Categories: ଫୁରସତ

ଏଲଇଡି ସ୍ଲିପର୍ସ, ଅନ୍ଧାରରେ ଆଉ ଝୁଣ୍ଟିବେ ନାହିଁ…

ଅନେକ ସମୟରେ ଏମିତି ହୁଏ, ରାତି ଅଧରେ ଶୋଷ ଲାଗିଲେ ନିଦ ଭାଙ୍ଗିଯାଏ। ଆଉ ନିଦୁଆ ଆଖିକୁ ମଳି ମଳି ଅନ୍ଧାରରେ ଆମେ ବାହାରି ଯାଉ ପାଣି ପିଇବାକୁ। ଏମିତି ଅନ୍ଧାରରେ ଗଲାବେଳେ ଅନେକ ସମୟରେ ଆମେ ଝୁଣ୍ଟିପଡୁ ଓ ଆଙ୍ଗୁଠିରେ ଆଘାତ ଲାଗିଯାଏ। ଏହାକୁ ନଜରରେ ରଖି ଆସି ଯାଇଛି ଏଭଳି ଏକ ସ୍ଲିପର୍‌ ବା ଚପଲ, ଯାହାକି ଏହି ସମସ୍ୟାକୁ ଅନେକାଂଶରେ ଏଡାଇଦେବ। କାରଣ ଏ ହେଉଛି ଏଲ୍‌ଇଡି ସ୍ଲିପର୍ସ। ଉକ୍ତ ସ୍ଲିପର୍ସ ବା ଚପଲର ସାମ୍‌ନା ଭାଗରେ ଏଲ୍‌ଇଡି ଲାଇଟ୍‌ ଲାଗିଛି। ଆଉ ଏହାକୁ ପିନ୍ଧି ଗୋଡ ଆଙ୍ଗୁଠିରେ ଏକ ସୁଇଚ୍‌କୁ ଦବାଇଦେଲେ ଲାଇଟ୍‌ ଜଳିଯିବ। ଫଳରେ ଅନ୍ଧାରରେ ବି ରାସ୍ତା ଆଲୋକିତ ହୋଇଯିବ। ଆଉ ଆପଣ ଆରାମରେ ଅନ୍ଧାର ରାସ୍ତା ଦେଖି ଚାଲିପାରିବେ। ଯଦ୍ୱାରା ଆଉ ଝୁଣ୍ଟିବେ ନାହିଁ।

Share