିଛି। ଆଇଡିଏଫ୍‌ କହିଛି, ହିଜବୁଲ୍‌ ଲେବାନନରୁ ଇସ୍ରାଏଲ ଅଞ୍ଚଳ ଆଡ଼କୁ ୧୫୦ରୁ ଅଧିକ ରକେଟ୍‌ ମାଡ଼ କରିଥିଲା। ଯାହାକୁ ରୋକିବା ପାଇଁ ଉଦ୍ୟମ କରାଯାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share